ବିଛିନ୍ନାଞ୍ଚଳରେ ବିକାଶର ବାଟ ଫିଠାଇଲା ଗୁରୁପ୍ରୀୟା ସେତୁ, ମାଲାକନଗିରି ଜିଲ୍ଲା ପାଇଁ ୧୦୦କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ

ମାଲକାନଗିରି, ୨୭ା୭ (ଓଡିଆ ପୁଅ ) ବିଛିନ୍ନାଞ୍ଚଳବାସୀଙ୍କ ଲାଇଫ ଲାଇନ ଗୁରୁପ୍ରୀୟା ସେତୁକୁ ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଲୋକାର୍ପଣ କରି ବିଛିନ୍ନାଞ୍ଚଳ ବଦଳରେ ଏହାକୁ ସ୍ୱାଭିମାନ ଅଞ୍ଚଳ ଓ ଏହାର ବିକାଶ ପାଇଁ ୧୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ଏକଦା ମାଓବାଦୀଙ୍କ ଚରାଭୂଇଁର ଗଡ ପାଲଟିଥିବା ଏହି ବିଛିନ୍ନାଞ୍ଚଳରେ ଏବେ ମାଓ ସମସ୍ୟା ଦୂର ହେବା ସହିତ ସିଧାସଳଖ ଭାବେ ଆନ୍ଧ୍ରପ୍ରଦେଶ ଓ କୋରାପୁଟ ଜିଲ୍ଲାକୁ ସଡକ ପଥରେ ସଂଯୋଗୀକରଣ ହୋଇପାରିଛି। ଗୁରୁପ୍ରୀୟା ସେତୁ ଦ୍ୱାରା ବିଛିନ୍ନାଞ୍ଚଳରେ ବିକାଶର ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିଛି। ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୧୦୦କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଜିଲ୍ଲାର କେଉଁ ସବୁ ବିକାଶ କାମରେ ଲାଗିବ ସେ ସଂପର୍କରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି, ଦୀର୍ଘ ୫୦ବର୍ଷ ଧରି ବିଛିନ୍ନାଞ୍ଚଳର ଜଳବନ୍ଦି ଜୀବନ ବିତାଉଥିବା ୧୫୧ ଖଣ୍ଡ ଗ୍ରାମବାସୀଙ୍କ ପାଇଁ ଆଉ ଏବେ ବିଛିନ୍ନାଞ୍ଚଳ ନାହିଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏହା ସ୍ୱାଭିମାନ ଅଞ୍ଚଳ ହୋଇଯାଇଛି।

ଏହି ଅଞ୍ଚଳର ବିକାଶ ଓ ଗ୍ରାମବାସୀମାନଙ୍କୁ ରୋଜଗାର କ୍ଷମକରିବା ପାଇଁ ସ୍ୱତନ୍ତ୍ର ଭାବେ ଜଳଭଣ୍ଡାରରେ ୫କୋଟି ଟଙ୍କାରୁ ଉର୍ଦ୍ଦ ମାଛ ଯାଆଁଳ ଛଡାଯାଇ ୨ ହଜାର ମତ୍ସଜୀବୀ ପରିବାରଙ୍କୁ ମତ୍ସ୍ୟଚାଷ ଯୋଜନାରେ ସାମିଲ କରାଯାଇ ସେମାନଙ୍କ ଜୀବନ ଜୀବିକାରେ ଉନ୍ନତି କରାଯିବ, ସଡକ ଯୋଗାଯୋଗ ଯୋଜନାରେ ବିଛିନ୍ନାଞ୍ଚଳର ମୁକିପୁଟ ଠାରୁ ଜାମୁଗୁଡା, ଓ ପଣସପୁଟ ଠାରୁ ଯୋଡାଆମ୍ବକୁ ୨ଟି ଦୀର୍ଘ ରାସ୍ତା ନିର୍ମାଣ କରାଯିବ, ବିଦ୍ୟୁତୀ କରଣ ଯୋଜନାରେ ବଡପଡାଠାରେ ଏକ ୩୩ / ୧୧ କେଭି ର ସବ-ଷ୍ଟେସନ ନିର୍ମାଣ ହେବ, ପାନୀୟଜଳ ଯୋଗାଣ ଯୋଜନାରେ ବଡପଡା ଓ ପେପରମେଟଲା ଗ୍ରାମପଞ୍ଚାୟତ ରେ ୪ଟି ପାଇପ ଜଳ ଯୋଗାଣ ପ୍ରକଳ୍ପ ସହ ନୂତନ ଭାବେ ୧୦୦ଟି ନଳକୂପ ଖୋଳାଯିବ।ବିଛିନ୍ନାଞ୍ଚଳରେ ଥିବା ୭ଟି ଯାକ ପଞ୍ଚାୟତରେ ଆବଶ୍ୟକ ସ୍ଥାନରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ପ୍ରତିଷ୍ଠା କରାଯାଇ ବିଛିନ୍ନାଞ୍ଚଳ ବାସୀଙ୍କର ସ୍ୱାସ୍ଥ୍ୟସେବା ପ୍ରତି ଗୁରୁତ୍ୱ ଦିଆଯିବ, ମାଲକାନଗିରି ଜିଲ୍ଲାରେ ଆଗରୁ ନିର୍ମାଣ କରାଯାଇଥିବା ଅନେକ ସେତୁଗୁଡିକ ତଳୁଆଭାବେ ଥିବାରୁ ବର୍ଷାଟିକିଏ ହଲେ ସେତୁ ଉପରକୁ ପାଣି ଉଠିଯାଇ ଯୋଗାଯୋଗ ବିଛିନ୍ନ ହୋଇଯାଇଥାଏ,

ଏହି ସବୁ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ନୂତନ ଭାବେ ଜିଲ୍ଲାରେ ୭ଟି ସେତୁ ନିର୍ମାଣ ହେବ, ସେଥିମଧ୍ୟରୁ ପୋଟେରୁ, ପାଙ୍ଗାମ, କାଙ୍ଗୁରକୋଣ୍ଡା ଏମଭି୯୦, ଉଣ୍ଡୁରକୋଣ୍ଡା, ତାର୍ଲାକୋଟା ଏମଭି ୩୭ ସେତୁ ଗୁଡିକୁ ଉଚାକରା ଯାଇ ନିର୍ମାଣ ହେବ, କାଲିମେଳା ବ୍ଲକସ୍ଥ ମାନ୍ୟମକୋଣ୍ଡା ପଞ୍ଚାୟତ ପୋଲେରୁ ଘାଟରେ ସିଲେରୁ ନଦୀରେ ଏକ ନୂତନ ଭାବେ ସେତୁ ନିର୍ମାଣ ହେବ, ଏହି ସେତୁ ଦ୍ୱାରା ସିଧା ସଳଖ ଭାବେ ଆନ୍ଧ୍ର ପ୍ରଦେଶ ସହିତ ସଡକ ପଥରେ ଯୋଗା ଯୋଗ ପ୍ରତିଷ୍ଟା ହେବ, ଏହା ଦ୍ୱାରା ଜିଲ୍ଲାବୀସଙ୍କ ଆରଧ୍ୟ୍ୟ ଦେବତା ବଡ ଠାକୁର ଙ୍କ ଦ୍ୱିବାର୍ଷିକ ବଡଯାତ୍ରା ପାଳନ କରିବାରେ ବହୁତ ସୁବିଧା ହେବ। ଏହା ବ୍ୟତିତି ଜିଲ୍ଲାରେ ଆବଶ୍ୟକ ମୁତାବକ ଅନ୍ୟାନ ଉନ୍ନୟନ କାର୍ଯ୍ୟକୁ ତ୍ୱରାନିତ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ୟାଲ ସୂଚନାଦେଇଛନ୍ତି।

 

Leave a Reply

Your email address will not be published. Required fields are marked *