ବିଜୁବାବୁଙ୍କ ୨୧ତମ ତିରୋଧାନ ଦିବସ ପାଳିତ 

କୋରାପୁଟ ; ତା୧୭-୦୪-୧୮(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ସଦର ମହକୁମାଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟନାୟକଙ୍କ ୨୧ ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି ।ବିଜୁ ପାର୍କଠାରେ ଅବସ୍ଥାପିତ ବିଜୁବାବୁଙ୍କ ପ୍ରତିମୂର୍ତିରେ ପୂର୍ବତନ ବିଧାୟକ ଗୁପ୍ତ ପ୍ରସାଦ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁଷ୍ପମାଲ୍ୟାର୍ପଣ କରିଥିଲେ ।ଜିଲ୍ଲା ବିଜେଡି ଉପସଭାପତି ତ୍ରୀପୁରାରୀ ଗରଡା , ଜିଲ୍ଲା ପରିଷଦ ସଭାପତି ପ୍ରଭୁ ଜାନି , ବରିଷ୍ଠ ବିଜେଡି ନେତା ରଘୁରାମ ମାଛ ପ୍ରମୁଖ ଯୋଗଦେଇ ପୁଷ୍ପମାଲ୍ୟାର୍ପଣ କରିଥିଲେ ।ଜିଲ୍ଲା ଯୁବ ବିଜେଡି ସଭାପତି ଅମିତ ଅଗ୍ରଓାଲ ,ବିଜେଡି ନଗର ସଭାପତି ଅଶୋକ ଷଣ୍ଢ ,କୋରାପୁଟ ମ୍ୟୁନସିପାଲଟି ଉପାଧ୍ୟକ୍ଷା ସଂଜୁଲତା ରାଉତ , କାଉନସିଲର ଲଲି ବୁରୁଡି , ସୋମନାଥ ପୂଜାରୀ ଓ ଅମ୍ବିକା ଷଣ୍ଢ, ସନ୍ତୋଷ ପଣ୍ଡା ,ଦିଲିପ ରଥ , ଅକ୍ଷୟ କୁମାର ମହାନ୍ତି , ବରେନ୍ଦ୍ର ସାହୁ , ଜୟନ୍ତ ମିଶ୍ର ,ଜିଲ୍ଲା ପରିଷଦ ସଭ୍ୟା ପାର୍ବତୀ ମସ୍ତି , ଲଲାଟ ରଂଜନ ସେଠୀ , ବିନୋଦ ନାୟକ , ନିର୍ମଳ ମହାନ୍ତି ,ରକି ପଣ୍ଡା ପ୍ରମୁଖଙ୍କ ସହ ଅନେକ ବିଜେଡି କର୍ମିମାନେ ଯୋଗଦେଇ ପୁଷ୍ପମାଲ୍ୟାର୍ପଣ କରିଥିଲେ ।କୋରାପୁଟ ବିଜୁ ପାଠ
ଗାରରେ ଜିଲ୍ଲା ଉପସଭାପତି ତ୍ରୀପୁରାରୀ ଗରଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଶ୍ରୀ ଦାସ ଯୋଗଦେଇ ବିଜୁବାବୁ କିପରି ସାହସୀ ଥିଲେ ଓ ଗରୀବ ମହିଳା ଏବଂ ପୁରୁଷଙ୍କ ବିକାଶ ନିମନ୍ତେ ସବୁବେଳେ ଚିନ୍ତାକରି ତାହାକୁ କାମରେ ଲଗାଉଥିଲେ ତେଣୁ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାମ କରିବାକୁ ସେ ଉପସ୍ଥିତ ନେତା ଓ କର୍ମମାନଙ୍କୁ ଆହ୍ୱାନ ଦେଇଥିଲେ ।

Leave a Reply

Your email address will not be published. Required fields are marked *