ଜିଲ୍ଲା ପରିକ୍ରମା

ବିଏସଏନଏଲ କର୍ମଚାରୀ ସଂଘର ଧାରଣା

ରାଉରକେଲା ୧୩-୭ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଭାରତ ସଂଚାର ନିଗମ ଲିମିଟେଡ଼ର କାଜୁଆଲ ଓ କଂଟ୍ରାକ୍ଟ ୱାକର୍ସ ଫେଡ଼େରେସନ ପକ୍ଷରୁ ସର୍ବଭାରତୀୟ ଏକ ଦିବସୀୟ ଧାରଣା ଅବସରରେ ରାଉରକେଲା ସଂଘ ପକ୍ଷରୁ ଗତ ମଙ୍ଗଳବାର ବିଏସଏନଏଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଏଥିରେ ଉପସ୍ଥିତ କର୍ମଚାରୀ ସଂଘ ନେତା ଅଭିଯୋଗ କରିଥିଲେ ଯେ, ବାରମ୍ବାର ଦାବି ସତ୍ୱେ କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରି ଆସୁଛନ୍ତି। ନିୟମିତ ଦରମା ପ୍ରଦାନରେ ଅବହେଳା ନେଇ କର୍ମଚାରୀ ଅସନ୍ତୋଷ ଲାଗି ରହିଛି। ଅକାରଣେ କର୍ମଚାରୀ ଛଟେଇ କରାଯାଉଛି। ସାମାଜିକ ସୁରକ୍ଷାରେ କାଜୁଆଲ କର୍ମଚାରୀଙ୍କୁ ଅର୍ନ୍ତଭୁକ୍ତ କରିବାରେ କର୍ତ୍ତୃପକ୍ଷ ଟାଳଟୁଳ ନିତୀ ଅବଲମ୍ବନ କରୁଛନ୍ତି। ଏପରିକି ଅନେକ କ୍ଷେତ୍ରରେ ସର୍ବନିମ୍ନ ମଜୁରୀ ପ୍ରଦାନ କରି ଅବହେଳା ପ୍ରଦର୍ଶନ କରାଯାଇଥିବା ଅଭିଯୋଗ କରାଯାଇଥିଲା। ଏହି ଧାରଣାରେ ଖତୁ ତାଣ୍ଡି, ଏସକେ ହାଇଦର ଅଲ୍ଲୀ, ମାଇକେଲ ତିର୍କୀଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top