ବିକଳାଙ୍ଗ ହୋଇପଡିଛି ସହର ଦେଇ ଯାଇଥିବା ଜାତୀୟ ରାଜପଥ ; ଜବର ଦଖଲ ଉଚ୍ଛେଦକୁ ତିନି ମାସ ପୁରିିଲା, ରାସ୍ତା ନିର୍ମାଣ କାର୍ଯ୍ୟ ଠପ୍; ପୁଣି ବଢ଼ିଲାଣି ଜବର ଦଖଲ

 

ଯାଜପୁର-୩୦/୮(ଓଡିଆ ପୁଅ/ଏ.ରାଉତ) ବ୍ୟାସନଗର ସହର ଦେଇ ଯାଇଥିବା ଜାତୀୟ ରାଜପଥର ନହକା ଛକରୁ ଚୋରଦା ବାଇପାସ ରାସ୍ତାକୁ ଚାରିଥାକିଆ ରାସ୍ତା ପାଇଁ ସରକାରୀ ସ୍ତରରେ ଟେଣ୍ଡର ପ୍ରକାଶନ ପରେ ଗତ ଜୁନ୍ ମାସ ପ୍ରଥମ ସପ୍ତାହରେ ଜାତୀୟ ରାଜପଥ ରାସ୍ତାର ଉଭୟ ପାଶ୍ୱର୍କୁ ଜବର ଦଖଲ ମୁକ୍ତ କରାଯାଇଥିଲା । ପୁଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରାସ୍ତାର ଦୁଇପାଖରୁ ଶତାଧିକ କେବିନ, ଦୋକାନ ଗୃହ ହଟାଇ ଦିଆଯିବାସହ ଅନେକ ଘର, ପାଚେରୀକୁ ପ୍ରଶାସନ ଭାଙ୍ଗି ଦେଇଥିଲା । ଚାରୋଟି ବଡ ବଡ ହୋଟେଲ ଦଖଲରେ ଥିବା ସରକାରୀ ଯାଗାକୁ ଜବର ଦଖଲ ମୁକ୍ତ କରାଯାଇଥିଲା । ଏକାଧିକ ଟ୍ରାନ୍ସଫରର୍ମର ପିଣ୍ଡି ସମେତ କୋଠାଘର ଓ ମନ୍ଦିରକୁ ମେସିନ ସହାଯ୍ୟରେ ମାଟିରେ ମିଶାଇଥିଲା ପ୍ରଶାସନ । ଜବର ଦଖଲ ହଟାଇବାର ସପ୍ତାହ ମଧ୍ୟରେ କାମ ହେବ ବୋଲି ପ୍ରଶାସନ ଓ ସଂପୃକ୍ତ ଠିକାଦାର ସେତେବେଳେ ଉପସ୍ଥିତ ଲୋକଙ୍କ୍ୁ ପ୍ରତିଶୃତି ଦେଇଥିଳେ । ଏହି ଘଟଣାକୁ ଇତିମଧ୍ୟରେ ତିନି ମାସ ବିତିଯାଇଥିଲେ ମଧ୍ୟ ସଂପୃକ୍ତ ରାସ୍ତା କାର୍ଯ୍ୟକାଇଁ ମୁଠେ ଗୋଡି କି ପଥର ପଡିନାହିଁ ଓ ରାସ୍ତାଟି ବିକଳାଙ୍ଗ ହୋଇ ପଡି ରହିଛି ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ରାସ୍ତାର ନିର୍ମାଣ କାର୍ଯ୍ୟ ବିଳମ୍ବ ହେବାରୁ ପୁଣି ଏହି ଉଚ୍ଛେଦ ସ୍ଥାନକୁ ଲୋକେ ଜବର ଦଖଲ କରିବା ଦେଖିବାକୁ ମିଳିଲାଣି । ଏପଟେ ସରକାରୀ ଯାଗାରେ ସ୍ଥୟୀଭାବେ କରିଥିବା ନିର୍ମାଣକୁ ନିଜେ ଭାଙ୍ଗି ଦେବାକୁ ପ୍ରଶାସନ ନିକଟରୁ ସମୟ ମହଲତ ନେଇଥିବା ବ୍ୟବସାୟୀମାନେ କୁମ୍ଭନିଦ୍ରାରେ ଶୋଇଥିବାବେଳେ ପ୍ରଶାସନ ଏହି ଉଚ୍ଛେଦ ଘଟଣାକୁ ପୁରାପୁରି ଭୂଲିଯାଇଥିବା ଦେଖିବାକୁ ମିଳିଛି । ନହକା ଛକରୁ ଉଠିଥିବା ଜବର ଦଖଲସ୍ଥାନରେ ପୁଣି ଉଠାଦୋକନୀମାନେ ନିଜ ନିଜର ଆସ୍ଥାନ ଜମାଇଲେଣି । ସେହିପରି ନହକା ଛକରୁ ଚୋରଦା ଟ୍ରଫିକ ଗୋଲେଇ ପର୍ଯ୍ୟନ୍ତ ଉଭୟ ପଟ ରାସ୍ତା କଡରେ ଅନେକ କେବିନ ଓ ଗ୍ୟାରେଜ ଗଢ଼ି ଉଠିଥିବା ଦେଖାଗଲାଣି । ଗ୍ୟାରେଜମାନେ ଉଭୟ ପାଶ୍ୱର୍ରୁ ହଟିଥିବା ଜବରଦଖଲ ସ୍ଥାନକୁ ପୁଣି ମାଡିବସି ରାସ୍ତାର ଦୁଇ ପାଖରେ ଗ୍ୟାରେଜ ଗାଡି ମରାମତି କାର୍ଯ୍ୟ କରୁଥିବାରୁ ଏହି ରାସ୍ତା ଉପରେ ଟ୍ରକଠାରୁ ଆରମ୍ଭ କରି ସମସ୍ତ ଭାରିଯାନ ଗୁଡିକ ଦିନ ଦିନ ଠିଆହେବାରୁ ଏଠାରେ ଦୈନନ୍ଦିନ ଛୋଟ ବଡ ଦୁର୍ଘଟଣାମାନ ଘଟୁଥିବା ଦେଖାଯାଉଛି । ଚାରିଥାକିଆ ରାସ୍ତା ନିର୍ମାଣ ପାଇଁ ଚୋରଦା ବାଇପାସ ଛକରୁ ମାତ୍ର କେଇ ହାତ ଜେସିବି ସାହାଯ୍ୟରେ ରାସ୍ତା ପାଶ୍ୱର୍କୁ ସମତଳ କରାଯାଇଥିବା ଦେଖିବାକୁ ମିଳିଥିବାବେଳେ ଜବର ଦଖଲ ଉଠାଇବାସହ ବେଆଇନ ନିର୍ମାଣକୁ ଭାଙ୍ଗିବାପାଇଁ ତରବର ହେଉଥିବା ପ୍ରଶାସନ କାହିିଁକି ଏଥିପ୍ରତି ଦୃଷ୍ଟ ଦେଉନାହିଁ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ତୁରନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ତ୍ୱରିତ ବେଗରେ ନହେଲେ ପୁଲିସ ଓ ପ୍ରଶାସନ, ପୌର ପ୍ରଶାସନ ଯେଉଁ ପରିଶ୍ରମ କରି ଜବର ଦଖଲ ଉଠାଇଥିଲା ତହାସବୁ ପାଣିରେ ପଡିବବୋଲି ସାଧାରଣରେ ମତ ପ୍ରକାଶ ପାଇଲାଣି ।

Leave a Reply

Your email address will not be published. Required fields are marked *