ବିଜୁ ଯୁବବାହିନୀର କର୍ମୀ ସମାବେଶ

ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଏହି ଜିଲାର ଧାମନଗର ବିଜୁ ଯୁବ ବାହିନୀର ବ୍ଲକସ୍ତରୀୟ ଏକ କର୍ମୀ ସମାବେଶ ବୟାଙ୍ଗଡିହ ମେଳନ ପଡିଆ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ କିପରି ଭାବେ ବିଜୁ ଯୁବ ବାହିନୀ ଆଗାମୀ ଦିନରେ ନିଜକୁ ଜନସାଧାରଣଙ୍କ ସେବା କରିବା ସହିତ ଦଳକୁ ମହଭୁତ କରିବେ ସେ ଦିଗରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦଳର ବ୍ଲକ ସଭାପତି ରଘୁନାଥ ଲେଙ୍କାଙ୍କ ଅଧ୍ୟକ୍ଷତାରେ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ହରେକୃଷ୍ଣ ପାଢୀ, ଶରତଚନ୍ଦ୍ର ମହାନ୍ତି, ବିନୋଦ ନାୟକ, ସୁଶାନ୍ତ ନାୟକ, ପ୍ରଦୀପ ମଲ୍ଲିକ, ବିଦ୍ୟାଧର ରାଉତ, ଦୟାନିଧି ମିଶ୍ର, ଏମଡି ଫକିରୁଦ୍ଦିନ, ସଂଜିବ ମଲ୍ଲିକ, ସାରଦା ପ୍ରସନ୍ନ ସାହୁ, ଫକିର ଜେନା, ଦିଲ୍ଲୀପ ସାହୁ, ବ୍ଲକ ଯୁବ ବାହିନୀ ସଂଯୋଜକ ସଂଗ୍ରାମ ନାୟକ ପ୍ରମୁଖ ଯୋଗଦେଇ ଯୁବ ବାହିନୀର କାର୍ଯ୍ୟଧାରା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବ୍ଲକର ବିଭିନ୍ନ ପଞ୍ଚାୟତର ବିଜୁ ଯୁବ ବାହିନୀର ସଭାପତି, ସଂପାଦକ ଏଥିରେ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *