ଅପରାଧ

ବିଏସଏଫ ଯବାନ ଙ୍କ ସନ୍ଦେହ ଜନକ ମୃତ୍ୟୁ

ପାଟଣା,ତା୧୮/୦୬(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ଥାନା ବଡପାଟଣା ପଞ୍ଚାୟତ ମାଧପୁର ଗ୍ରାମର ମହାନ୍ତ ସାହି ଲୁଣିନ୍ଦ୍ର ମୁଣ୍ଡା ଙ୍କ ଗୁହାଳ ବାରଣ୍ଡା ରୁ ଆଜି ଜଣେ ବିଏସଏଫ ଜବାନ ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ତୁରୁମୁଙ୍ଗା ଥାନା ବାଉଁଶୁଳି ଗ୍ରାମର ବିଦେଶୀ ସର୍ଦ୍ଦାର ଙ୍କ ପୁଅ ସଞୀବ ସର୍ଦ୍ଦାର(୨୯) ବୋଲି ଜଣାପଡିଛି । ସେ ସୀମା ସୁରକ୍ଷା ବଳ 131 ବାଟାଲିୟନ ରେ କନେଷ୍ଟବଳ ରେ କାର୍ଯ୍ୟ କରୁଥିବା ବେଳେ ଆଜି ସକାଳୁ ତାଙ୍କ ମୃତଦେହ ମାଧପୁର ଗ୍ରାମରେ ପଡିଥିବା ଦେଖି ପାଟଣା ଥାନା କୁ ଖବର ଦେବା ପରେ ଘଟଣା ସ୍ଥଳରେ ପାଟଣା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣା ସ୍ଥଳରୁ ଏକ ବାଇକ୍ ଜବତ କରିଛି । ମୃତ ସଞୀବ ନିକଟରୁ ଉଦ୍ଧାର ହୋଇଥିବା ବ୍ୟାଗରୁ ପୋଲିସ କିଛି କାଗଜପତ୍ର ଓ ମେଡିସିନ ଜବତ କରିଥିବା ବେଳେ ଏହା ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା କିଛି ସ୍ପଷ୍ଟ ହୋଇନଥିବା ବେଳେ ଶଵବ୍ୟବଛେଦ ପରେ ଘଟଣା ଜଣାପଡିବ ବୋଲି ପାଟଣା ପୋଲିସ କହିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top