ଜିଲ୍ଲା ପରିକ୍ରମା

ବିଜୁ ଜନତା ଦଳ ପକ୍ଷରୁ ପଦଯାତ୍ରା

ବାହାନଗା/ବାଲେଶ୍ୱର, ୦୮/୧୧(ଓଡ଼ିଆ ପୁଅ/ ଭାରତୀ ଦାସ)- ବାହାନଗା ବ୍ଲକର ଅଭଣା, ବିଷ୍ଣୁପୁର, ଆରୁହାବାଡ଼, ବରିପଦା ପଞ୍ଚାୟତରେ ବିଜୁଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଖରାସାହାପୁର ମାଟିଆ ମଙ୍ଗଳା ଠାରୁ ଆରମ୍ଭ ହୋଇଥିବା ପଦଯାତ୍ରାରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ଶ୍ରୀଯୁକ୍ତ ଅର୍ଜ୍ଜୁନ ଚରଣ ସେଠୀ ଓ ସମ୍ମାନିତ ଅତିଥିଭାବେ ସ୍ଥାନୀୟ ବିଧାୟକ ପର୍ଶୁରାମ ଧଡ଼ା ଯୋଗ ଦେଇଥିଲେ। ପଦଯାତ୍ରାରେ ବରିପଦା ସରପଞ୍ଚ ନିବେଦିତା ନାୟକ, ସମିତି ସଭ୍ୟା ଲାବଣ୍ୟ ଲତା ଦାଶ, ଆରୁହାବାଡ଼ ସରପଞ୍ଚ ଶିଶିର କୁମାର ଅଗସ୍ତି, ଅଭଣା ସରପଞ୍ଚ ଦୟାନିଧି ମାଝିଙ୍କ ସହ ବିଜେଡ଼ି ବ୍ଲକ ସଭାପତି ଅଜୟ କୁମାର ପଣ୍ଡା, ଯୁବନେତା ଅଶ୍ୱନୀ ମହାପାତ୍ର, ମହିଳା ନେତ୍ରୀ ସବିତା ଅଗସ୍ତି, ଛାୟାଲତା ପଣ୍ଡା, ପୂର୍ବତନ ଜିଲ୍ଲା ପରିସଦ ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ଦାଶ, ରମାକାନ୍ତ ଦାଶ, ଯୋଗେଶ ପତି, ଗୌରୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ପଦଯାତ୍ରା ରୁପଖଣ୍ଡ, ଅଭଣା, ବିଷ୍ଣୁପୁର, ଆରୁହାବାଡ଼ ପରିକ୍ରମା କରି ବରିପଦା ପଞ୍ଚାୟତର ବରିପଦା ପଞ୍ଚାୟତର ଜଗନ୍ନାଥପୁର ଠାରେ ଶେଷ ହୋଇଥିଲାା ଏହି ପଦଯାତ୍ରା ଅବସରରେ ବିଭିନ୍ନ ଛକ ମାନଙ୍କରେ ପଥପ୍ରାନ୍ତ ସଭାରେ ମାନ୍ୟବର ସାଂସଦ ଓ ବିଧାୟକ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖି ଯୋଜନା ବାବଦରେ ସମ୍ବୋଧିତ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top