ad
ଅପରାଧ

ବିଚାରାଧିନ କଇଦି ମେଡିକାଳରୁ ଫେରାର

Mandal Jail Mayurbhanj

ବାରିପଦା ୮-୧୨ (ଓଡ଼ିଆ ପୁଅ) ପିଆରଏମ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଵିଚାରାଧିନ ଆସାମୀ କାହ୍ନୁ ଚରଣ ମାରାଣ୍ଡି ସକାଳ ପ୍ରାୟ ୪ ଟା ୧୫ ରେ କୌଶଳ କ୍ରମେ ଖସିଯାଇ ଫେରାର ହୋଇଥିବା ଜଣାପଡିଛି। ତେବେ ଉଦଳାର ଏକ ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇ ବିଚାରଧିନ ଆସାମୀ ଭାବେ ମଣ୍ଡଳ କାରାଗାର ବାରିପଦା ଜେଲରେ ଆସାମୀଜୀବନ କାଟୁଥିଲା। ଆସାମୀ କାହ୍ନୁ ଚରଣ ୩୭୬ ଦଫାରେ ଗିରଫ ହୋଇଥିବା ବେଳେ ଗତ ୨୫.୮.୨୦୧୮ ଠାରୁ ବାରିପଦା ଜେଲରେ ରହିଥିବା ବେଳେ ୬ ତାରିଖ ଦିନ ଦେହ ଅସୁସ୍ଥ ହେବାରୁ ଜେଲ କର୍ତ୍ତୃପକ୍ଷ ପିଆରଏମ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ଚିକିତ୍ସାଧୀନ ଥାଇ ପାଇଖାନା ଯିବା ଆଳରେ ଖସି ପଳାଇଛି। ତାକୁ ଜଗୁଥିବା ୨ଜେଲ କର୍ମଚାରୀ ଦାୟିତ୍ୱରେ ଅବହେଳା କରିଥିବା ଅଭିଯୋଗରେ ନିଲମ୍ବିତ କରାଯାଇଛି। କର୍ମଚାରୀ ୨ଜଣ ହେଉଛନ୍ତି ୱାର୍ଡର ସତ୍ୟବ୍ରତ ବେହେରା ଓ ମାନସ ରଞ୍ଜନ ରାଉତ ବୋଲି ଜଣାପଡିଛି। ଅନ୍ୟପଟେ ଫେରାଇ କାହ୍ନୁ ଚରଣକୁ ଧରିବା ପାଇଁ ଜେଲ କର୍ତ୍ତୃପକ୍ଷ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ଉଭୟ ପୁଲିସ ଓ ଜେଲ କର୍ତ୍ତୃପକ୍ଷ ବେଶ ସତର୍କତା ଅବଲମ୍ବନ କରୁଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top