ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ

ଦେବଗଡ଼, ୨୬.୧୦.(ଓଡ଼ିଆ ପୁଅ): ଆଜି ବିଜୁ ଯୁବ ଜନତା ଦଳର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ, ଦେଵଗଡ଼ ସ୍ଥିତ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ଶ୍ରୀ ସଂଜୀତ ମହାନ୍ତି ରାଜ୍ୟ ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି, ଶ୍ରୀ ଦୁର୍ଗା ସାମନ୍ତରାୟ ରାଜ୍ୟ ଉପସଭାପତି, ଶ୍ରୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ରାଜ୍ୟ ସାଧାରଣ ସଂପାଦକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଏହାସହ ଦେଵଗଡ଼ ବିଜେଡି ଜିଲ୍ଲା ସଭାପତି ଶ୍ରୀ ସୁଧୀର କପରଦାର, ଜିଲ୍ଲା ଉପସଭାପତି ଶ୍ରୀ ଦେବେନ୍ଦ୍ର ବେହେରା, ସାଧାରଣ ସଂପାଦକ ଇଂ ବିଷ୍ଣୁ ପ୍ରସାଦ ଅମାତ୍ୟ, ନଗର ସଭାପତି ଶ୍ରୀ ଆଲୋକ ଅମାନ୍ତ, ତିଳେଇବାଣୀ ବ୍ଲକ ସଭାପତି ଶ୍ରୀ ବାବୁଲାଲ ପୃଷେଠ, ଛାତ୍ର ସଭାପତି ଶ୍ରୀ ରାକେଶ ପାଣି, ନଗର ପାଳିକା ଅଧକ୍ଷା ଶ୍ରୀମତୀ ଅନିତା ପାତ୍ର, ଇଂ ଚିତ୍ତରଞ୍ଜନ ପ୍ରଧାନ ମଞ୍ଚାରୁଢ଼ ହୋଇ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଫଟୋରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଵଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ଏହି ସଭାକୁ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ଭୁପେନ୍ଦ୍ର ପ୍ରସାଦ ନାୟକ ପରିଚାଳନା କରିଥିଲେ। ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ମନୋନୀତ ହୋଇଥିବା ଦେଵଗଡ଼ ଜିଲ୍ଲା ଓ ବ୍ଲକ କମିଟି ଗୁଡିକର କାର୍ଯ୍ୟକର୍ତ୍ତା ମାନଙ୍କୁ ଏହି ସଭାରେ ସମ୍ବର୍ଦ୍ଧନା ଦିଆଗଲା। ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲା କାର୍ଯ୍ୟକର୍ତ୍ତା ମାନଙ୍କର ନାମ ଘୋଷଣା କରିବା ପରେ ସାରା ରାଜ୍ୟରେ ପ୍ରଥମେ ଦେବଗଡ଼ ଜିଲ୍ଲାଠାରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିଥିମାନେ ନୂତନ କର୍ମକର୍ତ୍ତା ମାନଙ୍କ ସହ ସାଂଗଠନିକ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ ଓ କିଭଳି ଆସନ୍ତା ଦିନରେ ପ୍ରତି ପଞ୍ଚାୟତ ସ୍ତରରେ ସଙ୍ଗଠନକୁ ସମ୍ପ୍ରସାରଣ କରିବା ସହ ମଜବୁତ କରିବା ସେ ବିଷୟରେ ଉପଦେଶ ଦେଇଥିଲେ। ସୋସିଆଲ ମିଡିଆରେ ନିଜକୁ ସାମିଲ କରିବା, ବିଜୁ ଜନତା ଦଳର ଲୋକାଭିମୁଖୀ କାର୍ଯ୍ୟଗୁଡିକୁ ଲୋକଙ୍କୁ ଅଵଗତ କରାଇବା ଓ ଅପପ୍ରଚାର ରୋକିବା, ନିଜକୁ ସାମାଜିକ କାର୍ଯ୍ୟରେ ଉତ୍ସର୍ଗ କରିବା ପାଇଁ ପ୍ରେରଣା ଦେଇଥିଲେ।

 

 

Leave a Reply

Your email address will not be published. Required fields are marked *