ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭାରତୀୟ ମଜଦୁର ସଂଘ ପକ୍ଷରୁ କଚେରୀବଜାର ସ୍ଥିତ ସଂଘ ଜିଲ୍ଲା କାର୍ଯ୍ୟାଳୟ ମାଳତୀ ଭବନ ପରିସରରେ ରକ୍ଷା ବନ୍ଧନ ଉତ୍ସବ ପାଳନ କରାଯାଇଛି। ସଂଘର ଭଉଣୀମାନେ ଉପସ୍ଥିତ ହୋଇ କର୍ମକର୍ତ୍ତା ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧି ବନ୍ଦାପନା କରିଥିଲେ। ସନ୍ଧ୍ୟା ପୋହି, ପ୍ରମିଳା ପାଢୀ ପ୍ରମୁଖ କାର୍ଯ୍ୟାଳୟରେ ପହଞ୍ଚି ସଂଘର ଜିଲ୍ଲା ସଭାପତି ମନୋଜ ବସନ୍ତରାୟ, ସଂପାଦକ ମୁକ୍ତିକାନ୍ତ ସାହୁ, ପୂର୍ବତନ ସଭାପତି ବିଜୟ ମିଶ୍ର, କମଳାକାନ୍ତ ସାହୁ ପ୍ରମୁଖଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ପରେ ସମସ୍ତେ ପରସ୍ପର ମଧ୍ୟରେ ମିଷ୍ଟାନ୍ନ ଖାଇଥିଲେ।

Loading...