ଜିଲ୍ଲା ପରିକ୍ରମା

ବିଜୁ ଯୁବ ଛାତ୍ର ଜନତା ଦଳର ପ୍ରସ୍ତୁତି ବୈଠକ

ଭଦ୍ରକ, ୬ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : କେନ୍ଦ୍ର ସରକାରଙ୍କ ଅହେତୁକ ତୈଳଦର ବୃଦ୍ଧି ପ୍ରତିବାଦରେ ଆସନ୍ତା କାଲି ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟବ୍ୟାପୀ ଜନଜାଗରଣ ନିମନ୍ତେ ବିଭିନ୍ନ ଜିଲାର ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ ଓ ସଚେତନତା ସୃଷ୍ଟି କରାଯିବା। ଏଥି ଉପଲକ୍ଷେ ଆଜି ଜିଲା ବିଜେଡି କାର୍ଯ୍ୟାଳୟରେ ଜିଲାସ୍ତରୀୟ ଏକ ପ୍ରସ୍ତୁତି ବୈଠକ ସକାଳ ୧୦ ଘଟିକାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲା ଯୁବ ବିଜେଡି ସଭାପତି ଦୁର୍ଗା ଦାସ ଅଧ୍ୟକ୍ଷତା କରିଥିବାବେଳେ ଜିଲା ଯୁବ ବିଜେଡିର ଉପଦେଷ୍ଟା ତଥା ପୂର୍ବତନ ସଭାପତି ତଥା ଜିଲା ପରିଷଦ ସଭ୍ୟ କ୍ଷୀରୋଦ ଚନ୍ଦ୍ର ରାଉତ, ଜିଲା ଯୁବ ବିଜେଡି ଉପସଭାପତି ପ୍ରଣିତକାନ୍ତି ସାମଲ, ପଙ୍କଜ ବଳ, ଦେବଦର୍ଶନ ଦାସ, ପୂର୍ବତନ ଜିଲା ବିଜେଡି ଛାତ୍ର ସଭାପତି ରାକେଶ ପଣ୍ଡା, ବର୍ତ୍ତମାନର ଜିଲା ଛାତ୍ର ବିଜେଡି ସଭାପତି ତଥାଗତ ସାମଲ, ଭଦ୍ରକ ବିଜେଡି ନଗର ସଭାପତି ଶରତ ସ୍ୱାଇଁ, ଅନୀଲ ତ୍ରିପାଠୀ, ଦିଲ୍ଲୀପ ସାମଲ, ବ୍ଲକ୍ ସଭାପତି ସର୍ବଶ୍ରୀ ସୁଶାନ୍ତ ନାୟକ, ଉତ୍ତମ ମହାପାତ୍ର, ଦୀପ୍ତିସୂର୍ଯ୍ୟ ବିଶ୍ୱାଳ, ସତ୍ୟ ସାଧନ ଦାସ, ଅସିତ ଦାସଙ୍କ ସମେତ ଜିଲାର ସମସ୍ତ ଯୁବଛାତ୍ର ନେତୃବନ୍ଦମାନେ ଯୋଗ ଦେଇଥିଲେ। ଏବଂ ଆସନ୍ତାକାଲି ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top