କେନ୍ଦ୍ରାପଡ଼ା

ବିଜୁଙ୍କ ଘନିଷ୍ଠ ସହଯୋଗି ହରମୋହନ ପତିଙ୍କ ବିୟୋଗ

କେନ୍ଦ୍ରାପଡା ୯/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- କେନ୍ଦ୍ରାପଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗି ହରମୋହନ ପତିଙ୍କର ୮୨ବର୍ଷ ବୟସରେ ଆଜି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଂଚାୟତର ବାଲିଆ (ସିଙ୍ଗିରି)ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ଶ୍ରୀ ପତିଙ୍କ ବିୟୋଗରେ କେନ୍ଦ୍ରାପଡାରେ ଶୋକର ଛାୟା ଖେଳିଯାଇଛି। ଶ୍ରୀ ପତି ଅବିଭକ୍ତ ଭାଗବତପୁର ପଂଚାୟତର ସରପଂଚ, ୧୯୮୪ରୁ ୧୯୮୮ ପର୍ଯ୍ୟନ୍ତ କେନ୍ଦ୍ରାପଡା ବ୍ଲକର ଅଧ୍ୟକ୍ଷ ଭାବେ, ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ୬ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଭାବେ କାର୍ଯ୍ୟ କରିଥିଲେ। ଏଥି ସହିତ ତରାପୁର ଜାଗୁଲାଇ ବିଦ୍ୟାପୀଠର ପ୍ରତିଷ୍ଠାତା, ବାଲିଆ ମହିଳା ମହାବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟ, ବାଲିଆ ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟ ସହିତ ବିଭିନ୍ନ ଶିକ୍ଷା ଓ ସାଂସ୍କୃତିକ ଅନୁଷ୍ଠାନ ସହ ଜଡିତ ଥିଲେ। ଜଣେ ସ୍ୱଛ ରାଜନୈତିକ ବ୍ୟକ୍ତି ଭାବେ ଶ୍ରୀ ପତି ସାଧାରଣରେ ପରିଚିତ ଥିଲେ। ତାଙ୍କ ବିୟୋଗ ଖବର ପାଇ ସାଂସଦ ବୈଜୟନ୍ତ ପଣ୍ଡା, ବିଧାୟକ କିଶୋର ଚନ୍ଦ୍ର ତରାଇ, ରାଜ୍ୟ ଖାଦ୍ୟ କମିଶନର ସଦସ୍ୟା ଡଃ ସିପ୍ରା ମଲ୍ଲିକ, ପୁର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ଅଧ୍ୟାପକ ଅଜୟ କୁମାର ରାଉତ, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ଜନଶକ୍ତି ପାର୍ଟି ଓଡିଶାର ରାଜ୍ୟ ସଭାପତି ପ୍ରଦୀପ କୁମାର ଦାଶ, ଜିଲ୍ଲା ବିଜେପିର ଉପସଭାନେତ୍ରୀ ଉର୍ମିଳା ସେଠୀ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ପ୍ରଦିପ୍ତ ମହାନ୍ତି, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି, ଭଜକୃଷ୍ଣ ରାଉତ, ବାଲିଆ ବଜାର କମିଟି ସଭାପତି ପ୍ରମୋଦ କୁମାର ସାହୁ, ସରପଂଚ ଚିତରଞ୍ଜନ ବେହେରା, ସମାଜସେବୀ ଅଭିମନ୍ୟୁ ରାଉତ, ପ୍ରଫୁଲ୍ଲ ଚନ୍ଦ୍ର ପତି, ଦିଲ୍ଲିପ ଜେନା, ଖଗେଶ୍ୱର ସ୍ୱାଇଁ, ନିରଞ୍ଜନ ସ୍ୱାଇଁ, ଅଧ୍ୟାପକ ଅଜୟ ସାମଲ ପ୍ରମୁଖ ପହଁଚି ଶେଷ ଦର୍ଶନ କରି ଶ୍ରଦ୍ଧାସୁମନ ଜଣାଇଥିଲେ। ଗ୍ରାମ ଶ୍ମସାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିବା ବେଳେ ପୁତୁରା ଉମେଶ ପତି ମୁଖାଗ୍ନି ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top