ପୁରୁଷୋତ୍ତମପୁର, ୧/୯ (ଓଡିଆ ପୁଅ/ସୁଦାମ ମହାରଣା) କବି ସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ପୁରୁଷୋତ୍ତମପୁର ବ୍ଲକର ୧୧ ଗୋଟି ପଞ୍ଚାୟତର ୩୦ ଜଣ ହିତାଧିକାରୀଙ୍କୁ ବିଜୁ ପକ୍କାଘରର କାର୍ଯ୍ୟାଦେଶ ବ୍ଲକ ସମ୍ମଳନୀ କକ୍ଷରେ ବଣ୍ଟନ କରାଯାଇଛି। ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସ୍ନେହ ଲତା ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟା ଦେଶକୁ ବଣ୍ଟନ କରିଥିବା ବେଳେ ବିଡିଓ ପି.ଅନ୍ବେଷା ରେଡି, ବ୍ଲକ ଅଧ୍ୟକ୍ଷ,ଏବିଡିଓ ମଧୁସୂଦନ ମହାରଣା, ଜିଲ୍ଲା ପରିଷଦ ସଭ୍ୟ ପି.ନାରାୟଣ ରାଓ ଓ ବ୍ଲକ କରମଚାରୀ ଉପସ୍ଥିତ ଥିଲେ। ବିଡିଓ ହିତାଧିକାରୀଙ୍କୁ ସରକାରଙ୍କ ଧାର୍ଯ୍ୟ ସମୟରେ କାର୍ଯ୍ୟ ସମ୍ପାଦନ କଲେ ଅତିରିକ୍ତ ୨୦ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନର ସୂଚନା ଦେଇଥିଲେ। ଏହାସହିତ ଅନ୍ୟାନ୍ୟ ଯୋଜନା ବିଷୟରେ ଅବଗତ କରାଇଥିଲେ।

Loading...