ଜିଲ୍ଲା ପରିକ୍ରମା

ବିଚାରପତି ନିଯୁକ୍ତି ଦାବିରେ କୋର୍ଟବନ୍ଦ ଆନେ୍ଦାଳନ

ଭଦ୍ରକ, ୨୩ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଓଡିଶା ଉଚ୍ଚନ୍ୟାୟାଳୟ ଠାରୁ ଆରମ୍ଭ କରି ନିମ୍ନ ଅଦାଲତରେ ବହୁ ବିଚାରପତି ପଦ ଖାଲି ପଡିଥିବା କାରଣରୁ ରାଜ୍ୟବାସୀଙ୍କୁ ତ୍ୱରିତ ନ୍ୟାୟ ମିଳୁନାହିଁ । ଭଦ୍ରକ ଜିଲାବାସୀ ମଧ୍ୟ ଏହି ସମସ୍ୟାରେ ସମ୍ମୁଖୀନ ହେଉଥିବା ବେଳେ ଏହାର ପ୍ରତିକାର ଦାବି କରି ଓକିଲମାନେ ଗତକାଲି କାର୍ଯ୍ୟରୁ ନିବୃତ୍ତ ରହିବା ଫଳରେ କୋର୍ଟକାର୍ଯ୍ୟ ବନ୍ଦ ରହିଥିଲା ।  ଭଦ୍ରକ ଓକିଲ ସଂଘର ଏକ ଜରୁରୀ ବୈଠକ ବାର ଆସୋସିଏସନର ସଭାପତି ବିଷ୍ଣୁମୋହନ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନାରେ ବରିଷ୍ଠ ଆଇନଜୀବୀ ନିରାକାର ଜେନା, ଦିବ୍ୟସିଂହ ନାୟକ, ଅରୁଣ ଚାନ୍ଦ, ଜମିର ଅହେମ୍ମଦ, ପଙ୍କଜ ପରିଡା, ଗଣେଶ ଦାସ, ତାହେର ମହମ୍ମଦ, ନିଶିକାନ୍ତ ନାୟକ, ପାର୍ଥସାରଥି ପଣ୍ଡା, ଶଶିଭୂଷଣ ପଣ୍ଡା, ଅମର ବାରିକ ପ୍ରମୁ୍ଖ ଯୋଗଦେଇ ସରକାର ତୁରନ୍ତ ହାଇକୋର୍ଟ ଓ ନିମ୍ନ ଅଦାଲତରେ ଆବଶ୍ୟକ ପରିମାଣର ବିଚାରପତି ଓ ଷ୍ଟାପ ନିଯୁକ୍ତି କରିବା ସଙ୍ଗେ ସଙ୍ଗେ ଭିତ୍ତିଭୂମିର ବିକାଶ କରିବା ପାଇଁ ପଦକ୍ଷେପ ନେବାକୁ ଦାବି କରିଥିଲେ । ଏହି ଅବସରରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିବାଦ ସଭାକୁ ବାର ଆସୋସିଏସନର ସଂପାଦକ ବିଜନ ଜେନା ପରିଚାଳନା କରିଥିବା ବେଳେ ପବନ ଶର୍ମା, ରାଧା ଦାସ, ଗିରିଧାରୀ ନାଥ, ସୁର୍ଯ୍ୟକାନ୍ତ କୁଅଁର, ଅଶୋକ ନାୟକ, ଗୋଲକ ଦାସ ପ୍ରମୁଖ ଯୋଗଦେଇ ସଭାପତି ଶ୍ରୀ ମହାପାତ୍ରଙ୍କ ନେତୃତ୍ୱରେ ଏକ ଦାବି ପତ୍ର ଜିଲା ଜଜ୍ଙ୍କ ମାଧ୍ୟମରେ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନିକଟକୁ ପଠାଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top