ଓଡ଼ିଶା

ବିଏସଏନଏଲ ଟେକନିସିଆନଙ୍କୁ ବିଦାୟ ସମ୍ବର୍ଦ୍ଧନା

ହାଟଡ଼ିହି, ୩। ୯ (ଓଡ଼ିଆ ପୁଅ/ବିକାଶ ବିଶ୍ୱାଳ) : କେନ୍ଦୁଝର ବି.ଏସ.ଏନ.ଏଲ ବିଭାଗର ଟେଲିକମ ଟେକ୍ନିସିଆନ ତଥା ଜିଲ୍ଲା ସମ୍ପାଦକ ଆନନ୍ଦ ଚନ୍ଦ୍ର ଜେନାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଏ.ଜି.ଏମ ଅନିଲ କୁମାର ରାଉତ, ଡି.ଓ.ଟି କୈଳାଶ ଚନ୍ଦ୍ର ବେହେରା, ମୁଖ୍ୟ ସହଯୋଗୀ ଅନ୍ତର୍ଯ୍ୟାମୀ ଧୋପାଲ, ଜିଲ୍ଲା ସଂଘ ସମ୍ପାାଦକ ସତ୍ୟରଞ୍ଜନ ସାମଲ, ଜିଲ୍ଲା ସଭାପତି ଅଭିମନ୍ୟୁ ସ୍ୱାଇଁ, ପ୍ରମୁଖ ଯୋଗଦେଇ ଆନନ୍ଦ ଚନ୍ଦ୍ର ଜେନାଙ୍କ କର୍ମମୟ ଜୀବନୀ ଉପରେ ଆଲୋକପାତ କରିଥିଲେ। ତାଙ୍କ ଭଳି ଜଣେ ଜଣେ ସଚ୍ଚୋଟ ଓ କର୍ତ୍ତବ୍ୟନିଷ୍ଠ କର୍ମଚାରୀ ହେବାପାଇଁ ଅତିଥୀ ମାନେ ଆହ୍ୱାନ ଦେଇଥିଲେ। ଏହି ଅବସରରେ ତାଙ୍କୁ ଉପଢ଼ୌକନ ଓ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିର୍ତ କରାଯାଇଥିଲା। ସକାଳେ ଶ୍ରୀଯୁକ୍ତ ଜେନାଙ୍କୁ ତାଙ୍କ ଘର ହାଟଡିହି ବ୍ଲକ କପୁଣ୍ଡି ଗ୍ରାମରୁ ଏକ ଶୋଭାଯାତ୍ରାରେ ପାଛୋଟି ନିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ବନମାଳୀ ସାହୁ, ଅଭିଜିତ ବେହେରା, ନାରାୟଣ ସାହୁ, ଶତୃଘ୍ନ ନାୟକ, ସୁରେଶ ନାୟକ, ବାଇଧର ଜେନା, ଅରୁଣ କୁମାର ଜେନା, ତପନ କୁମାର ନାୟକ, ସୁଦର୍ଶନ ତନ୍ତୀ, ରବିନ୍ଦ୍ର ତ୍ରିପାଠୀ, ପର୍ଶୁରାମ ଜେନା, ଉଗ୍ରସେନ ସାହୁ, କିରାଣୀ ପ୍ରଧାନ, ପ୍ରମୋଦ ମଲ୍ଲିକ, ହଟକେଶ୍ୱର ସେଠୀ, ସଚ୍ଚି ବେହେରା, ରାଜୀବ କୁମାର ଜେନା ପ୍ରମୁଖ ବି.ଏସ.ଏନ.ଏଲ କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top