ଜିଲ୍ଲା ପରିକ୍ରମା

ବିଏସ୍ଏସ୍ ତରଫରୁ ଜଳଚ୍ଛତ୍ର କେନ୍ଦ୍ର ଓ ଶୀତଳ ବାମ୍ଫ ଚିକିତ୍ସା କେନ୍ଦ୍ର ଉଦ୍ଘାଟିତ

ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ସୋସିଆଲ ସର୍ଭିସ ତରଫରୁ ଆଜି ବନ୍ତଛକଠାରେ ଏକ ଜଳଚ୍ଛତ୍ର କେନ୍ଦ୍ର ଓ ଶତଳ ବାମ୍ଫ କେନ୍ଦ୍ର ଖୋଲା ଯାଇଛି। ଏହି କେନ୍ଦ୍ର ଦୁଇଟିକୁ ଭଦ୍ରକର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କୈଳାସ ପରିଡା ଉଦ୍ଘାଟନ କରିବା ସହିତ ବିଏସ୍ଏସ୍ ଭଦ୍ରକ ସହରର ଏକ ଏଭଳି ସଂସ୍ଥା ଯାହା ସହରର ବହୁ ସାମାଜିକ କର୍ମରେ ନିୟୋଜିତ ରହି ଯେଉଁ ଉଦାହରଣ ସୃଷ୍ଟି କରୁଛି, ସେହିଭଳି ବହୁ ଅନୁଷ୍ଠାନ କିଛି କିଛି ସାମାଜିକ କାର୍ଯ୍ୟ କରିବା ପାଇଁ ଆଗଭର ହେବା ଉଚିତ ବୋଲି ମତ ପ୍ରକାଶ କରିଥିଲେ। ଏହି ଶୀତଳ ବାମ୍ଫ କେନ୍ଦ୍ରରେ ସକାଳ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଯୋଗୀ ସଞ୍ଜିବ ବହୁ ଲୋକଙ୍କୁ ଶୀତଳ ବାମ୍ଫ ସାହାଯ୍ୟରେ ସେବା କରିଥିଲେ। ବିଏସ୍ଏସ୍ ପକ୍ଷରୁ ଖୋଲା ଯାଇଥିବା ଜଳଚ୍ଛତ୍ର କେନ୍ଦ୍ରରେ ୫ଶହରୁ ଉର୍ଦ୍ଧ୍ୱ ପଥଚାରୀଙ୍କୁ ଥଣ୍ଡା ପାନୀୟ ଜଳ, ଲେମ୍ବୁ ପାଣି, ଦହି ସରବତ ଯୋଗାଇ ଦିଆ ଯାଇଥିଲା। ଜଳଚ୍ଛତ୍ର କେନ୍ଦ୍ରରେ ପ୍ରତିଦିନ ଏହିଭଳି ପାନୀୟ ଯୋଗାଣ ଆସନ୍ତା ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହି କାର୍ଯ୍ୟକ୍ରମକୁ ବିଏସ୍ଏସ୍ ଅନୁଷ୍ଠାନର ସଭାପତି ସଞ୍ଜିତ ନାୟକ, ସଂଯୋଜକ ପ୍ରକାଶ ସ୍ୱାଇଁ, ଅଭିଷେକ ପୁହାଣ, ସନ୍ତୋଷ ବେହେରା, ଉତ୍ତମ ଲାହା, ସତ୍ୟ ଭୁପାଳ, ରାଜା, ପଙ୍କଜ ପ୍ରମୁଖ ସଦସ୍ୟ ଯୋଗ ଦେଇ ପରିଚାଳନା କରିଥିଲେ। ବିଏସ୍ଏସ୍ର ଏହିଭଳି ମହତ୍ କାର୍ଯ୍ୟକୁ ବହୁ ବୁଦ୍ଧିଜୀବୀ ପ୍ରଶଂସା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top