ad
କେନ୍ଦୁଝର

ବିଜୁ ଯୁବବାହିନୀକୁ କ୍ରୀଡା ଉପକରଣ ବଣ୍ଟନ

ହାଟଡ଼ିହି, ୧୫ / ୧ (ଓଡ଼ିଆ ପୁଅ) : ହାଟଡିହି ବ୍ଲକ କାର୍ଯ୍ୟାଳୟ ପରିସରରେ ବିଜୁ ଯୁବବାହିନୀ ସଦସ୍ୟ ମାନଙ୍କୁ ଖେଳ ଉପକରଣ ବଣ୍ଟନ କରାଯାଇଛି। ଏଥିଲାଗି ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ବିମ୍ବାଧର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଗଣଶିକ୍ଷାମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ମାୟାଧର ଜେନା, ପୁର୍ବତନ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା, ବ୍ଲକ ଉପାଧ୍ୟକ୍ଷ ନରେନ୍ଦ୍ର ନାୟକ, ବିମଳ କିଶୋର ଜେନା ପ୍ରମୁଖ ଯୋଗଦେଇ ବିଜୁ ଯୁବବାହିନୀର କ୍ରୀଡା ନୈପୁଣ୍ୟତା ପ୍ରଦର୍ଶନ କରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ। ଆଜିର ଯୁବକମାନେ ସମାଜପ୍ରତି ଅଙ୍ଗିକାର ବଦ୍ଧତା ହେବା ଉପରେ ବିଧାୟକ ମତପୋଷଣ କରିଥିଲେ। ଏହି ଅବସରରେ ସମଣା, ଷଡଙ୍ଗ, ସୁଲଣ, ସଢ଼ା, ଓରାଳି ପ୍ରଭୃତି ପଞ୍ଚାୟତର ବିଜୁ ଯୁବବାହିନୀର କର୍ମକର୍ତ୍ତାଙ୍କୁ କ୍ରୀଡା ଉପକରଣ ବଣ୍ଟନ କରାଯାଇଥିଲା। ବି.ଏସ.ଏସ.ଓ ଶରତ କୁମାର ନାୟକ, ବିଜୁ ଯୁବବାହିନୀ ବ୍ଲକ ସଂଯୋଜକ ଜଗନ୍ନାଥ ନାୟକଙ୍କ ସମେତ ବିଜୁ ଯୁବବାହିନୀର କର୍ମକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top