ବିଜୁ ଶ୍ରମିକ ସାମୁଖ୍ୟ ର ଜିଲ୍ଲା ସ୍ତରୀୟ ସମ୍ମିଳନୀ

କଳାହାଣ୍ଡି ୧୨/୦୫/୨୦୧୮ (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଶାସକ ବିଜୁ ଜନତା ଦଳ ଦ୍ୱାରା ପରିଚାଳିତ ବିଜୁ ଶ୍ରମିକ ସାମୁଖ୍ୟ ର ଜିଲ୍ଲା ସ୍ତରୀୟ ଏକ ଦିବସୀୟ ସମ୍ମିଳନୀ ଜୁନାଗଡ ନିୟନ୍ତ୍ରୀତ ବଜାର କମିଟି ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଓଡିଶା ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାଷ ସିଂ ଯୋଗ ଦେଇ ବିଗତ ଦିନ ରେ ମହିଳା ଶ୍ରମିକ ମାନଙ୍କୁ ବିଶେଷ କରି ଅଙ୍ଗନୱାଡି ଓ ଆଶା କର୍ମୀଙ୍କ ମଜୁରୀ ରାଜ୍ୟ ସରକାର ପଚାଶ ପ୍ରତିଶତ ବୃଦ୍ଧି କରିଛି ବୋଲି ପ୍ରକାଶ କରିଥିଲେ। ଅନ୍ୟ ପକ୍ଷରେ ଅନେକ ଗୁଡିଏ କେନ୍ଦ୍ରିୟ ଟ୍ରେଡ ୟୁନିୟନ କାମ କରୁଥିବା ଓ ଶ୍ରମିକଙ୍କୁ ସଠିକ ମାର୍ଗରେ ସୁବିଧା ପ୍ରଦାନ ପାଇଁ ବିଫଳ ହେଉଥିବା ବେଳେ ବିଜୁ ଶ୍ରମିକ ସାମୁଖ୍ୟ ମାଧ୍ୟମରେ ଶ୍ରମିକମାନେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ସହ ଯୋଡି ନିଜର ଦାବି ଉପସ୍ଥାନ କରି ପାରିବ ବୋଲି କହିଥିଲେ। ଓଡିଶା ରେ ପ୍ରଥମେ ଏଭଲି ସମ୍ମିଳନୀ ଆରମ୍ଭ ହୋଇଥିବାରୁ କଳାହାଣ୍ଡି ଶ୍ରମିକ ସଂଘ କୁ ସାଧୁବାଦ ଜଣାଇଥିଲେ। ପ୍ରାରମ୍ଭରେ ରବିନ୍ଦ୍ର କୁମାର ଓ ସାଥି ପ୍ରାରମ୍ଭିକ ସଂଗୀତ ଗାନ ପରେ ଯୁବନେତା ହିମାଂଶୁ ଶେଖର ବରାଡ ଅତିଥି ପରିଚୟ ପ୍ରଦାନ କରିଥିଲେ। ପରେ ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟ ସଂପାଦକ ପ୍ରବୋଧ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଶ୍ରୀ ସୁବାଷ ସିଂଙ୍କ ସମେତ ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ସଦର ବିଧାୟକ ଅନାମ ନାଏକ, ବିଜେଡି ଜିଲା ସଭାପତି ତଥା ପୂର୍ବତନ ଶ୍ରମମନ୍ତ୍ରୀ ଧର୍ମଗଡ ବିଧାୟକ ପୁଷ୍ପେନ୍ଦୁ ସିଂଦେଓ, ବିଜୁ ମହିଳା ଜନତା ଦଳ ସଭାନେତ୍ରୀ କଲ୍ୟାଣୀ ନାଏକ, ବିଜୁ ଯୁବ ଜନତା ଦଳ ସଭାପତି ତଥା ଭବାନୀପାଟଣା ନଗରପାଳ ଆଦିତ୍ୟ ନନ୍ଦ, ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ମାଣିକ୍ୟ ନାଏକ, ଶ୍ରମିକ ନେତା ରଜନୀକାନ୍ତ ବୈଠାରୁ, ଜୁନାଗଡ ଏନଏସି ଅଧ୍ୟକ୍ଷା ବିଜୟଲକ୍ଷ୍ମୀ କନ୍ଦପାନ, ବରିଷ୍ଠ ବିଜେଡି ନେତା ପ୍ରଦୀପ କୁମାର ମୁଣ୍ଡ, ଶ୍ରମିକ ନେତା ଶିଶିର ପଟ୍ଟନାୟକ ପ୍ରମୁଖ ଉଦବୋଧନ ଦେଇଥିଲେ। ଏଥିରେ ନିର୍ମାଣ ଶ୍ରମିକ ସଂଘ, ରେଲୱେ ସାଇଡିଂ ସୋସାଇଟି ଶ୍ରମି ସଂଘ, ଧାନ ମଣ୍ଡି ଶ୍ରମିକ ସଂଘ, ମୋଟର କର୍ମଚାରୀ ମହାସଂଘ, ଘରୋଇ ବସ କର୍ମଚାରୀ ସଂଘ, ଟ୍ରାକ୍ଟର ଶ୍ରମିକ ସଂଘ, ସ୍ୱୟଂ ସହାୟକ ଗୋଷ୍ଠୀ ସଂଘ, ଆଶା ଓ ଅଙ୍ଗନୱାଡି ସଂଘର ଅନେକ ଶ୍ରମିକ ଉପସ୍ଥିତ ଥିଲେ। ସମ୍ମିଳନୀ ପ୍ରାରମ୍ଭରୁ ସ୍ଥାନୀୟ ଡାକବଙ୍ଗଳାରୁ ଏକ ପଟୁଆର ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ଙ୍କ ନେତୃତ୍ୱରେ ସମ୍ମିଳନୀ ସ୍ଥଳକୁ ଆସିଥିଲେ।

Leave a Reply

Your email address will not be published. Required fields are marked *