ଜିଲ୍ଲା ପରିକ୍ରମା

ବିକଳ୍ପକୁ ନେଇ ରାଜନୈତିକ ଅଙ୍କକଷା ବିଧାୟକ ମୁକ୍ତିକାନ୍ତ ଚର୍ଚ୍ଚାରେ

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଚର୍ଚ୍ଚାରେ ଏବେ ଧାମନଗର ବିଜେଡି ରାଜନୀତି। ସମ୍ଭାବ୍ୟ ନେତୃତ୍ୱ ପରିବର୍ତ୍ତନକୁ ନେଇ ଦଳ ମଧ୍ୟରେ କଳ୍ପନା ଜଳ୍ପନା ଲାଗିରହିଛି। କ୍ଷମତାରେ ଥିବା ଦଳୀୟ ବିଧାୟକ ମୁକ୍ତିକାନ୍ତଙ୍କ ବିକଳ୍ପକୁ ନେଇ ଚାଲିଛି ରାଜନୈତିକ ଅଙ୍କକଷା। ଆଗାମୀ ସାଧାରଣ ନିର୍ବାଚନରେ ଏହି ଆସନରୁ ଯଦି ମୁକ୍ତିଙ୍କୁ ଦଳୀୟ ଟିକଟ ନମିଳେ, ତେବେ କିଏ ହେବ ତାଙ୍କର ବିକଳ୍ପ ତାହାହିଁ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ସମ୍ଭାବ୍ୟ ପରିବର୍ତ୍ତନକୁ ନେଇ ଦଳୀୟ ଭୋଟର ତଳ ସ୍ତରରେ ଖୁବ୍ ଆଶାବାଦୀ ହୋଇ ଉଠିଥିବାବେଳେ ରାଜନୀତି ସରଗରମ ହୋଇଛି। ବିଧାୟକ ମୁକ୍ତିକାନ୍ତଙ୍କୁ ବହୁ ଚର୍ଚ୍ଚିତ ଛୁଞ୍ଚିଆ ହତ୍ୟାକାଣ୍ଡ ମାମଲାରେ ଆଶ୍ୱସ୍ତି ମିଳିବା ପରେ ଏହି ଚର୍ଚ୍ଚା ଜୋର ଧରିଛି। ରାୟ ବିରୁଦ୍ଧରେ ଅପରପକ୍ଷ ହାଇକୋର୍ଟ ଯିବାକୁ ପ୍ରକାଶ କରିଥିବାରୁ ସ୍ଥିତି ଜଟିଳ ଅବସ୍ଥାରେ ପହଞ୍ଚିଛି। ମାମଲା ଯଦି ପୁଣି ହାଇକୋର୍ଟ ଯାଏ, ତେବେ ମୁକ୍ତିକାନ୍ତଙ୍କ ଟିକେଟ୍ ପ୍ରସଙ୍ଗ ପୁଣି ଅନିଶ୍ଚୟତା ଘେରକୁ ଚାଲିନଯିବ କହିହେବ ନାହିଁ। ଗୋଟିଏ ପଟରେ ଆଇନଗତ ସଂକଟ ଅନ୍ୟପଟରେ ଅଶୋକ ନାୟକଙ୍କ ମଧ୍ୟରେ ରାଜନୈତିକ ବିବାଦ ଧାମନଗର ବିଜେଡି ରାଜନୀତିକୁ ଗୋଳିଆ କରିଦେଇଛି। ଯାହାର ପ୍ରତିଫଳନ ବିଗତ ଦିନରେ ଦେଖିବାକୁ କୁହାଯାଉଛି। ଶାସକ ବିଜେଡିର ସୁଦୃଢ ସଂଗଠନ ସତ୍ୱେ ଦଳୀୟ ଗୋଷ୍ଠୀ ବିବାଦ ଯୋଗୁଁ ଦଳକୁ ପଂଚାୟତ ନିର୍ବାଚନରେ ହାତ ଧୋଇବାକୁ ପଡିଥିଲା। ଏହାପରେ ଦଳୀୟ ଗୋଷ୍ଠୀ ବିବାଦ ପ୍ରଶମିତ ହେବା ପରିବର୍ତ୍ତେ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଛୁଞ୍ଚିଆ ହତ୍ୟାକାଣ୍ଡ ମାମଲାରୁ ଆଶ୍ୱସ୍ତି ପାଇବା ପରେ ବିଧାୟକ ମୁକ୍ତିକାନ୍ତ ନିଜର କିଛି ଖାସ୍ ସମର୍ଥକଙ୍କୁ ନେଇ ବିକାଶ ସମାବେଶଡ ଆଳରେ ଶକ୍ତି ପ୍ରଦର୍ଶନ କରିବା ଘଟଣା ଦଳୀୟ ଗୋଷ୍ଠୀ କନ୍ଦଳକୁ ଅଧିକ ଶାଣିତ କରିଥିବା ଚର୍ଚ୍ଚା ହେଉଛି। ବିଧାୟକଙ୍କର ଏହି ସମାବେଶ ପରେ ନୀରବ ବସିଥିବା ଅପରଗୋଷ୍ଠୀ ବିଧାୟକ ବିରୋଧୀୟ ଅଭିଯାନକୁ ଜୋରଦାର କରିଛି। ଗତ ପଂଚାୟତ ନିର୍ବାଚନରେ ବିଧାୟକଙ୍କ ବିରୋଧୀମାନେ ପ୍ରତିପକ୍ଷ ବିଜେପିକୁ ସାଙ୍ଗରେ ନେଇ ବିଧାୟକଙ୍କୁ ଟକ୍କର ଦେଇଥିଲେ ମଧ୍ୟ ଆଗାମୀ ସାଧାରଣ ନିର୍ବାଚନରେ ସେମାନଙ୍କ ରଣନୀତି ବଦଳି ପାରେ ବୋଲି କୁହାଯାଉଛି। ମୁକ୍ତିକାନ୍ତ ନିର୍ବାଚନ ମଣ୍ଡଳୀରେ ନିଜର ସମର୍ଥକଙ୍କ ମଧ୍ୟରେ ଯେତିକି ଲୋକପ୍ରିୟ ହୋଇପାରିଛନ୍ତି, ତଳସ୍ତରରେ ଦଳୀୟ କର୍ମୀଙ୍କ ପାଖରେ ସେତିକି ଲୋକପ୍ରିୟ ହୋଇପାରିନାହାଁନ୍ତି। ବିଧାୟକଙ୍କର ଏହି ସାଙ୍ଗଠନିକ ଦୁର୍ବଳତାର ସୁଯୋଗ ନେଇ ଦଳର ଏକାଧିକ ଟିକଟ ଆଶାୟୀ ବିରୋଧୀଙ୍କ ସହ ଗୋପନ ବୁଝାମଣା ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି। ଯାହାକୁ ନେଇ ବିଧାୟକଙ୍କ ବିରୋଧୀମାନେ ସମ୍ଭାବ୍ୟ ନେତୃତ୍ୱତ୍ତ ପରିବର୍ତ୍ତନକୁ ନେଇ ବେଶ୍ ଆଶାବାଦୀ ହୋଇ ଉଠିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top