ବିକାଶ ବିଦ୍ୟାଳୟରେ ରକ୍ତଦାନ ଶିବିର ; ୪୫ ୟୁନିଟ ରକ୍ତ ସଂଗ୍ରହ

କୋରାପୁଟ ; ତା୧୮-୦୪-୧୮(ଓଡିଆପୁଅ/ରଂଜନ କୁମାର ଦାସ) ସ୍ଥାନୀୟ ବିକାଶ ବିଦ୍ୟାଳୟରେ ଏକ ରକ୍ତଦାନ ଶବିର ଆୟୋଜିତ ହୋଇଯାଇଛି ।ଏହି ଶିବିରରେ ବିଦ୍ୟାଳୟର ଶିକ୍ଷକ , ଶିକ୍ଷୟତ୍ରୀ ଓ ଅଭିଭାବକମାନେ ଯୋଗଦେଇ ରକ୍ତଦାନ କରିଥିଲେ ।ସମୁଦାୟ ୪୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ବୋଲି ଜଣାପଡିଛି ।ଉକ୍ତ ଶିବିରକୁ ବିଦ୍ୟାଳୟର ସଭାପତି ରାମକୃଷ୍ଣ ସାହୁ ଉଦଘାଟନ କରିଥିଲେ ।ବିଦ୍ୟାଳୟରେ ରକ୍ତଦାନ ଶିବିର ଆୟୋଜନ ଆମ୍ଭର ସାମାଜିକ ଦାୟିତ୍ୱବୋଧର ପରିଚାୟକ ଅଟେ ବୋଲି ସେ ମତବ୍ୟକ୍ତ କରିଥିଲେ ।ବିଦ୍ୟାଳୟର ଉନ୍ନୟନ ଅଧିକାରୀ କମଳେଶ ପ୍ରସାଦ ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ରକ୍ତଦାତାମାନଙ୍କୁ ରକ୍ତଦାନ ପାଇଁ ଉସôାହିତ କରିଥିଲା ।ଜିଲ୍ଲା ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ରତିକାନ୍ତ ଖଟୁଆଙ୍କ ତତ୍ୱାବଧାନରେ ଡାକ୍ତରଖାନାର ଭି .ଗଙ୍ଗାଧର ,ବୁଲୁ ଗୈାଡ , ବିଶ୍ୱଜିନୀ ନାୟକ ,ସଂଜୟ ସିଂ ଓ ଟି .ମୂର୍ତି ଯୋଗଦେଇ ପରିଚାଳନା କରିଥିଲେ ।ବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ପାଢୀ ଓ ଉପସଭାପତି ଗୋକୁଲ ଚନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଦ୍ୟାଳୟର ଶିକ୍ଷକ /ଶିକ୍ଷୟତ୍ରୀ ମାନେ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *