ଗଞ୍ଜାମ

ବିଜେଡିର କର୍ମୀ ସମ୍ମିଳନୀ

ପୁରୁଷୋତ୍ତମପୁର,୯/୯ (ଓଡିଆ ପୁଅ/ସୁଦାମ ମହାରଣା) ସ୍ଥାନୀୟ ବ୍ଲକ ଅନ୍ତର୍ଗତ ପ୍ରତାପୁରଗ୍ରାମ ସ୍ଥିତ ତୁମ୍ବଶ୍ବର ମନ୍ଦିର ପ୍ରାଙ୍ଗଣରେ ୩୬ ନମ୍ବର ଜିଲ୍ଲା ପରିଷଦ ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ ବିଜେଡି ବ୍ଲକ ସଭାପତି ଦିଗାମ୍ବର ପାଣିଗ୍ରାହୀଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବିଜେଡି ଜିଲ୍ଲା ଉପସଭାପତି ଅରୁଣ କୁମାର ପଣ୍ଡାଙ୍କ ନେତୃତ୍ୱରେରେ ଆୟୋଜିତ ଏହି କର୍ମୀସମ୍ମିଳନୀରେ ଜିଲ୍ଲା ବିଜେଡି ମହିଳା ନେତ୍ରୀ ସଙ୍ଘ ମିତ୍ର ଦଳେଇ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ନେହ ଲତା ପଣ୍ଡା, ଯୁବ ବିଜେଡି ଉପସଭାପତି ନିର୍ମଳ କୁମାର ସାହୁ, ଛାତ୍ର ବିଜେଡି ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁରଥ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ପି.ନାରାୟଣ ରାଓ, ପାଣି ପଞ୍ଚାୟତ ଅଧ୍ୟକ୍ଷ ଲିଙ୍ଗରାଜ ସାହୁ, ଶ୍ୟାମ ସୁନ୍ଦର ଦାଶ, ଶରତ ବେହେରା, ପିଣ୍ଟୁ ସାବତ, ରବିବେହରା, କେନପୁର ସରପଞ୍ଚ କୈଳାସ ଗୌଡ, ଅରଖପୁର ରମେଶ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, କାଳିଆ ପ୍ରଧାନ, ଶୁଶିଲ୍ କୁମାର ସାହୁ, ଭଜମନ ବେହେରା, ରବି ବେହରା ସମେତ ବିଭିନ୍ନ ପଞ୍ଚାୟତର ସରପଂଚ ଓ ସମିତି ସଭ୍ୟ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ। ମଞ୍ଚାସୀନ ଅତିଥି ବୃନ୍ଦ ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନା ଉପରେ ଆଲୋକପାତ କରିବା ସହ ପୁଣି ବିଜେଡିକୁ ବହୁମତରେ ବିଜୟ କରିବା ପାଇଁ ସଙ୍କଳ୍ପ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top