ଭୁବନେଶ୍ୱର, ୧୨/୭/୨୦୧୮ (ଓଡ଼ିଆ ପୁଅ) : ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲା ବିଜେଡି କମିଟିକୁ ପୁନର୍ଗଠନ କରି ନୂତନ କର୍ମକର୍ତ୍ତାଙ୍କୁ ନିଯୁକ୍ତ ଦେଇଛନ୍ତି।
ଜିଲ୍ଲା ବିଜୁ ଜନତା ଦଳ ସଭାପତି ଭାବେ ମାଲକାନଗିରି ବିଧାୟକ ମାନସ ମାଡ଼କାମୀଙ୍କୁ ନିଯୁକ୍ତି ଦେଇଥିବା ବେଳେ ଜିଲ୍ଲା କମିଟିର ଉପଦେଷ୍ଟା ମଣ୍ଡଳୀରେ ସର୍ବଶ୍ରୀ ନନୀ ଗୋପାଳ ଦାସ, ରମେଶ ପଟ୍ଟନାୟକ, ଭାସ୍କର ରାଓ, ଶଶୀଭୂଷଣ ପଣ୍ଡା, ରାଜେନ୍ଦ୍ର ପଣ୍ଡା, କୁଳମଣୀ ସ୍ୱାଇଁ, ଗୌରଚନ୍ଦ୍ର ସୁଗ୍ରୀ, ସୁବାଷ ମିସ୍ତ୍ରୀ, ପି. କ୍ରିଷ୍ଣା ରାଓ, ଶିବ ଖେମୁଡୁ, ମୁଚେଲ ରାଓ ଏବଂ କାର୍ଯ୍ୟକାରୀ ସଭାପତି ଗଣେଶ ମଣ୍ଡଳଙ୍କୁ ନିଯୁକ୍ତି ଦେଇଛନ୍ତି। ସେହିପରି ଉପ-ସଭାପତି ଭାବେ ସର୍ବଶ୍ରୀ ପ୍ରଫୁଲ୍ଲ ପଣ୍ଡା, ମନୋଜ କୁମାର ପ୍ରଧାନ, ବିରଞ୍ଚି ବାରିକ, ଚମ୍ପତି ସଗରିଆ, ପାରିତୋଷ ସରକାର, ସି.ଏଚ୍. ଆଙ୍ଗଲି, ସୁରେନ୍ଦ୍ର ନାଥ ରଥ, ମହେଶ୍ୱର ପଲେଇ, ସାଧାରଣ ସଂପାଦକ ଭାବେ ପ୍ରଭାକର ପ୍ରଧାନ, ସଂପାଦକ ଭାବେ ମୁନା ତ୍ରିପାଠୀ, ପ୍ରଭାକର ସୁନା, ସୁବ୍ରତ ମଣ୍ଡଳ, ଶୁଭେନ୍ଦୁ ପଟ୍ଟନାୟକ, ବିଶ୍ୱନାଥ ରେଡ୍ଡୀ, ନାକା ନକୁଳ ରାଜୁ, ରବୀନ୍ଦ୍ର ପାଢ଼ୀ, ବି. କାମେଶ୍ୱର ରାଓ, ଦିଲ୍ଲୀପ ବିଶ୍ୱାସ (କାଲିମେଳା), କାର୍ତ୍ତିକ ଦେବନାଥ, ନିରୋଦ ମିସ୍ତ୍ରୀ, ହୃଦାନନ୍ଦ ସାହୁ, କୋଷାଧ୍ୟକ୍ଷ ଭାବେ ପ୍ରୀତିପାଲ୍ସିଂହ, ସହ-କୋଷାଧ୍ୟକ୍ଷ ଭାବେ ବାଳକୃଷ୍ଣ ପ୍ରଧାନ, ସାଂଗଠନିକ ସଂପାଦକ ଭାବେ ସଂଜୀବ ପଣ୍ଡା, ଜୀବନ ସାହୁ, ବିଭାଂଶୁ ସାମଲ, ଦିଲ୍ଲୀପ ବିଶ୍ୱାସ(କୋରକୋଣ୍ଡା), ଶିବ ମାଛ, ଶୁଭ୍ରାଂଶୁ ଶେଖର ସାହୁ, ଅନୁପ ଗୋଲଦାର, ସୁବୋଧ ମିସ୍ତ୍ରୀ, ଅଶୋକ ପାଲ୍, ବାବୁଲି ମହାପାତ୍ର, ମେଶକ ରବି ମଦ୍ରି, ବିପ୍ଳବ ବିଶ୍ୱାସ, ଭଗବାନ ସାହୁ, ଗୋକୁଳ ସିକ୍ଦାର, ଇନ୍ଦୁ ସର୍ଦାର, ଅଶୋକ ପରିଡ଼ା, ନିମାଇ ଚରଣ ଦାସ, ବାବୁଲା ସାମଲ, ମଦନ ଖୋସଲା, ଦାନିଏଲ୍ପୋଟ୍ଲା, ବି. ବାଲ୍ରାଜୁଙ୍କୁ ନିଯୁକ୍ତ କରିଛନ୍ତି ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍ଇସ୍ତାହାରରେ ଜଣାଇଛନ୍ତି।
