ଜିଲ୍ଲା ପରିକ୍ରମା

ବିଏସଏଫ କୋବ୍ରାବାହିନୀ ପକ୍ଷରୁ ଆଦିବାସୀ ଗ୍ରାମରେ ଜନସଂପର୍କ ଶିବିର ଓ ମାଗଣା ସ୍ବାସ୍ଥ୍ୟ ସେବା

ମାଲକାନଗିରି, ୨୧ା୧ (ଓଡିଆ ପୁଅ / ଏସ.ଦାଶ ) ମାଲକାନଗିରି ପାଣ୍ଡ୍ରୀପାଣି ଠାରେ ଥିବା ୮୫ ବେଟେଲିୟାନ ବିଏସଏଫ କ୍ୟାମ୍ପ ପକ୍ଷରୁ ଆଦିବାସୀ ଅଧ୍ୟୁଷିତ ସରିଗଗୁଡା ଗ୍ରାମରେ ଜନସଂପର୍କ ଶିବିର ଓ ମାଗଣା ସ୍ୱସ୍ଥ୍ୟସେବା ଶିବିର ଅନୁଷ୍ଟିତ ହୋଇ ଯାଇଛି। ଏହି ଶିବିରରେ ପାଣ୍ଡ୍ରୀପାଣି ପଚାଂୟତ ଆଖପାଖ ଆଦିବାସୀ ଗ୍ରାମର ଶତାଧିକ ମହିଳା, ପୁରୁଷ, ଶିଶୁ ମାନେ ଶିବିରକୁ ଆସି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବାସହିତ ଚିକିତ୍ସିତ ହୋଇ ମାଗଣାରେ ଔଷଧ ନେଇଯାଇଥିଲେ। ବିଏସଏଫ କୋବ୍ରା ବାହିନୀ ପକ୍ଷରୁ ଗ୍ରାମବାସୀ ମାନଙ୍କୁ କମ୍ବଳ, ଚଦର, ଧୋତି, ଶାଢି, ଗାମୁଛା, ରେଡିଓ, ସୋଲାର ଲାଇଟ, ପାଲ, ସିଲେଇ ମେସିନ, ଫିଲ୍ଟର, ସିଲଭର ହାଣ୍ଡି, ଡେକଚି, ବାଲ୍ଟି, ସହ ଗ୍ରାମକୁ ୫୦୦ ଲିଟରର ସିଟେଂକ୍ସ ପାଣିଟାଙ୍କି ପ୍ରଦାନକରିଥିଲେ। ବିଏସଏଫ କମାଣ୍ଡେଟଂ ସୁନିଲକୁମାର, ଡେପୁଟି କମାଣ୍ଡେଟଂ ଗୁରପିତ ସିଂ ଗିଲ, କେ.ଏଲ.ବାଡୁ, ରଜଂନକାନ୍ତ ଝା, ମେଡିକାଲ ଅଫିସର ଙ୍କ ସହିତ ସରପଚଂ ଦଶରଥ ଦୁରାବ, କୁଟି ମାଡକାମି, ମମତା ମାଡକାମି, ପ୍ରଧାନଶିକ୍ଷକ କାଶିବିଶ୍ୱନାଥ, ବିଜୟକୁମାର ବିଶ୍ୱାସ, ପ୍ରମୁଖ ଗ୍ରାମବାସୀ ମାନେ ଉପସ୍ଥିତ ରହି ଶିବିର ପରିଚାଳନା କରିଥଲେ। ଏହି ଶିବିରରେ ୫୦୦ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ମାନେ ଯୋଗଦେଇଥିଲେ। ବିଏସଏଫ ଜବାନ ମାନଙ୍କ ଏହି ସେବା କାର୍ଯ୍ୟପାଇଁ ଗ୍ରାମବାସୀ ମାନେ ଜବାନମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top