ଜିଲ୍ଲା ପରିକ୍ରମା

ବିଛାଖଣ୍ଡି ଜଙ୍ଗଲ ଜମିରେ ଚାଲିଛି ବେଆଇନ କଳାପଥର ଖାଦାନ: ସ୍ଥାଣୁପାଲଟିଛି ବନବିଭାଗ

ଯାଜପୁର-୧୧/୮(ଓଡିଆ ପୁଅ/ଏ.ରାଉତ) ଡାଳିଯୋଡା ବନାଞ୍ଚ ରେଞ୍ଜ ଅଧିନରେଥିବା ଅନେକ ଜଙ୍ଗଲ କିସମ ଜମିରେ ବେଆଇନ ଭାବେ ଅହରହ ବିଷ୍ପୋରଣ କରାଯାଇ କଳାପଥର ଲୁଟ ଚାଲୁରହିଛି । କିନ୍ତୁ ବନବିଭାଗର ନିରବତା ଜନସାଧାରଣଙ୍କୁ ହତଚକିତ କରିଛି । ବିଛାଖଣ୍ଡି ଠାରେ ୧୪୦୦ ଏକର ଜଙ୍ଗଲ ଜମି ଥିଲାବେଳେ ଏଠାରେ ଉନ୍ନତ ମାନର କଳାପଥର ଉତ୍ସ ମଧ୍ୟ ରହିଛି । ଉନ୍ନତମାନର କଳାପଥର ବିଛାଖଣ୍ଡିରେ ମିଳୁଥିବାରୁ ପଥର ଲୁଟେରାମାନଙ୍କର ଲୋଲୁପ ଦୃଷ୍ଟି ଏହି ଅଞ୍ଚଳରେ ପଡିଛି । ବିଛା ଖଣ୍ଡି ଜଙ୍ଗଲ ଜମିରେ ଥିବା କଳାପଥର ଖାଦାନରେ ବିଷ୍ପୋରଣ ହୋଇ ଅନେକ ନିରିହ ଶ୍ରମିକଙ୍କ ମୁଣ୍ଡ ମଧ୍ୟ ଗଡିଲାଣି ଏପରିକି ଜେନାପୁର ପୋଲିସ ବିଭିନ୍ନ ଘଟଣାରେ କଳାପଥର ଲୁଟେରାମାନଙ୍କୁ ଗିରଫ ମଧ୍ୟ କରିଛି । ଦୁର୍ଘଟଣା ଘଟିଗଲେ କଳାପଥର ଲୁଟେରା ମାନେ କିଛିଦିନ ନିରବତା ଅବଲମ୍ବନ କରି ପୁଣି ସକ୍ରିୟ ହୋଇ ଉଠୁଛନ୍ତି । ଉନ୍ନତମାନର କଳାପଥର ହୋଇଥିବାରୁ ଏହି ଅଞ୍ଚଳରେ ୬୦ରୁ ଉର୍ଦ୍ଧ ବେଆଇନ କ୍ରସର ମଧ୍ୟ ମୁଣ୍ଡ ଟେକିଲାଣି । ୫୩ ନଂ ଜାତୀୟ ରାଜପଥ ଠାରୁ ୮ ରୁ ୯ କିମି ଦୁରରେ ରହୁଥିବା ବିଛାଖଣ୍ଡି ଜଙ୍ଗଲ ବିଭାଗ ନଜରରେ ପଡୁନାହିଁ । ଜଙ୍ଗଲର ରକ୍ଷଣ ବେକ୍ଷଣ ପାଇଁ ହାତଗଣତି କେଇଜଣ ଗାର୍ଡ ନିଯୁକ୍ତି କରାଯାଇଥିଲେ ମଧ୍ୟ ଦଲାଲ୍ ମାନଙ୍କ ଭୟରେ ସେମାନେ ପଟିଖୋଲିବାକୁ ସାହସ କରୁନାହାଁନ୍ତି । ଦଲାଦ ମାନଙ୍କ ରୋସର ଶିକାର ହେବା ଅପେକ୍ଷା ନିରବ ରହିବା ପନ୍ଥା ଅବଲମ୍ବନ କରୁଛନ୍ତି । ଯଦି ମାସରେ ଥରେ ଅଧେ କେହି ଜଙ୍ଗଲ ବିଭାଗ ଅଧିକାରୀ ଆସିବାର କାର୍ଯ୍ୟକ୍ରମ ସ୍ଥିର ହେଉଛି ତେବେ ଲୁଟେରାମାନଙ୍କୁ ଆଗରୁ ଖବର ପହଁଚିଯାଉଛି । ଏହାର ମୁଖ୍ୟ କାରଣ ହେଉଛି ମାଫିଆ ମାନଙ୍କର ଏକ ଗୋଷ୍ଠୀ ପୋଲିସ ବାହିନୀ ଓ ଜଙ୍ଗଲ ବିବାଗକୁ ଜାତୀୟ ରାଜପଥ ଉପରେ ଜଗି ରହିଥାନ୍ତି । ଏପରିକି କିଛି ତଳସ୍ତରର କର୍ମଚାରୀଙ୍କୁ ହାତଗୁଞ୍ଜାଦେଇ ଖବର ନେବାରେ ସକ୍ଷମ ହେଉଛନ୍ତି । ପ୍ରକାଶ ଥାଉକି କିଛି ଦିନତଳେ ହୃଷିକେଶ ମହାରଣା ନାମକ ଜଣେ ବ୍ୟକ୍ତି ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ୧୪୪ ଧାରା ଜରିଆରେ ବିଛାଖଣ୍ଡି ଜଙ୍ଗଲ ଜମିରେ ବେଆଇନ କଳାପଥର ଉତ୍ତେଳନକୁ ବନ୍ଦ କରିବାରେ ସକ୍ଷମ ହୋଇଥିଲେ । ମାଫିଆ ମାନଙ୍କର ଧମକ ଚମକରେ ସେ ମଧ୍ୟ ନିରବ । ଆଖପାଖରେ ହଜାର ହଜାର ଏକର ଚାଷ ଜମି ଥିଲାବେଳେ ବିଷ୍ପୋରଣରେ ପଥର ଖଣ୍ଡ ଓ କ୍ରଶର ଜନିତ ଗୁଣ୍ଡପଡି ଜମି ଗୁଡିକ ନଷ୍ଟ ହେବାକୁ ବସିଲାଣି । ପ୍ରତିଦିନ ପ୍ରାୟ ହଜାର ହଜାର ଟନର କଳାପଥର ପାଖରେ ଥିବା ବେଆଇନ କ୍ରସର ଗୁଡିକୁ ଚାଲାଣ ହେଉତିଲା ବେଳେ କିଛି କଳାପଥର ଯାଜପୁର ଜିଲା ବାହାରକୁ ମଧ୍ୟ ଚାଲାଣ କରାଯାଏ । ବିଛାଖଣ୍ଡିର ଜଙ୍ଗଲ ଜମିରେ ଥିବା କଳାପଥର ଖାଦାନ ଗୁଡିକ ପଡୋଶୀ ଢେଙ୍କାନାଳର ସୀମାନ୍ତ ବର୍ତ୍ତି ଅଞ୍ଚଳ ହୋଇଥିବାରୁ ଏହି ଜିଲ୍ଲାର ଲୁଟେରାମାନେ ମଧ୍ୟ ଏଠାରେ ସକ୍ରିୟ ଭୂମିକା ଅଂଶଗ୍ରହଣ କରନ୍ତି । ଯଦି ଏହିପରି ଭାବରେ ଆଉ କିଛି ଦିନ ବିଛାଖଣ୍ଡି ଜଙ୍ଗଲ ଜମିରୁ ଲୁଟ୍ ଚାଲୁରହେ ତେବେ କଳାପଥର ଉତ୍ସ ତ ଇତିହାସ ପାଲଟି ଯିବ ଏଠାରେ ଥିବା ଜଙ୍ଗଲି ଜିବ ଜନ୍ତୁ ମଧ୍ୟ ଲୋପ ପାଇଯିବାର ସମ୍ଭାବନା ସୃଷ୍ଟି ହୋଇଛି ।ରହିଛି । ଏଣୁ ବିଛାଖଣ୍ଡି ଜଙ୍ଗଲ ଜମିରେ ବେଆଇଭାନେ ଚାଲୁଥିବା କଳାପଥର ଉତ୍ସ ଗୁଡିକରୁ ଖନନ ବନ୍ଦ କରିବାକୁ ସାଧାରଣରେ ଦାବି ହେଉଛିି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top