ad
ଓଡ଼ିଶା

ବିଜୁ ଯୁବ ବାହିନୀ ପାଇଁ ୩ ବର୍ଷ ଲାଗି ୪୫୦ କୋଟି ୪୯ ଲକ୍ଷ ଟଙ୍କାର ବ୍ୟୟବରାଦ

ଭୁବନେଶ୍ୱର, ୧୧ା୦୪(ଓଡ଼ିଆ ପୁଅ): ପଞ୍ଚାୟତ ଓ ପୌରାଞ୍ଚଳ ସ୍ତରରେ ଓଡ଼ିଶାରେ ବିଜୁ ଯୁବ ବାହିନୀ ଗଠନ କରିବା ପାଇଁ ୩ ବର୍ଷରେ ରାଜ୍ୟ ସରକାର ୪୫୦ କୋଟି ୪୯ ଲକ୍ଷ ଟଙ୍କାର ବ୍ୟୟବରାଦ କରିଛନ୍ତି। ଏଯାବତ୍ ବିଜୁ ଯୁବ ବାହିନୀରେ ପ୍ରାୟ ୨ ଲକ୍ଷ ୯୨ ହଜାର ଯୁବକ ଯୁବତୀ ସାମିଲ ହେଲେଣି। ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ତଥ୍ୟ ଦେଇଛନ୍ତି କ୍ରୀଡ଼ା ଓ ଯୁବ ସେବା ବିଭାଗ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା।

ବିଜୁ ଯୁବ ବାହିନୀ ଆମ ରାଜ୍ୟରେ କେବେଠୁ ଗଠିତ ହୋଇଛି, ଏଥିଲାଗି କେତେ ଅର୍ଥ ବ୍ୟବସ୍ଥା କରାଯାଇଛି, ଏହି ବାହିନୀର କାମ କ’ଣ, ଏଥିରେ କେଉଁମାନେ ଯୋଗ ଦେଇପାରିବେ ଏବଂ ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବକମାନଙ୍କୁ କି ପ୍ରକାରର ଭତ୍ତା ଓ ପ୍ରୋତ୍ସାହନ ଦିଆଯାଉଛି ସେ ବିଷୟରେ ବିଧାୟକ ଶ୍ରୀ ରାୟ ଜାଣିବାକୁ ·ହିଁଥିଲେ।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ବିଜୁ ଯୁବ ବାହିନୀ ଏକ ସୁଦୂର ପ୍ରସାରୀ ଯେଉଁଥିରେ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ସାମାଜିକ ମୂଲ୍ୟବୋଧ ଓ ଦାୟିତ୍ୱବୋଧ ବୃଦ୍ଧି ସହିତ ସର୍ବସାଧାରଣଙ୍କ ହିତ ସାଧନ ନିମନ୍ତେ ଆବଶ୍ୟକୀୟ ନାଗରିକ ପ୍ରକ୍ରିୟା, ଗୋଷ୍ଠୀ ସେବା, ସ୍ୱେଚ୍ଛାସେବୀପଣ, ନେତୃତ୍ୱ ଇତ୍ୟାଦିର ବିକାଶ ନିମନ୍ତେ କାର୍ଯ୍ୟକ୍ରମ ପ୍ରଣୟନ କରାଯାଉଛି।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଚାୟତ ଓ ସହରାଞ୍ଚଳରେ ଯୁବକଯୁବତୀମାନଙ୍କୁ ବିଭିନ୍ନ ସମାଜସେବା କାର୍ଯ୍ୟ ନିମନ୍ତେ ଉତ୍ସାହିତ କରାଯିବ। ସେମାନଙ୍କ ମଧ୍ୟରେ କ୍ରୀଡ଼ା, କଳା ଆଦି ପ୍ରତିଭାର ବିକାଶ କରାଯିବ। ଏହିସବୁ କାର୍ଯ୍ୟକ୍ରମ ପରି·ଳନା ନିମନ୍ତେ ପ୍ରତ୍ୟେକ ଯୁବ ବାହିନୀକୁ ବାର୍ଷିକ ଦେଢ଼ ଲକ୍ଷ ଟଙ୍କାର ଅନୁଦାନ ରାଶି ପ୍ରଦାନ କରାଯିବ।

ବିଜୁ ଯୁବ ବାହିନୀ କାର୍ଯ୍ୟକ୍ରମରେ ୧୫ରୁ ୩୫ ବର୍ଷର ଯୁବକ ଯୁବତୀମାନଙ୍କୁ ସାମିଲ କରାଯାଉଛି। ପ୍ରତି ବାହିନୀରେ ମୋଟ୍ ସଦସ୍ୟଙ୍କର ଏକ ତୃତୀୟାଂଶ ମହିଳା ରହିବେ। ଏଥିରେ ସାମିଲ ହେବା ଲାଗି ଗତ ନଭେମ୍ବର ୨୩ ତାରିଖରେ ଅନ୍ଲାଇନ୍ରେ ଆବେଦନ ପତ୍ର ଆହ୍ୱାନ କରାଯାଇଥିଲା। ଚଳିତ ଏପ୍ରିଲ୍ ୫ ତାରିଖ ସୁଦ୍ଧା ମୋଟ୍ ୨, ୯୧, ୭୪୬ ଯୁବକଯୁବତୀଙ୍କୁ ଏହି କାର୍ଯ୍ୟକ୍ରମରେ ପଞ୍ଜିକୃତ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୫, ୨୫୭, ବାଲେଶ୍ୱରରେ ୨୪, ୨୩୮ ଓ କଟକରେ ୨୪, ୨୫୮ ଜଣ ଯୁବକ ଯୁବତୀ ଏଥିରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ବରଗଡ଼, ଭଦ୍ରକ, ବଲାଙ୍ଗୀର, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ନୟାଗଡ଼, ପୁରୀ ଜିଲ୍ଲାରେ ୧୦ ହଜାରରୁ ୧୫ ହଜାର ପର୍ଯ୍ୟନ୍ତ ସ୍ୱେଚ୍ଛାସେବୀ ପଞ୍ଜିକୃତ ହୋଇଥିବା ବେଳେ ଅନ୍ୟ ଜିଲ୍ଲାଗୁଡ଼ିକରେ ଏହାର ସଂଖ୍ୟା ୧୦ ହଜାରରୁ କମ୍ କରି ରହିଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top