ad
ଓଡ଼ିଶା

ବିଜୁ ବାବୁଙ୍କ ପୁଣ୍ୟ ଜୟନ୍ତୀରେ ନବୀନ ବାବୁଙ୍କୁ ପଦେ

– ସମୀର ଦେ

କଳିଙ୍ଗର ବରପୁତ୍ର, ଓଡିଆ ମାନଙ୍କ ଗର୍ବ ଓ ଗୌରବର ପ୍ରତୀକ ବିଜୁ ବାବୁଙ୍କ ୧୦୩ ତମ ପୁଣ୍ୟ ଜୟନ୍ତି ଅବସରରେ ତାଙ୍କ ପ୍ରତି ମୁଁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। କଟକ ମାଟି ସହିତ ବିଜୁ ବାବୁଙ୍କର ଥିବା ଅତୁଟ ସମ୍ପର୍କ ଆଜି ମଧ୍ୟ ମନରେ ଉଜ୍ଜିବୀତ ହୋଇରହିଛି। ସ୍ୱର୍ଗତଃ ଗଢା ହୋଇଥିବା ଦଳ ସମ୍ପ୍ରତି ନିତି ଆଦର୍ଶର ବିପରିତ ଦିଗରେ। ବିଜୁ ବାବୁଙ୍କ ଅନୁଗତ ଆଜି ଦଳରୁ ବିତାଡିତ ଏବଂ ବିଜୁ ବାବୁଙ୍କୁ ସେତେବେଳେ ବିରୋଧ କରୁଥିବା ଲୋକ ଆଜି ଦଳର ସର୍ବେସର୍ବା। ସବୁଠୁ ଦୁର୍ଭାଗ୍ୟଜନକ କଥା ହେଲା ଲୋକ ମାନଙ୍କ ସହ ବିଜୁ ବାବୁ ସିଦା ସଳଖ ମିଶିବା ସହ ନିଜେ ଶାସନ କରୁଥିବା ସମୟରେ ଅମଲାତନ୍ତ୍ରୀଙ୍କୁ ଲୋକ ପ୍ରତିନିଧିଙ୍କ ଅଧିନରେ କାମ କରାଉଥିଲେ ଆଜି ପୁତ୍ର ନବୀନ ବାବୁଙ୍କ ସାଶନ ରେ ଏହାର ବ୍ୟତିକ୍ରମ ଦେଖା ଦେଇଛି। ବିଜୁ ବାବୁଙ୍କ ନାମରେ ନାମିତ ବିଭିନ୍ନ ଯୋଯନା ତଥା ଗଠିତ ବିଜୁ ଯୁବ ବାହିନୀ ପ୍ରବାଦ ପୁରୁଷଙ୍କ ଆଦର୍ଶକୁ ଦୈନଦିନ ଅପଚୟ କରିବାରେ ବ୍ୟସ୍ତ, ଯାହାର ସଦ୍ୟତମ ଉଦାହରଣ ପ୍ରତିଦିନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ରେ ପୃଷ୍ଠା ମଣ୍ଡନ କରୁଛି। ଦିର୍ଘ ୧୯ ବର୍ଷ ଧରି ହେଉଥରବା ସାଶନର ଅପବ୍ୟବହାର ଏବଂ ରାଜ୍ୟ ସରକାର – ଶିଳ୍ପପତିଙ୍କ ମଧୁଚନ୍ଦ୍ରିକା ରେ ସେମାନଙ୍କୁ ଗୋଡି ମାଟି ମୁଲ୍ୟରେ ଜମି ଯୋଗାଇ ଦେଉଥିବା ବେଳେ ବିଜୁ ବାବୁଙ୍କ ପାଇଁ ପୁତ୍ର ନବୀନ ବାବୁ ଏ ପର୍ଯ୍ୟନ୍ତ ଖଣ୍ଡେ ଜାଗା ଯୋଗାଇଦେବା ବୋଧହୁଏ ତାଙ୍କ ଆଭ୍ୟନ୍ତରୀଣ ଚିନ୍ତା ଜଗତ ବାହରେ। ମୋର ନବୀନ ବାବୁଙ୍କୁ ଗୋଟେ ବିଶେଷ ଅନୁରୋଧ, ଭୂମିପୁତ୍ର ତ ଆଉ ନାହାନ୍ତି ତାଙ୍କ ବିରତ୍ୱକୁ ବଖାଣୁଥିବା କିଛି ସ୍ମୃତି ଆଜି ଆମ ପାଖରେ ଥାଇ ମଧ୍ୟ ତାହା ଅଲୋଡା ଓ ଅପହଂଚ କାହିଁକି? ଝଡ ବାତ୍ୟାକୁ ଭ୍ରୁକ୍ଷେପ ନକରି ଆକାଶର ବକ୍ଷ ଚିରି ଗତିମାନ ଡାକୋଟା ବିମାନ ଆଜି କଡ ଲେଉଟାଇ (ଭଗ୍ନାବଷେଶ) ପଡିରହିଛି। କଟକିଆଙ୍କର ବିଜୁ ବାବୁଙ୍କ ପ୍ରତି ଥିବା ସ୍ନେହ ଓ ଭଲପାଇବା କୁ ବଳବତ୍ତର ରଖିବାକୁ ହେଲେ ବିଜୁ ବାବୁଙ୍କ ଜୀବନ ସହ ଜଡିତ ପ୍ରତ୍ୟେକଟି ଜିନିଷ ଆମ କଟକିଆଙ୍କ ପାଇଁ ଅମୁଲ୍ୟ ରତ୍ନ ମନେକରି ସେସବୁକୁ କଟକ ଫେରାଇ ଆଣିବାକୁ ନିବେଦନ। ଜଦି ଆପଣଙ୍କ ଅର୍ଥ ପେଡିରେ ଏହି ସବୁ ପ୍ରତି ଅର୍ଥ ନିଅଂଟ ତେବେ ଆମେ କଟକିଆ ଘର ଘର ବୁଲି ଅର୍ଥ ଆଦାୟ କରି ଆପଣଙ୍କୁ ଦେଉଛୁ। ଆଜିର ଦିନରେ ବିଜୁ ବାବୁଙ୍କ ପ୍ରିୟ ଡାକୋଟା ବିମାନକୁ ଭଙ୍ଗାରକୁ କିଲୋ ଦରରେ ବିକ୍ରି କରିବାର ଖବର ଆମ ଓଡିଆ ମାନଙ୍କ ସ୍ୱାଭିମାନକୁ ବିକିଦେବା ସହ ସମାନ। ବିଜୁ ବାବୁଙ୍କ ନାମରେ ଚଳଚିତ୍ର ନିର୍ମାଣ କରି ସସ୍ତା ଲୋକପ୍ରିୟତା ସାଉଁଟିବା ପରିବର୍ତେ ଯଦି ଜତ୍ନ ସହକାରେ ତାଙ୍କ ନିତ୍ୟ ବ୍ୟବହୃତ ସାମଗ୍ରୀକୁ ଏକ ସଂଗ୍ରହାଳୟରେ ସାଇତି ରଖିବାକୁ ସମସ୍ତ କଟକ ବାସୀଙ୍କ ତରଫରୁ ନିବେଦନ ଏବଂ ଏହାହିଁ ହେବ ବିଜୁ ବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top