ବିଏସଏଫ ଜବାନଙ୍କୁ ଟାର୍ଗେଟ କରି ମାଓବାଦୀମାନେ ପୋତିଥିବା ଡେଟୋନେଟର ଉଦ୍ଧାର

ମାଲକାନଗିରି, ୨୨ା୬(ଓଡିଆ ପୁଅ ) କୁଡୁମୁଲୁଗୁମ୍ମା ଠାରେ ଥିବା ବିଏସଏଫ କ୍ୟାମ୍ପର ଜବାନମାନେ ଆଜି ସକାଳେ ନିକଟସ୍ଥ ଜଙ୍ଗଲକୁ ମାଓ ସର୍ଚ ଅପରେସନରେ ଯାଇଥିଲେ। ସେହି ରାସ୍ତାରେ ଜବାନମାନେ ଯିବାର ଜାଣିପାରି ମାଓବାଦୀମାନେ ସେମାନଙ୍କୁ ଟାର୍ଗେଟ କରି ରାସ୍ତାରେ ଆଗରୁ ଇଲୋକ୍ଟ୍ରୋନିକ ଡେଟୋନେଟର ପୋତିଥିଲେ। ଜବାନମାନେ ରାସ୍ତାରେ ମେଟାଲ ଡିଟେକ୍ଟର ଦ୍ୱାରା ସର୍ଚ କରିବାରୁ ଡିଟେକ୍ଟର ସାଇରନ ବାଜିଥିଲା। ଜବାନମାନେ ହୁସିଆର ହୋଇ ଖୁବ ସତର୍କତାର ସହିତ ମାଟି ଖୋଳି ଇଲୋକ୍ଟ୍ରୋନିକ ଡେଟୋନେଟର ଫିୟୁଜ ତାର କାଟି ଦେଇ ଅକାମି କରିଥିଲେ। ଉକ୍ତ ଡେଟୋନେଟର ବିସ୍ପୋରଣରୁ ଜବାନମାନେ ଅଳ୍ପକେ ବର୍ତି ଯାଇଛନ୍ତି। ଉଦ୍ଧାର ଡେଟୋନେଟରକୁ କ୍ୟାମ୍ପକୁ ଆଣି ନଷ୍ଟକରି ଦେଇଛନ୍ତି।

Leave a Reply

Your email address will not be published. Required fields are marked *