ଓଡ଼ିଶା

ବିଜୁବାବୁଙ୍କ ସ୍ମୃତି ବିଜଡ଼ିତ କଳିଙ୍ଗ ଲୁହା କାରଖାନା କାର୍ଯ୍ୟକ୍ଷମ କର: ଦିଲିପ ରାୟ

ଭୁବନେଶ୍ୱର, ୨୪-୦୩ (ଓଡ଼ିଆ ପୁଅ) : ବିଜୁ ପଟ୍ଟନାୟକଙ୍କ ଉଦ୍ୟମ କ୍ରମେ କେନ୍ଦୁଝର ଜିଲ୍ଲାର ବଡ଼ବିଲ ଠାରେ ପ୍ରତିଷ୍ଠା କରାଯାଇଥିବା କଳିଙ୍ଗ ଆଇରନ୍ ୱାର୍କସ୍ କାରଖାନା ୨୦୧୫ ଫେବୃଆରୀ ମାସରୁ ବନ୍ଦ ରହିଥିବା ବେଳେ ଆଧୁନିକୀକରଣ ସହ ଏହାକୁ ପୁନଃ କାର୍ଯ୍ୟକ୍ଷମ କରାଇବା ଲାଗି ବିଧାୟକ ଦିଲିପ ରାୟ ପୁଣିଥରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଏହି କାରଖାନା ବନ୍ଦ ହେବା ପୂର୍ବରୁ ଓ ପରେ ବିଧାନସଭାର ସବୁ ଅଧିବେଶନ ବିଧାୟକ ଶ୍ରୀ ରାୟ ଏ ପ୍ରସଙ୍ଗ ଲଗାତର ଭାବେ ଉଠାଇ ଚାଲିଛନ୍ତି। ଏଠାରେ ଉଲ୍ଲେଖନୀୟ ଯେ ବିଜୁ ପଟ୍ଟନାୟକଙ୍କ ସରକାରରେ ଦିଲିପ ରାୟ ଓଡ଼ିଶାର ଶିଳ୍ପ ମନ୍ତ୍ରୀ ଥିଲେ ଓ ପରବର୍ତ୍ତୀ ସମୟରେ ସେ ରାଜ୍ୟସଭାକୁ ଯାଇ ବିଭିନ୍ନ ବିଭାଗର କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି।

ବିଜୁବାବୁଙ୍କ ଉଦ୍ୟମ କ୍ରମେ ବଡ଼ବିଲ ଠାରେ କଳିଙ୍ଗ ଇଣ୍ଡଷ୍ଟ୍ରୀଜ୍ ଲିମିଟେଡ୍ ପ୍ରତିଷ୍ଠା କରାଯାଇଥିଲା। ଏହା ୧୯୬୩ ମସିହାରେ ଇଡ୍ କଲ ନିୟନ୍ତ୍ରଣକୁ ଆସି କଳିଙ୍ଗ ଆଇରନ୍ ୱାର୍କସ ନାମରେ କାର୍ଯ୍ୟ କରୁଥିଲା। ୨୮.୦୨.୨୦୧୫ରୁ ଏହି କାରଖାନାର ଉତ୍ପାଦନ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି। ବିଜୁ ବାବୁଙ୍କ ସ୍ମୃତି ବିଜଡ଼ିତ ଏହି କାରଖାନାକୁ କାର୍ଯ୍ୟକ୍ଷମ କରିବା ଲାଗି ସରକାର କି ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ରାୟ ପ୍ରଶ୍ନ କରିଥିଲେ।

ପୂର୍ବଥର ଭଳି ଏଥର ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପମନ୍ତ୍ରୀ ଅନନ୍ତ ଦାସ ତାଙ୍କ ଉତ୍ତରରେ ଏକ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସହାୟତାରେ ଉକ୍ତ କାରଖାନାକୁ ପୁନଃ କାର୍ଯ୍ୟକ୍ଷମ ଲାଗି ପଦକ୍ଷେପ ନିଆଯାଉଥିବା ଦର୍ଶାଇଛନ୍ତି। ଦୁଇ ବର୍ଷ ଧରି ସରକାରଙ୍କ ପକ୍ଷରୁ ଏଭଳି ଉତ୍ତର ଦିଆଯାଉଥିବା ବେଳେ ଏହି କାରଖାନା ଚଳାନଯିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ରାୟ ଏକ ବିବୃତ୍ତିରେ କହିଛନ୍ତି।

କାରଖାନା ବନ୍ଦ ହେବା ବେଳକୁ ଏଠାରେ ୬୯୦ ଜଣ କର୍ମଚାରୀ/ଶ୍ରମିକ ଥିଲେ ଏବଂ ଏବେ ଏଠାରେ ୨୧୩ ଜଣ କର୍ମଚାରୀ ଥିବା ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡ଼ିଛି। କାରଖାନା ବନ୍ଦ ଥିଲେ ମଧ୍ୟ ଏମାନଙ୍କ ମାସିକ ଦରମା, ଅନ୍ୟାନ୍ୟ ପ୍ରଶାସନିକ ଖର୍ଚ୍ଚ ଓ ଭବିଷ୍ୟନିଧି ଅଂଶ ବାବଦରେ ୮୬, ୮୫, ୨୭୪ ଟଙ୍କା କରି ଖର୍ଚ୍ଚ ହେଉଥିବା ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡ଼ିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top