ଓଡ଼ିଶା

ବିଛିନ୍ନାଞ୍ଚଳରେ ମାଓବାଦୀଙ୍କ ବ୍ୟାନର ପୋଷ୍ଟର, ଗୁରୁପ୍ରୀୟା ସେତୁ ଉଦଘାଟନକୁ ବିରୋଧ, ୨୦ ରେ ବନ୍ଦ ଡାକରା

ମାଲକାନଗିରି, ୧୭ା୭(ଓଡିଆ ପୁଅ ) ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳ ବାସୀଙ୍କ ଲାଇଫଲାଇନ କୁହା ଯାଉଥିବା ଗୁରୁପ୍ରୀୟା ସେତୁ ନିର୍ମାଣ ଇତି ମଧ୍ୟରେ ସରି ଯାଇଛି। କେବଳ ଉଦଘାଟନକୁ ଅପେକ୍ଷା କରିରହିଛି। ଏହି ସେତୁ ଉଦଘାଟନ ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ମାଓବାଦୀମାନେ ବିରୋଧ କରି ଆଜି ସକାଳେ ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳ ସହିତ ଆରଏସସି ୧୦ ଗ୍ରାମ ନିକଟରେ ବହୁ ପରିମାଣ ପୋଷ୍ଟର ଓ ବ୍ୟାନର ଲଗାଇ ଥିବାର ଦେଖାଯାଇଛି। ବାଲିମେଳା ମାଟି ବନ୍ଧ ଯୋଜନାରେ ବିସ୍ଥାପିତ ହୋଇଥିବା ପରିବାରଙ୍କୁ ଏବେ ବି ଥଇଥାନ କରାଯାଇନାହିଁ, ଜନତାଙ୍କ ଉପରେ ଗ୍ରୀନହଣ୍ଟ ଦମନକୁ ତ୍ରୀବତର କରିବା ପାହଡ ପର୍ବତ ରେ ଥିବା ପ୍ରଚୁର ପରିମାଣର ଖଣିଜ ସମ୍ପଦକୁ ବିଦେଶି କମ୍ପାନିଙ୍କ ହାତରେ ଟେକି ଦେବା ଉଦେଶ୍ୟରେ ହେଉଥିବା ବିଛିନ୍ନାଞ୍ଚଳର ଗୁରୁପ୍ରୀୟା ସେତୁ ଉଦଘାଟନକୁ ବନ୍ଦ କରନ୍ତୁ, ଆନ୍ଧ୍ର ସରକାରଙ୍କ ପୋଲାଭରମ ପ୍ରକଳ୍ପ ନିର୍ମାଣ କୁ ବିରୋଧ କରି ୨୦ ତାରିଖରେ ଡାକରା ଦିଆ ଯାଇଥିବା ମାଲକାନଗିରି ଜିଲ୍ଲା ବନ୍ଦକୁ ସଫଳ କରନ୍ତୁ ବୋଲି ସିପିଆଇ ମାଓବାଦୀ କୋରାପୁଟ ମାଲକାନଗିରି ବିଶାଖା ଡିଭିଜନ କମିଟି ବୋଲି ଲେଖା ଥାଇ ବିଭିନ୍ନ ସ୍ଥାନରେ ପୋଷ୍ଟର ଓ ବ୍ୟାନର ମାଓବାଦୀ ମାନେ ଲଗାଇଛନ୍ତି।

 

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top