ଗଜପତି

ବିଏସଏନଏଲ କାଜୁଆଲ କର୍ମଚାରୀ ସଂଘର ଧର୍ମଘଟ

ପାରଳାଖେମୁଣ୍ଡି, ୯ା୨(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଭାରତ ସଂଚାର ନିଗମ ଲିମିଟେଡ କାର୍ଯ୍ୟାଳୟ ସମୁଖରେ ଜିଲା ବିଏସଏନଏଲ କାଜୁଆଲ କର୍ମଚାରୀ ସଂଘ ପକ୍ଷରୁ ଧର୍ମଘଟ କରାଯାଇଛି। ଧର୍ମଘଟ ମାଧ୍ୟମରେ ବିଭିନ୍ନ ଦାବି ଉପସ୍ଥାପନ କରାଯାଇଛି ଯାହା ପୁରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁରହିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ମୁଖ୍ୟ ଦାବି ମଧ୍ୟରେ ଯଥା ପ୍ରତିମାସରେ ପ୍ରଥମ ସପ୍ତାହରେ ବେତନ ପ୍ରଦାନ, ସେହିପରି ବର୍ଷ ବର୍ଷ ଧରି କାର୍ଯ୍ୟକରି ଆସୁଥିବା ଶ୍ରମିକମାନଙ୍କୁ କୁଶଳି ଶ୍ରମିକ ହିସାବରେ ବେତନ ପ୍ରଦାନ କରିବା, ସମାନ କାର୍ଯ୍ୟକୁ ସମାନ ବେତନ ପ୍ରଦାନ କରିବା, ୩୦ଦିନିଆ, ୩୧ଦିନିଆ ଓ ୨୮ଦିନିଆ ସମସ୍ତ ମାସଗିଡୁକରେ ପୁରା ମାସର ବେତନ ପ୍ରଦାନ କରିବା ଇତ୍ୟାଦି ମୁଖ୍ୟ ଦାବି ରହିଛି। ସେହିପରି କଇଁପୁର ଡିଭିଜନର ଚନ୍ଦ୍ର ଶେଖର ପାତ୍ର ନାମକ ଜଣେ କାଜୁଆଲ କର୍ମଚାରୀଙ୍କୁ ଦିର୍ଘ ବର୍ଷ କାର୍ଯ୍ୟ କରିବା ପରେ ବିଭାଗ ପକ୍ଷରୁ କାର୍ଯ୍ୟରୁ ବଞ୍ଚିତ କରାଯାଇଛି। ତାଙ୍କୁ ତୁରନ୍ତ ପୁନ କାର୍ଯ୍ୟରେ ସାମିଲ କରିବା ପାଇଁ ସଂଘ ପକ୍ଷରୁ ଦାବି ହୋଇଛି। ଦାବିଗୁଡିକ ତୁରନ୍ତ ପୁରଣ ନହେଲେ ସଂଘ ପକ୍ଷରୁ ଆଗକୁ ଆନ୍ଦୋଳନ ଆହୁରି ତିବ୍ର କରାଯିବ ବୋଲି ସଂଘ ସଭାପତି ଜତିନ ମହାନ୍ତି, ସମ୍ପାଦକ ଏନ ନାଗେଶ୍ୱର ରାଓ, ରାମଚନ୍ଦ୍ର ମଣ୍ଡଳ, ଜୁନେଶ ଭୁୟାଁ, ଏ.ସନ୍ତୋଷ, ଗୁଣନିଧି ପ୍ରଧାନ, ଦିଲିପ କୁମାର ଦାସ ପ୍ରମୁଖ ଜଣାଇଛନ୍ତି। ଧର୍ମଘଟ ସମୟରେ ସଂଘର ପ୍ରାୟ ୩୦ର ଉର୍ଦ୍ଧ୍ୱ କର୍ମଚାରୀ ଯୋଗ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top