ଓଡ଼ିଶା

ବିଜେଡିରେ ଯୋଗଦେଲେ ପୂର୍ବତନ ପ୍ରଶାସକଙ୍କ ସହ ବହୁ ପ୍ରତିଷ୍ଠିତ ବ୍ୟକ୍ତି

ଭୁବନେଶ୍ୱର, ୨/୮/୨୦୧୮(ଓଡ଼ିଆ ପୁଅ): ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଆଜି ଅପରାହ୍ଣ ୫ଟା ସମୟରେ ପୂର୍ବତନ ବରିଷ୍ଠ ପ୍ରଶାସକ, ଚଳଚ୍ଚିତ୍ର ନିର୍ମାତା, ସାହିତ୍ୟିକ, ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ, ସଂସ୍କୃତି ଗବେଷକ, ସଂକୀର୍ତ୍ତନ ବିଶାରଦ, ଲେଖକଙ୍କ ସମେତ ୩୨ଜଣ ପ୍ରତିଷ୍ଠିତ ବ୍ୟକ୍ତି ନବୀନ ନିବାସରେ ସାକ୍ଷାତ କରି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବା ସମସ୍ତ ପ୍ରମୁଖ ବ୍ୟକ୍ତିଙ୍କୁ ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିମାନେ ବିଜୁ ଜନତା ଦଳରେ ଯୋଗଦେବା ଆମ ପାଇଁ ଖୁସିର ବିଷୟ।

ଅବସରପ୍ରାପ୍ତ ଆଇଏଏସ୍‌ (ପାଷ୍ଟ ରୋଟାରୀ ଗଭର୍ଣ୍ଣର) ରବି ନାରାୟଣ ନନ୍ଦ, ପୂର୍ବତନ ସ୍ୱତନ୍ତ୍ର ସଚିବ ବିଭୂପ୍ରସାଦ ମିଶ୍ର, ପୂର୍ବତନ ଅତିରିକ୍ତ ସଚିବ ସରୋଜ କାନ୍ତ ଚୌଧୁରୀ, ଅବସରପ୍ରାପ୍ତ ଓଏଏସ୍‌ମୋହନ ପ୍ରସାଦ ମିଶ୍ର, ପୂର୍ବତନ ଜିଲ୍ଲାପାଳ ଦେବରାଜ ସେନାପତି ଏବଂ ଲେଖକ ପ୍ରବୀର ମହାନ୍ତି, ଜୟକୃଷ୍ଣ ତ୍ରିପାଠୀ, ବିନାୟକ ବେହେରା, ରାମ ନାରାୟଣ ମହାନ୍ତି, ଶ୍ରୀମତୀ ଅମ୍ବିକା ମହାରଣା, ରାଧାଶ୍ୟାମ ମହାନ୍ତି, ହାସ୍ୟ କବି ପ୍ରସନ୍ନ ଦାଶ, ସଂକୀର୍ତ୍ତନ ବିଶାରଦ ପଙ୍କଜ ବିଶ୍ୱାଳ, ଫକୀର ବିଶ୍ୱାଳ, ରସିକ ଦାସ, ଉଗ୍ରସେନ ଦାସ, ଦୁଷ୍ମନ୍ତ ମାଝୀ, ପାଣ୍ଡବ ସ, ଜିତୁ ହଂସ, ପାଲା ଗାୟକ ଟ୍ରଷ୍ଟର ସଭ୍ୟ ସୁରେନ୍ଦ୍ର ନାଥ ଛୋଟରାୟ, ଚଳଚ୍ଚିତ୍ର ପ୍ରଯୋଜକ ଇଂ. ପ୍ରଶାନ୍ତ ଜେନା, ଚଳଚ୍ଚିତ୍ର ନିର୍ଦ୍ଦେଶକ କେଶବ ମଲ୍ଲିକ, ଜ୍ୟୋତି ଦାସ, ଗୌରୀ ଶଙ୍କର ଦାସ, ଲଳିତେନ୍ଦୁ ଦାସ, ଧଉଳି କଲେଜ୍‌ପୂର୍ବତନ ଅଧ୍ୟକ୍ଷ ବେଣୁ ପ୍ରତିହାରୀ, କାମାକ୍ଷାନଗର କଲେଜ୍‌ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ଚକ୍ର, ଡାକ୍ତର ଗୌରୀଶଙ୍କର ବେହେରା, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଅଜୟ ରାଉତରାୟ, ମହେନ୍ଦ୍ର କୁମାର ପଟ୍ଟନାୟକ, ଶରତ କୁମାର ଚଇନି, ସମାଜସେବୀ ଶ୍ରୀମତୀ ସଂଯୁକ୍ତା ବେହେରା ପ୍ରମୁଖ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି।

ଏହି ଅବସରରେ ଯୋଗ ଦେଇଥିବା ସମସ୍ତ ବିଶିଷ୍ଟ ବ୍ୟକ୍ତିମାନେ କହିଥିଲେ ଯେ ରାଜ୍ୟକୁ ସ୍ୱଚ୍ଛ ଓ ବଳିଷ୍ଠ ନେତୃତ୍ୱ ଦେଇଆସୁଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆମକୁ ଓଡ଼ିଶାର ସେବା କରିବା ପାଇଁ ଏ ଯେଉଁ ସୁଯୋଗ ଦେଲେ, ସେଥିଲାଗି ଆମେମାନେ ତାଙ୍କ ପାଖରେ କୃତଜ୍ଞ। ଆଗାମୀ ଦିନରେ ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ ଆମେ ସମର୍ପିତ ଭାବେ କାର୍ଯ୍ୟ କରିବୁ ବୋଲି କହିଥିଲେ। ଏହି ଯୋଗଦାନ କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top