ଓଡ଼ିଶା

ବିଜୁ ମହିଳା ଜନତା ଦଳର ନୂଆ କର୍ମକର୍ତ୍ତା

ଭୁବନେଶ୍ୱର, ୧୭/୮/୨୦୧୮(ଓଡ଼ିଆ ପୁଅ) : ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଜୁ ମହିଳା ଜନତା ଦଳକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ପାଇଁ ମହିଳା ବିଜେଡି ରାଜ୍ୟ ସଭାନେତ୍ରୀ ତଥା ବିଞ୍ଝାରପୁର ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କ ସୁପାରିସ କ୍ରମେ ବିଜୁ ମହିଳା ଜନତା ଦଳକୁ ସଂପ୍ରସାରଣ କରି ରାଜ୍ୟ ପରିଚାଳନା କମିଟିରେ ଅତିରିକ୍ତ ୩ଜଣ ଉପ-ସଭାପତି, ଜଣେ ସାଧାରଣ ସଂପାଦକ, ୭ଜଣ ସଂପାଦକଙ୍କୁ ସଦସ୍ୟ ଭାବେ ମନୋନୀତ କରିଥିବା ବେଳେ ନୂତନ ଭାବେ ମୟୁରଭଞ୍ଜ ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତି, ଢେଙ୍କାନାଳ ଜିଲ୍ଲା ସଭାପତି ଏବଂ ସୁନ୍ଦରଗଡ଼ ଜିଲ୍ଲା କାର୍ଯ୍ୟକାରୀ ସଭାପତିଙ୍କୁ ମନୋନୀତ କରିଛନ୍ତି।

ରାଜ୍ୟ କମିଟିରେ ଉପ-ସଭାପତି ଭାବେ ଶ୍ରୀମତୀ ଭାରତୀ ଦାସ, ରେଣୁବାଳା ପ୍ରଧାନ ଓ ସାଗରିକା ମିଶ୍ର, ସାଧାରଣ ସଂପାଦକ ଭାବେ ଜ୍ୟୋତିର୍ମୟୀ କବାଟ, ସଂପାଦକ ଭାବେ ଶ୍ରାବଣୀ ଦାସ, ସୀମା ଦାସ, ତନୁଜା ମହାନ୍ତ, ମିନତୀ ଦେବତା, ଉଷା ପ୍ରଧାନ, ମାନସୀ ମହାକୁଡ଼, ଶ୍ରୀମତୀ ସ୍ମୃତିସୁଧା ଆଚାର୍ଯ୍ୟଙ୍କୁ ମନୋନୀତ କରାଯାଇଥିବା ବେଳେ ମୟୁରଭଞ୍ଜ ଜିଲ୍ଲା-୧ ପାଇଁ ସଭାପତି ଭାବେ ବୀଣାପାଣି ସାହୁ ଓ କାର୍ଯ୍ୟକାରୀ ସଭାପତି ଭାବେ ସବିତା ବେହେରା, ମୟୁରଭଞ୍ଜ ଜିଲ୍ଲା-୨ ପାଇଁ ସଭାପତି ଭାବେ ମମତା ମହାନ୍ତ ଓ କାର୍ଯ୍ୟକାରୀ ସଭାପତି ଭାବେ ଭାରତୀ ହେମ୍ବ୍ରମ୍‌, ଢେଙ୍କାନାଳ ଜିଲ୍ଲା ସଭାପତି ଶ୍ରୀମତୀ ସାଇଶ୍ରୀ ପଟ୍ଟନାୟକ ଏବଂ ସୁନ୍ଦରଗଡ଼ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ଆରତୀ ଚୌଧୁରୀଙ୍କୁ ମନୋନୀତ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top