ବିଜୁ ଜନତା ଦଳ ପକ୍ଷରୁ ଇଦ୍ ଉପଲକ୍ଷେ ସଦ୍ ଭାବନା କାର୍ଯ୍ୟକ୍ରମ

କଟକ, ୧୯ା୬ (ଓଡ଼ିଆ ପୁଅ) :କାଫଲା ବଜାରଠାରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଇଦ୍ ଉପଲକ୍ଷେ ସଦ୍ ଭାବନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଜୁ ଛାତ୍ର ଜନତା ଦଳ ଜିଲା କାର୍ଯ୍ୟକାରୀ ସଭାପତି ଆସିଫ ଅମିନ୍ ଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ, ସମ୍ମାନିତ ଅତିଥି ଭାବେ ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ତଥା ସଂଖ୍ୟା ଲୁଘ ସଭାପତି ମୁନ୍ନା ଖାଁ, ରାଜ୍ୟ ଶ୍ରମିକ ବୋର୍ଡର ଅଧ୍ୟକ୍ଷ୍ୟ ସୁବାସ ସିଂ, ବିଜୁ ଛାତ୍ର ଜନତା ଦଳ ରାଜ୍ୟ କାର୍ଯ୍ୟକାରୀ ସଭାପତି ଦେବୀରଞ୍ଜନ ତ୍ରିପାଠୀ, ଅଭିନେତା ଅରିନ୍ଦମ ରାଏ, ୱାକଫ ବୋର୍ଡ ଚେୟାରମ୍ୟାନ୍ ଏକ୍ରାମ ହୁସେନ ଯୋଗଦେଇଥିଲେ। ୧୦୦୦ ବର୍ଷର ଭାଇଚାରାର ସହର କଟକ ଏଠାରେ ଦୁର୍ଗାପୂଜା ହେଉ କି ରଜ କିମ୍ବା ଇଦ ହେଉ ସବୁ ଧର୍ମ ବର୍ଗର ଲୋକେ ମିଳିମିଶି ପାଳନ କରନ୍ତି। ଏହି କାର୍ଯ୍ୟକ୍ରମରେ ସବୁ ଧର୍ମର ଲୋକ ଯୋଗଦେଇ ଭାତୃତ ଭାବର ପ୍ରମାଣ ଦେଇଛନ୍ତି ବୋଲି ଅତିଥିମାନେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସାହି ସମ୍ପାଦକ ତାପସ ପ୍ରହରାଜ, ଯୁବ ବିଜେଡ଼ି ଜିଲା ସଭାପତି ଜ୍ଞାନେନ୍ଦ୍ର ଗିରିଗୋସ୍ୱାମୀ, ଜିଲା ବିଜେଡ଼ି କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ସିଂହ, କର୍ପୋରେଟର ରମଜାନ ଖାଁ, ରଞ୍ଜନ ବିଶ୍ୱାଳ, ନଗର ସଭାପତି ମଧୁସୂଦନ ସାହୁ, ଆକବର ଅଲ୍ଲୀ, ଜନ୍ ସନ୍ ମହାପାତ୍ର, ରମଜାନ୍ ଖାନ୍, ଛାତ୍ର ସାଧାରଣ ସମ୍ପାଦକ ସନ୍ତୋଷ ମହାପାତ୍ର, ଉପସଭାପତି ମଞ୍ଜିତ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *