ଅନୁଗୁଳ

ବିଜେଡିରେ ଯୋଗ ଦେଲେ କଂଗ୍ରେସ ଓ ବିଜେପି କର୍ମୀ

ତାଳଚେର,୨/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ପୈାରାଂଚଳ ୧୨ ନମ୍ବର ୱାର୍ଡ଼ର ପ୍ରାୟ ୫୦ଜଣ ବିଜେପି ଓ କଂଗ୍ରେସ କର୍ମୀ ଆଜି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଧାନ ତାଙ୍କୁ ପୁଷ୍ପ ଗୁଚ୍ଛ ଓ ବିଜେଡି ଉତରୀୟ ଦେଇ ସ୍ୱାଗତ କରିବାସହ ଦଳର ନୀତି ନିୟମ ଏବଂ ନବୀନ ପଟ୍ଟନାୟକଙ୍କ ଲୋକାଭିମୂଖୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିସହ ୧୨ ନମ୍ବର ୱାର୍ଡ଼ର ବିଭିନ୍ନ ସମସ୍ୟା ସମ୍ପକରେ ଆଲୋଚନା କରିଥିଲେ । ଏହି ମିଶ୍ରଣ ପର୍ବରେ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ରାଜେଶ କୁମାର ଦାସ,ଯୁବ ନେତା ସୁଲେଖ ସେଠୀ,ସଇଦ ଖାନ ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top