ବିଜୁଳି ଖେଳୁଛି ଲୁଚକାଳି ଆନ୍ଦୋଳନ ର ଚେତାବନୀ

ତୁରୁମୁଙ୍ଗା ୧୨/୬(ଓଡ଼ିଆ ପୁଅ/ସନ୍ତୋଷ ପତି)କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଅଞ୍ଚଳରେ ଏବେ ବିଜୁଳି ଲୁଚକାଳି ଖେଳ ଖେଳୁଛି ବର୍ଷା ପବନ ହେଉ କି ନ ହେଉ ବିଦ୍ୟୁତ କାଟ ହେଉଛି। ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ସାମାନ୍ୟ ବର୍ଷା ହେଲେ ବିଦ୍ୟୁତ କାଟି ଦେଉଛନ୍ତି ଯେ ଆଉ ଦେବାର ନା ଗନ୍ଧ ଧରୁନାହାନ୍ତି। ବିଦ୍ୟୁତ କାଟ ଯୋଗୁଁ ଅଞ୍ଚଳ ବାସୀ ଅତିଷ୍ଠ ହୋଇପଡିଲେଣି ଏପରି କି ବିଦ୍ୟୁତ କାଟ ଯୋଗୁଁ ଆଗାମୀ ଦିନ ରେ ଉପଭକ୍ତା ଆଇନ କୁ ହାତକୁ ନେବାକୁ ଚେତାବନୀ ମଧ୍ୟ ଦେଲେଣି ପ୍ରକାଶ ଥାଉ କି ତୁରୁମୁଙ୍ଗା ସବ ଷ୍ଟେସନ ଅଧିନ ରେ ଘଣ୍ଟାକୁ ୨୦ ଥରରୁ ଉର୍ଦ୍ଧ୍ୱ ବିଦ୍ୟୁତକାଟ ହେବା ଦେଖିବାକୁ ମିଳୁଛି ଫଳରେ ଉପଭକ୍ତା ନାହିଁ ନଥିବାର ଅସୁବିଧା ରେ ସମ୍ମୁଖୀନ ହେବା ସହିତ ପିଲାଙ୍କ ପାଠ ପଢ଼ା ରେ ବ୍ୟାଘାତ ସୃଷ୍ଟି ହେଉଛି। ଏ ବିଦୁତ କାଟ କୁ ନେଇ ଏବେ ଅଞ୍ଚଳରେ ଜନ ଆନ୍ଦୋଳନ ର ତୀବ୍ର ରୂପ ନେଲାଣି। ବିଦ୍ୟୁତ କାଟ ସମ୍ପର୍କରେ ବିଭାଗୀୟ ଅଧିକାରୀ ଙ୍କୁ ଫୋନ କଲେ ବିଭାଗୀୟ ଅଧିକାରୀ ନିଜ ସରକାରୀ ମୋବାଇଲ ନମ୍ବର କୁ ଅତି ଚତୁରତାର ସହିତ କଣ କରିଦେଉଛନ୍ତି ଯେ ଏହି ନମ୍ବର ମହଜୁଦ ନେହିଁ ହେ ବୋଲି ମୋବାଇଲ ରେ ପ୍ରତି ଉତ୍ତର ଆସୁଛି। ହେଲେ ସବୁଠାରୁ ରୋମାଞ୍ଚକର କଥା ହେଲା ବିଦୁତ କାଟ ପରେ ବିଦ୍ୟୁତ ଆସିଲେ ସେହି ସରକାରୀ ବାବୁଙ୍କ ସରକାରୀ ମୋବାଇଲ ରିଙ୍ଗ ହେଉଛି। ସାମନ୍ୟ ବର୍ଷା କିମ୍ବା ବିଜୁଳି ଘଡଘଡି ମାରିଲେ ଫ୍ୟୁଜ ଉଡିଯାଉଛି ବୋଲି ଏସ୍ଡ଼ିଓ ସଫେଇ ଦେଉଛନ୍ତି। ଏଥି ପ୍ରତି ବିଭାଗୀୟ ଉଚ୍ଚପ୍ରଦସ୍ଥ କର୍ମଚାରୀ ଦୃଷ୍ଟି ଦେଇ ୨୪ ଘଣ୍ଟା ବିଦ୍ୟୁତ ଯୋଗାଇଦେବାକୁ ଦାବି ହେଉଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନ ରେ ସବଷ୍ଟେସନ ଅଫିସ ଘେରାଉ କରିବା ସହିତ ଉପଭକ୍ତା ମାନେ ଜାତୀୟ ରାଜପଥ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *