ବିଜୁ ଯୁବ ବାହିନୀ ପକ୍ଷରୁ ଚାରା ରୋପଣ

ଭଦ୍ରକ, ୧/୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ନଦୀଗାଁ ପଞ୍ଚାୟତ ବିଜୁ ଯୁବ ବାହିନୀ ପକ୍ଷରୁ ଚାରା ରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଜେଡି ବ୍ଲକ ସଭାପତି ରଘୁନାଥ ଲେଙ୍କା ଯୋଗଦେଇ ଚାରା ରୋପଣ କରିଥିଲେ। ସ୍ଥାନୀୟ ହାଇସ୍କୁଲ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜୁ ଯୁବ ଜନତା ଦଳର ବ୍ଲକ ସଭାପତି ସୁଶାନ୍ତ ନାୟକ, ଉପସଭାପତି ଦୟାନିଧି ମିଶ୍ର, ପ୍ରଧାନ ଶିକ୍ଷକ ହେମନ୍ତ ସୂତାର, ବିଜୁ ଯୁବ ବାହିନୀର ପ୍ରକଳ୍ପ ଅଧିକାରୀ ଅମ୍ଳାନ ସେନାପତି, ନିହାର ରଂଜନ ସାହୁ, ସଂଯୋଜକ ନାରାୟଣ ମୁଦୁଲି, ଯୁବ ବାହିନୀର ସଭାପତି ରଣ ମଲିକ, ସଂପାଦକ ଜ୍ୟୋତି ରଂଜନ ବେହେରା, ଦୀନବନ୍ଧୁ ବୈଶାଖ, ସୁଧିର ଦାସ ପ୍ରମୁଖ ଯୋଗଦେଇ ଚାରା ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଯୁବ ବାହିନୀର ସଦସ୍ୟମାନେ ପରିଚାଳନା କରିଥିଲେ। ପ୍ରାରମ୍ଭରେ ଏକ ସଚେତନତା ଶୋଭାଯାତ୍ରା କରାଯାଇଥିଲା।

Leave a Reply

Your email address will not be published. Required fields are marked *