ଜିଲ୍ଲା ପରିକ୍ରମା

ବିଚାରାଧୀନ କଏଦୀଙ୍କ ମୃତୁ୍ୟ ଯକ୍ଷ୍ମା ଚିକିସôାରେ ଅବହେଳା ଅଭିଯୋଗ, ମୃତଦେହ ନେବାକୁ ମନାକଲେ ପରିବାର

ଭଦ୍ରକ, ୧୦ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ସବଜେଲ୍ରେ ଗତକାଲି ଜଣେ ବିଚାରାଧୀନ କଏଦୀ ଅନାଦି ଖଟୁଆଙ୍କ ମୃତୁ୍ୟ ଘଟିଛି । ତାଙ୍କ ଘର କଟକ ଜିଲା ମହାଙ୍ଗା ଦେବାଳିଆ ଗ୍ରାମରେ । ସେ ଗତ କିଛିଦିନ ଧରି ଯକ୍ଷ୍ମା ରୋଗରେ ପୀଡିତ ଥିଲେ । ଗୁରୁବାର ରାତି ୧୨ଟା ବେଳେ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ଅନାଦିଙ୍କୁ ଜିଲା ମୁଖ୍ୟ ଚିକିସôାଳୟକୁ ନିଆଯାଇଥିଲା । ମେଡିକାଲରେ ଭତ୍ତି ହେବାର ମାତ୍ର ୧୦ ମିନିଟ୍ ମଧ୍ୟରେ ତାଙ୍କ ମୃତୁ୍ୟ ଘଟିଥିବା ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି । ଅପରପକ୍ଷେ ମେଡିକାଲରେ ଡୁ୍ୟଟିରେ ଥିବା ଡାକ୍ତର ଅନାଦିଙ୍କୁ ଗୁରୁତର ଅବସ୍ଥାରେ ନୁହେଁ ବରଂ ମୃତ ଅବସ୍ଥାରେ ମେଡିକାଲ ଅଣାଯାଇଥିଲା ବୋଲି କହିଛନ୍ତି । ଏଭଳି ପରସ୍ପର ବିରୋଧୀ ବୟାନ ଜେଲ୍ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ସନେ୍ଦହ ଘେରକୁ ଆଣିଛି । ମୃତ ଅନାଦିଙ୍କ ପରିବାର ବର୍ଗ କୌଣସି କାରଣରୁ ମୃତଦେହ ନେବାକୁ ମନା କରିଦେଇଛନ୍ତି । ଶବ ବ୍ୟବଚ୍ଛେଦ ହୋଇପାରିନାହିଁ । ଆସନ୍ତାକାଲି ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ ମୃତ ଅନାଦିଙ୍କ ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି । ଅନାଦି ଏକ ଅପରାଧିକ ମାମଲାରେ ଗତ ୬ ମାସ ହେବ ଭଦ୍ରକ ସବ୍ଜେଲରେ ବିଚାରାଧୀନ ବନ୍ଦୀ ଭାବରେ ଥିଲେ । ଗତ ଫେବୃୟାରୀ ୧୬ ତାରିଖରେ ଅସୁସ୍ଥତା ହେତୁ ଅନାଦିଙ୍କୁ ଚିକିସôା ପାଇଁ ହାତରେ ହ୍ୟାଣ୍ଡକପ୍ ପକାଇ ଚଲାଇ ଚଲାଇ ମେଡିକାଲ ନିଆଯାଇଥିଲା । ଏ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉତ୍ତରରେ ଜେଲ୍ କର୍ତ୍ତୃପକ୍ଷ ଅନାଦି ସଂପୂର୍ଣ୍ଣ ସୁସ୍ଥ ଥିବାରୁ ତାଙ୍କୁ ଚଲାଇ ଚଲାଇ ନିଆଯାଉଥିବା କହିଥିଲେ । ଅନାଦି ଏକମାସ ପୂର୍ବରୁ ସଂପୂର୍ଣ୍ଣ ସୁସ୍ଥ ଥିଲେ । ଏହି ଏକମାସ ମଧ୍ୟରେ ତାଙ୍କର ଦେହ କିପରି ଏତେ ଅସୁସ୍ଥ ହୋଇଗଲା, ଯାହା ଫଳରେ ତାଙ୍କ ମୃତୁ୍ୟ ଘଟିଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଅନାଦି ଯକ୍ଷ୍ମା ରୋଗରେ ମୃତୁ୍ୟବରଣ କରିଛନ୍ତି ବୋଲି ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି । ନିୟମିତ ଔଷଧ ସେବନ କଲେ ଜଣେ ଯକ୍ଷ୍ମାରୋଗୀ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରିପାରିବ । ଏହା ବ୍ୟତୀତ ଏହି ରୋଗର ସମସ୍ତ ଔଷଧ ମାଗଣାରେ ଉପଲବ୍ଧ । ଜେଲ୍ ମଧ୍ୟରେ ଜଣେ ଡାକ୍ତର ଓ ଜଣେ ଫାର୍ମାସିଷ୍ଟ ନିୟମିତ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ନିୟୋଜିତ ଥିବାବେଳେ ଅନାଦିଙ୍କ ସ୍ୱାସ୍ଥ୍ୟବସ୍ଥାକୁ ସଂପୂର୍ଣ୍ଣ ଅଣଦେଖା କରାଯାଇଥିବା ଅଭିଯୋଗ କରିଛନ୍ତି ଆଇନ୍ଜୀବୀ ଗଦାଧର ବଳ, ମାନବ ଅଧିକାର ସଂଗଠନର  ସଭାନେତ୍ରୀ ରାଜଲକ୍ଷ୍ମୀ ମହାପାତ୍ର ଓ ସଂପାଦିକା ଚୈତାଳୀ ଖିଲାର । ଯଦି ଅନାଦି ଯକ୍ଷ୍ମାରୋଗରେ ଆକ୍ରାନ୍ତ ହୋଇ ମୃତୁ୍ୟବରଣ କଲେ ନିଶ୍ଚିତ ଅବସ୍ଥା ଗୁରୁତର ଥିଲା । ତେଣୁ ଜେଲ୍ କର୍ତ୍ତୃପକ୍ଷ କିପରି ଏହି ଗୁରୁତର ରୋଗୀଙ୍କୁ ଜେଲ୍ର ଚାରିକାନ୍ଥ ମଧ୍ୟରେ ରଖିଥିଲେ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ବଳ । ତେଣୁ ଏହା ସଂପୂର୍ଣ୍ଣ ମାନବାଧିକାରର ଖୋଲା ଉଲ୍ଲଂଘନ ବୋଲି ସେ ଅଭିଯୋଗ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top