ବିଜୁ ସ୍ମୃତି କମିଟି ପକ୍ଷରୁ କୃଷକ ସମ୍ବର୍ଦ୍ଧନା

ଭଦ୍ରକ, ୧୮ା୪  (ଓଡ଼ିଆପୁଅ / ପ୍ରମୋଦ ରାୟ) : ବିଜୁ ସ୍ମୃତି କମିଟି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୧ତମ ଶ୍ରାଦ୍ଧ ଉପଲକ୍ଷେ ସ୍ମୃତି କମିଟିର ଅଧ୍ୟକ୍ଷା ଅମିତାବାଳା ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ କୃଷକ ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ୰ ପଟ୍ଟନାୟକଙ୍କ ସ୍ମୃତିଚାରଣ ଅବସରରେ ଉପସ୍ଥିତ ଅତିଥି ମାନଙ୍କ ମଧ୍ୟେରେ ପ୍ରଫେସର ଅଟ୍ଟଳ ବିହାର ନାୟକ ଯୋଗଦେଇ ପବିତ୍ର ଅକ୍ଷୟ ତୃତୀୟା ଦିବସରେ କୃଷକ ମାନଙ୍କ ପାଇଁ ଏହା ଏକ ବରଦାନର ଦିବସ ବୋଲି କହିବା ସହ ବିଗୁ ବାବୁ ପ୍ରତିବର୍ଷ ଏହି ଦିନ ମାନଙ୍କରେ କୃଷକ ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାନ କରୁଥିଲେ ବୋଲି ମତବ୍ୟକ୍ତ କରିଥିଲେ । । ସଂଯୋଜକ ପ୍ରଫେସର କୈଳାସ ଚନ୍ଦ୍ର ଜେନା, ବରିଷ୍ଠ ଆଇନଜିବୀ ଗିରିଧାରୀ ନାଥ ଯୋଗଦେଇ କୃଷକ ମାନେ ମାନବ ସମାଜର ମେରୁଦଣ୍ଡ ବୋଲି ମତପ୍ରକାଶ କରିଥିଲେ । ତତ୍ ସଙ୍ଗେ ସଙ୍ଗେ ବିଭିନ୍ନ କୃଷକ ମାନଙ୍କ ଫୁଲତୋଡ଼ା ଦେଇ ସମ୍ମାନିତ କରିଥିଲେ । ଏହି ଅବସରରେ ବିଜୁ ବାବୁଙ୍କୁ ଭାରତରତ୍ନ ଦେବା ପ୍ରସଙ୍ଗ ଉତ୍ଥାନ କରି କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ନାପସନ୍ଦ କରିଥିଲେ । ଏହି ଅବସରରେ କମିଟିର ଅଧ୍ୟକ୍ଷା ଶ୍ରୀମତି ଆଚାର୍ଯ୍ୟାଙ୍କ ତରଫରୁ କୃଷକ ମାନଙ୍କୁ ବିଭିନ୍ନ ପ୍ରକାରର ଖାଦ୍ୟ ପରିବେଶଣ କରାଯାଇଥିଲା । ପ୍ରାରମ୍ଭରେ କୋର କମିଟିର ସଦସ୍ୟ ଡ଼ା ରବିନାରାୟଣ ମହାପାତ୍ର ସ୍ୱାଗତ ସମ୍ଭାଷଣ କରିଥିବା ବେଳେ କୃଷକ ନେତା ଜଗବନ୍ଧୁ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ଶିକ୍ଷାବିତ ପ୍ରଫେସର ଏମ.ଏ ନବି, ଇକବାଲ ଖାଁ, ଇଂତିଆଜ ଖାଁ, ମାୟାଧର ମହାପାତ୍ର,ଅଶୋକ ମହାନ୍ତିଙ୍କ ସହ ବହୁ କୃଷକ ନେତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *