ବିଏସଏଫ ସାମ୍ବାଦିକ ସମ୍ମିଳନୀ- ନଦୀ ଓ ଡ୍ୟାମରେ ନକ୍ସଲ ଗତିବିଧି ତଦାରଖ ନିମନ୍ତେ ବିଏସଏଫ ବୁଲେଟ ପ୍ରୁଫ ବୋଟ ବ୍ୟବହାର କରିବ-ଅତିରିକ୍ତ ଡିଜି ବିଏସଏଫ

କୋରାପୁଟ ; ତା୧୬-୧୨-୧୭(ଓଡିଆପୁଅ /ରଂଜନ କୁମାର ଦାସ)ନଦୀ ଓ ଡ୍ୟାମରେ ନକ୍ସଲ ଗତିବିଧି ତଦାରଖ କରିବାକୁ ବିଏସଏଫ ବୁଲେଟ ପ୍ରୁଫ ବୋଟ ବ୍ୟବହାର କରିବାକୁ ଯୋଜନା କରିଥିବା ଅତିରିକ୍ତ ଡିଜି ଅରୁଣ କୁମାର ଆଜି କୋରାପୁଟଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।ଗୁରୁପ୍ରୀୟା ସେତୁ ନିର୍ମାଣ ସରିଲେ ଅପେରସନ କରିବାକୁ ସୁବିଧା ହେବ ବୋଲି ସେ ସୂଚନା ଦେଇଥିଲେ ।ବିଛିନ୍ନାଂଚଳରେ ପ୍ରଶାନିକ ଅଧିକାରୀମାନଙ୍କ ଉପସ୍ଥିତି ରହିଲେ ଅପେରସନ କରିବା ସହଜ ହେବ ବୋଲି ସେ ପ୍ରକାଶ କରିଥିଲେ ।ଯୋଗାଯୋଗ ସମସ୍ୟା ରହିଥିବା ସେ ସୂଚନା ଦେଇଥିଲେ ।ଛତିଶଗଡ ସୁକୁମାରେ ଅପେରସନ ଜୋରଦାର କରାଯାଇଥିବାରୁ ନକ୍ସଲ କ୍ୟାଡରମାନେ ଓଡିଶାର ବିଛିନ୍ନାଂଚଳରେ ପ୍ରବେଶ କରୁଥିବା ସେ ପ୍ରକାଶ କରିଥିଲେ ।ଜନପାଇରେ ଏକ ନୂତନ ପୋଷ୍ଟ ଖୋଲାଯିବ ସେ ସୂଚନା ଦେଇଥିଲେ ।ଯେଉଁ ଅଂଚଳରେ ନକ୍ସଲ ମୂଳପୋଛ ହୋଇଯାଇଛନ୍ତି ସେ ଅଂଛଳରୁ ବିଏସଏଫ ପୋଷ୍ଟ ଉଠାଇଦେବା ନିମନ୍ତେ ସମୀକ୍ଷା କରାଯାଉଥିବା ସେ ପ୍ରକାଶ କରିଥିଲେ ।କୋରାପୁଟ ଜିଲ୍ଲାରେ ସ୍ଥିତି ଭଲ ରହିଥିବା ସେ ସୂଚନା ଦେଇଥିଲେ ।ବିଏସଏଫ ଯବାନ ଓ ଅଧିକାରୀମାନଙ୍କୁ ଗ୍ରେହାଉଣ୍ଡ ପ୍ରଶିକ୍ଷଣ ଦିଆଯିବ ବୋଲି ପ୍ରକାଶ କରିଥିଲେ ।ଗତକାଲି ପୋଡାପଦରେ ନକ୍ସଲ ଓ ବିଏସଏଫ ଯବାନ ମଧୟରେ ଗୁଳି ବିନିମୟରେ ଜଣେ ନକ୍ସଲ ମୃତ୍ୟୁବରଣ କରିଥିଲା ଓ ଅନେକ ସାମଗ୍ରୀ ଜବତ କରାଯାଇଥିଲା ବୋଲି ସେ ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ବିଏସଏଫ ଆଇଜି ଅଶ୍ୱିନୀ କୁମାର ସିଂ , ଡିଆଇଜି ଏସ .ଶ୍ରୀନିବାସ , ଜି .ସି.ନାୟକ ଓ ରାଜେଶ କୁମାର କାମ୍ପା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *