ଜିଲ୍ଲା ପରିକ୍ରମା

ବିଏସ୍ ଏସ୍ ପକ୍ଷରୁ ଯୋଗ ଦିବସ ପୂର୍ବରୁ ସଚେତନତା ପଦଯାତ୍ରା

ଭଦ୍ରକ, ୧୭ା୬ (ଓଡ଼ିଆ ପୁଅ/ପ୍ରମୋଦ ରାୟ) : ଜୁନ ୨୧ ଆନ୍ତର୍ଜାତିକ ଯୋଗ ଦିବସ ପୂର୍ବରୁ ଜନ ସଚେତନତା ପାଇଁ ଭଦ୍ରକ ସୋସିଆଲ ସର୍ଭିସେସ ବିଏସ୍ ଏସ୍ ପକ୍ଷରୁ ଏକ ପଦଯାତ୍ରା ଆଜି ଭଦ୍ରକ ସହର ପରିକ୍ରମା କରିଛି। ଯୋଗ ପ୍ରଶିକ୍ଷକ ଯୋଗୀ ସଂଜିବଙ୍କ ନେତୃତ୍ୱରେ ଶତାଧିକ ଛାତ୍ରଛାତ୍ରୀ, ବିଏସ୍ ଏସ୍ ର କର୍ମକର୍ତ୍ତା, ସାଧାରଣ ନାଗରିକ ନେହେରୁ ଷ୍ଟାଡିୟମରୁ ବାହାରି ଯୋଗର ଆବଶ୍ୟକତା, ଯୋଗର ଉପକାରିତା ଆଦି ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇଥିଲେ। ଆସନ୍ତା ୨୧ ତାରିଖ ସକାଳ ୬ଟା ସମୟରେ ନେହେରୁ ଷ୍ଟାଡିୟମରେ ବିଏସ୍ ଏସ୍ ଏସ୍ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯିବ। ଏହି ଯୋଗ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ସଂଖ୍ୟକ ଯୁବକ, ବୁଦ୍ଧିଜୀବୀ, ପୁରୁଷ ମହିଳା ଯୋଗ ଦେଇ ଯୋଗ କରିବାକୁ ଯୋଗୀ ସଂଜିବ ଅନୁରୋଧ କରିଥିଲେ। ଆନ୍ତର୍ଜାତିକ ରୋଲବଲ ସ୍କେଟିଂ କ୍ରୀଡାବିତ୍ ଶୁଭଙ୍କର ଖିଲାର ରୋଲବଲ ଯୋଗେ ଯାତ୍ରା କରି ଭାରତୀୟ ପତାକା ଧରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଅବସରରେ ଛାତ୍ର ଓ ଯୋଗୀ ସଂଜିବ ଭଦ୍ରକର ଅନନ୍ୟା ଆର୍ଟ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ୱାରା ଛାତିରେ ବିଭିନ୍ନ ଯୋଗମୁଦ୍ରା ଅଙ୍କନ କରି ଜନସଚେତନତା କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଏସ୍ ଏସ୍ ର ମୁଖ୍ୟ ସଂଜିତ କୁମାର ନାୟକ, ସଂଯୋଜକ ଟୁକୁନା ସ୍ୱାଇଁ, କର୍ମକର୍ତ୍ତା ଅଜୟ ଦାସ, ଦେବାଶିଷ ବିଶ୍ୱାଳ, ସନ୍ତୋଷ ବେହେରା, ଜ୍ୟୋତିରଂଜନ ନାୟକ, ଦୁର୍ଯେ୍ୟାଧନ ନାୟକ, ପ୍ରମୋଦ ଦାସ, ସିଦ୍ଧାନ୍ତ ଧୁପାଲ, ଅନୁଭବ ମଲ୍ଲିକ, ରିତିକା ରାୟ, ରଶ୍ମିତା ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top