ଜିଲ୍ଲା ପରିକ୍ରମା

ବିକାଶରେ ବାଧକ ସାଜିଛି ରାଜନୈତିକ ଛକାପଞ୍ଝା

ଭଦ୍ରକ, ୩୦ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ପଞ୍ଚାୟତରେ ବିକାଶ ୨୦୧୪ ମସିହାଠାରୁ ଗୋଟିଏ ପାଦ ବି ଆଗକୁ ବଢି ନଥିବା ଜଣାଯାଇଛି । ରାଜନୈତିକ ଛକାପଞ୍ଝା ଭିତରେ ଷୋଳମପୁର ପ୍ରାଣୀଧନ ଚିକିସôାଳୟ, ରାଜୀବ ସେବାକେନ୍ଦ୍ର, ବିରୋଳି ବହୁମୁଖୀ ବାତ୍ୟା ଅଶ୍ରୟସ୍ଥଳୀ ଭଳି ଅନେକ ସ୍ୱତନ୍ତ୍ର ଜନକ୍ୟାଣକାରୀ ପ୍ରକଳ୍ପ ଆଇନଗତ ମାମଲାରେ ଛନ୍ଦି ହୋଇ ଅଟକି ଯାଇଛି । ସ୍ୱତନ୍ତ୍ର ପ୍ରକଳ୍ପ ବ୍ୟତୀତ ଏହି ପଞ୍ଚାୟତକୁ ୨୦୧୬ ମସିହାରୁ ପଞ୍ଚାୟତକୁ ଟିଏଫସି, ଏସଏଫସି ଏବଂ ଅନ୍ୟାନ୍ୟ ଅନୁଦାନ ରାଶି ମଧ୍ୟରୁ ଟଙ୍କାଟିଏ ମଧ୍ୟ ବିନିଯୋଗ ହୋଇ ନପାରି ଫେରିଯିବା ଅବସ୍ଥାରେ ରହିଛି । ୨୦୧୨ ପଞ୍ଚାୟତ ନିର୍ବାଚନ ପରେ ଷୋଳମପୁର ପଞ୍ଚାୟତର ତକ୍ରାଳୀନ ସରପଞ୍ଚ ପରମାନନ୍ଦ ନାୟକ ଓ ଅଧ୍ୟକ୍ଷ ପ୍ରଣିତ୍କାନ୍ତି ସାମଲଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ରାଜନୈତିକ ବିବାଦ । ବିଜେଡି ପଞ୍ଚାୟତ କର୍ମୀମାନେ ଦୁଇ ଭାଗ ହୋଇ ବ୍ୟକ୍ତିତ୍ୱ ଓ ପତିଆରା ପ୍ରତିଷ୍ଠାର ଏହି ଲଢେଇ ସାମିଲ ହୋଇଥିଲେ । ନିଆଁରେ ଘିଅ ଢାଳିଥିଲେ ଗ୍ରାମ ରୋଜଗାର ସେବକ । ଫଳରେ ବାଦବିବାଦ ତୀବ୍ର ହୋଇ ପଞ୍ଚାୟତର ବିକାଶ କାର୍ଯ୍ୟ ଠପ ହୋଇଯାଇଥିଲା । ୨୦୧୪ ମସିହାରେ ପ୍ରଥମେ ସରପଞ୍ଚଙ୍କ ସମର୍ଥକ ଗୋଷ୍ଠୀ ଦ୍ୱାରା ମୂଳଦୁଆ ନିର୍ମାଣ ହୋଇସାରିଥିବା ପ୍ରାଣୀଧନ ଚିକିସôାଳୟକୁ ଅଧ୍ୟକ୍ଷ ପ୍ରଣିତଙ୍କ ଗୋଷ୍ଠୀ ପକ୍ଷରୁ ନାନା ଅଭିଯୋଗ ଆଣି ଅଟକାଇ ଦିଆଯାଇଥିଲା । ଯାହାକି ଅଦ୍ୟାବଧି ସେହି ଅବସ୍ଥାରେ ପଡି ରହିଛି । ପରେ ପଞ୍ଚାୟତର ରାଜୀବ ସେବାକେନ୍ଦ୍ରକୁ ହାଇକୋର୍ଟ ମାମଲା ବଳରେ ଅର୍ଦ୍ଧନିର୍ମିତ ଅବସ୍ଥାରେ ଅଟକାଇ ଦିଆଯାଇଥିଲା । ଏହି କାର୍ଯ୍ୟ ଏବେ ବି ସେହି ଅବସ୍ଥାରେ ରହିଯାଇଛି । ଗତ ୨୦୧୬ ମସିହାରେ ବିରୋଳିରେ ନିର୍ମାଣ ଆରମ୍ଭ ହୋଇଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ । ସରପଞ୍ଚ ଗୋଷ୍ଠୀ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ କରି ରହିତାଦେଶ ଆଣିବାରୁ ଏହି ବୃହତ ପ୍ରକଳ୍ପ ମଧ୍ୟ ଅଟକି ଯାଇଛି । ଫଳରେ ଯୋଜନାର ହିତାଧିକାରୀମାନେ ବଳି ପଡିପଡିଥିଲେ ଏହି ଲଢେଇରେ । ଖାଦ୍ୟ ସୁରକ୍ଷା ଯୋଜନା, ଗୃହ ନିର୍ମାଣ, ପ୍ରାଣୀଧନ ଚିକିସôାଳୟ ନିର୍ମାଣ, ରାଜୀବ ସେବାକେନ୍ଦ୍ର ନିର୍ମାଣ ଆଦି ସଂପର୍କରେ ହାଇକୋର୍ଟରେ ଡଜନରୁ ଅଧିକ ମାମଲା ହୋଇ ପ୍ରଶାସନକୁ ଜଟିଳ ପରିସ୍ଥିତିରେ ପକାଇ ଦେଇଛି । ଏହାଦ୍ୱାରା ପଞ୍ଚାୟତ ଜମାଖାତାରେ ପ୍ରାୟ ଏକ କୋଟିରୁ ଅଧିକ ଟଙ୍କା ବିନିଯୋଗ ନହୋଇ ପଡିରହିଛି । ୨୦୧୭ରେ ନୂଆ ସରପଞ୍ଚ ନିର୍ବାଚିତ ହେବା ସହ ପଞ୍ଚାୟତ ରାଜନୈତିକ ଦୃଷ୍ଟିକୋଣରୁ ୪ ଗୋଷ୍ଠୀରେ ବିଭକ୍ତ ହୋଇଛି । ପ୍ରତ୍ୟେକ ଗୋଷ୍ଠୀର ମତକୁ ଅନ୍ୟ ଗୋଷ୍ଠୀଙ୍କ ନିକଟରେ ପହଞ୍ଚାଇ ପରିସ୍ଥିତିକୁ ସଂପୃକ୍ତ ଗ୍ରାମରୋଜଗାର ସେବକ ଜଟିଳ କରି ସମାଧାନର ଉଦ୍ୟମକୁ ବିଫଳ କରିଦେଉଥିବା ଅଧିକାଂଶ ପଞ୍ଚାୟତବାସୀ କହିଛନ୍ତି । ଜିଲାରୁ ବ୍ଲକ ସ୍ତର ପର୍ଯ୍ୟନ୍ତ ଉଦ୍ୟମ ବିଫଳ ହୋଇଛି । କେବଳ ଅନୁଦାନ ଅର୍ଥ ଫେରିଯିବାକୁ ବାକି ରହିଛି । ଅନ୍ୟପକ୍ଷରେ ସମସ୍ତ ଗୋଷ୍ଠୀ ବ୍ୟକ୍ତିଗତ ଅହଙ୍କାରକୁ ପଛରେ ପକାଇ ବିକାଶ ଦିଗୀ ଧ୍ୟାନ ଦେବା ଅପେକ୍ଷାରେ ପଞ୍ଚାୟତବାସୀ ଅଛନ୍ତି । ଏନେଇ ବିଡିଓ ବନମାଳୀ ତରାଇ ନିଜର ଅସହାୟତା ପ୍ରକାଶ କରିଥିବାବେଳେ ସରପଞ୍ଚ ଭାଗ୍ୟଶ୍ରୀ  ଯେନା ପଞ୍ଚାୟତର ବିକାଶଧାରାକୁ ଆଗେଇ ନେବା ଲାଗି ଉଦ୍ୟମ ହେଉଛି ବୋଲି କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top