ବିଜୁ ଯୁବ ଜନତା ଦଳ ରାଜ୍ୟ କମିଟି ସଂପ୍ରସାରିତ

ଭୁବନେଶ୍ୱର, ୧୨/୭/୨୦୧୮(ଓଡ଼ିଆ ପୁଅ): ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଦଳର ଛାମୁଆ ସଂଗଠନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ବିଜୁ ଯୁବ ଜନତା ଦଳ ରାଜ୍ୟ କମିଟିକୁ ସଂପ୍ରସାରିତ କରାଯାଇଛି ବୋଲି ଦଳର ସାଧାରଣ ସଂପାଦକ (ଯୁବ ବ୍ୟାପାର) ଶ୍ରୀ ସଂଜୟ କୁମାର ଦାସବର୍ମା ସୂଚନା ଦେଇଛନ୍ତି। ବିଜୁ ଯୁବ ଜନତା ଦଳ ରାଜ୍ୟ କମିଟିର ଉପ-ସଭାପତି ଭାବେ କୃଷ୍ଣ ଚନ୍ଦ୍ର ରାଉତ, ଦୟାନିଧି ନାୟକ, ରାକେଶ କୁମାର ନାୟକ, ସାଧାରଣ ସଂପାଦକ ଭାବେ ପ୍ରମୋଦ କୁମାର ମହାପାତ୍ର, ସଂପାଦକ ଭାବେ ଆଶିଷ କୁମାର ସାହୁ, ଆଲୋକ ଭଟ୍ଟ, ପୃଥ୍ୱୀରାଜ ପଣ୍ଡା, ଚିତ୍ତରଞ୍ଜନ ବରାଳ, ସାଂଗଠନିକ ସଂପାଦକ ଭାବେ ଧର୍ମେନ୍ଦ୍ର ସାମଲ, ପୂର୍ଣ୍ଣେନ୍ଦୁ ପୂଜାପଣ୍ଡାଙ୍କୁ ମନୋନୀତ କରାଯାଇଛି।

Leave a Reply

Your email address will not be published. Required fields are marked *