ଓଡ଼ିଶା

ବିଜୁ ପଟ୍ଟନାୟକଙ୍କ ଦ୍ୱାରା ସ୍ଥାପିତ ବହୁ ଶିଳ୍ପ କାରଖାନା ବନ୍ଦ ହୋଇଯିବା ଶାସକ ବିଜେଡିର ଅପାରଗତାକୁ ଦର୍ଶାଉଛି : ବିଜେପି

ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗ ସମୀକ୍ଷା ପ୍ରସଙ୍ଗରେ:
– ଓଡିଶାକୁ ‘ଇଜ ଅଫ ଡୁଇଙ୍ଗ ବିଜନେସ୍’ର ପେଣ୍ଠ ସ୍ଥଳୀ ଭାବେ ଘୋଷଣା କରି ଓଡିଶା ଦେଶର ପୁଂଜିନିବେଶ ପାଇଁ ସବୁଠୁ ପ୍ରକୃଷ୍ଟ ସ୍ଥାନ ବୋଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେତେ ସଫଳ ହୋଇଛି ?

ଭୁବନେଶ୍ୱର ୧୩ ମଇ (ଓଡ଼ିଆ ପୁଅ) ଶାସକ ବିଜେଡି ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନାମରେ ଗଠିତ। ସେହି ବିଜୁ ବାବୁଙ୍କ ଉଦ୍ୟମରେ ସେ ସମୟରେ ସ୍ଥାପିତ ବହୁ କଳ କାରଖାନା ଆଜି ବନ୍ଦ ହୋଇ ପଡିଛି। ବଡବିଲଠାରେ ନିର୍ମିତ କଳିଙ୍ଗ ଆଇରନ ଓ ଷ୍ଟିଲ, ଚୌଦ୍ୱାରଠାରେ ଓଟିଏମ, ବଲାରପୁର ପେପର ମିଲ ବନ୍ଦ ହୋଇଯିବା ଶାସକ ବିଜେଡି ମୁଖିଆଙ୍କ ଅପାରଗତା ନୁହେଁ କି ବୋଲି ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି। ସେହିପରି ରାଜ୍ୟର ସର୍ବପୁରାତନ କଳିଙ୍ଗ ଷ୍ଟୁଡିଓ ୧୯୯୯ ମସିହା ମହାବତ୍ୟା ପରେ ବନ୍ଦ ହୋଇଯିବା ରାଜ୍ୟ ସରକାରଙ୍କ ଚଳଚିତ୍ର ଶିଳ୍ପ ପ୍ରତି ସଂପୂର୍ଣ୍ଣ ବୈମାତୃକ ମନୋଭାବ ପ୍ରଦର୍ଶନ ଅଟେ। ‘ଇଜ ଅଫ ଡୁଇଙ୍ଗ ବିଜନେସ୍’ର ପେଣ୍ଠ ସ୍ଥଳୀ ଭାବେ ଘୋଷଣା କରି ଓଡିଶାକୁ ପୁଂଜିନିବେଶ ପାଇଁ ସବୁଠୁ ପ୍ରକୃଷ୍ଟ ସ୍ଥାନ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରି ୨୦୧୯-୨୦ ସୁଦ୍ଧା ୧ ଲକ୍ଷ ୭୩ ହଜାର କୋଟିର ପୁଜିଂ ନିବେଶ ସହ ୩ ଲକ୍ଷ ଶିଳ୍ପ ଭିତିକ ନିଯୁକ୍ତିର ପ୍ରତିଶୃତି ଦେଇଥିଲେ। ଏହା କେବଳ ଘୋଷଣାରେ ସୀମିତ ହୋଇ ରହିଛି ନା ଏହାର କୈାଣସି ଅଗ୍ରଗତି ହୋଇଛି ? ୨୦୧୫ ମସିହାରେ ପ୍ରସ୍ତାବିତ ଡେରାଶରେ ସାମୁଦ୍ରିକ ଖାଦ୍ୟ ପାର୍କ, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଜାଂମରେ ସମନ୍ୱିତ ବୟନ ଶିଳ୍ପ ପ୍ରକଳ୍ପ, ଭଦ୍ରକରେ ଫୁଡ ପାର୍କ, ରାୟଗଡା ଓ ଅନୁଗୁଳରେ ଆଲୁମିନିୟମ ପାର୍କର ବାସ୍ତବ ସ୍ଥିତି କଣ ? ୨୦୦୦ ମସିହା ଠାରୁ ୨୦୧୫ ମଧ୍ୟରେ ଖଣିଜଭିତିକ ଭାରି ଶିଳ୍ପ ସ୍ଥାପନା ପାଇଁ ସ୍ୱାକ୍ଷରିତ ୯୨ଟି ବୁଝାମଣା ପତ୍ର ମଧ୍ୟରୁ କେବଳ ୩ଟିରେ ପୂର୍ଣ୍ଣ ଉତ୍ପାଦନ କରୁଥିବାବେଳେ ଅନ୍ୟ ଗୁଡିକର ସ୍ଥିତି କଣ ରହିଛି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top