ବିଏମ୍ଏସ୍ର ଚେତାବନୀ, ଜିଲ୍ଳା ପ୍ରଶାସନ ବିରୁଦ୍ଧରେ ଆନେ୍ଦାଳନ

ଭଦ୍ରକ, ୭ା୧୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭାରତୀୟ ମଜଦୁର ସଂଘ ଜିଲ୍ଲା କାର୍ଯ୍ୟାଳୟ ଠାରେ ଭଦ୍ରକ ଜିଲ୍ଲାର ସମସ୍ତ ବ୍ଲକର ପ୍ରମୁଖ କାର୍ଯ୍ୟକର୍ତ୍ତା, ଭଦ୍ରକ ଜିଲ୍ଳା ନିର୍ମାଣ ମଜଦୁର ସଂଘର କାର୍ଯ୍ୟକର୍ତ୍ତା, ଧାମରା ବନ୍ଦରର ଶ୍ରମିକମାନଙ୍କ ପ୍ରତିନିଧି ମାନଙ୍କୁ ନେଇ ଏକ ଜରୁରୀ ବୈଠକ ବିଏମ୍ଏସ୍ର ଜିଲ୍ଳା ସମ୍ପାଦକ ମନୋଜ ବସନ୍ତରାୟଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବୈଠକରେ ବିଏମ୍ଏସ୍ ରାଜ୍ୟ ସମ୍ପାଦକ ତଥା ଧାମରା ବନ୍ଦର କର୍ମଚାରୀ ସଂଘର ସଭାପତି ଶାନ୍ତନୁ ମହାପାତ୍ର ଯୋଗ ଦେଇ ଧାମରା ବନ୍ଦରରେ ଶ୍ରମିକ ମାରଣ ନୀତି ବିରୁଦ୍ଧରେ ନିଜର ବକ୍ତବ୍ୟ ରଖିବା ସହିତ ଆଗାମୀ ଦିନରେ ଭଦ୍ରକ ଜିଲ୍ଳା ପ୍ରଶାସନ ବିରୁଦ୍ଧରେ ବ୍ୟାପକ ଆନେ୍ଦାଳନ ପାଇଁ ଚେତାବନୀ ଦେଇଥିଲେ । ଆଲୋଚାନ ପୂର୍ବକ ଶ୍ରୀ ମହାପାତ୍ର ଦାବୀ ଉପସ୍ଥାପନ କରି କହିଥିଲେ ଯେ ଭଦ୍ରକ ଜିଲ୍ଲା ଧାମରା ବନ୍ଦରରେ କାର୍ଯ୍ୟରତ ଶ୍ରମିକମାନଙ୍କ ମଧ୍ୟରେ ବୋନସ ପ୍ରଦାନରେ ଅସଂଗତି ଓ କେତେକ ଶ୍ରମିକମାନଙ୍କୁ ଆଦୌ ବୋନସ୍ ପ୍ରଦାନ ନ କରିବା, ୧୨ ଘଣ୍ଟା କାମ କରାଇ ଓଭର ଟାଇମ ପ୍ରାପ୍ୟ ନ ଦେବା, ଶ୍ରମ ଆଇନକୁ ଉଲଂଘନ କରି କଣ୍ଟ୍ରାକ୍ଟରମାନେ (ଶ୍ରୀ ଇକୁ୍ୟପ୍ମେଣ୍ଟ୍ସ ଓ ମୁଜିବୁର ଅଲ୍ଲୀ ଖାଁ) ମାସିକ ବେତନରେ ଗ୍ରାଚୁ୍ୟଇଟି ପ୍ରଦାନ କରିବା, ଶ୍ରମ ଆଇନକୁ ଅନୁସରଣ ନ କରି ଗେଟପାସ୍ ଇଶୁ କରିବା ଓ ଏଥିରେ ଶ୍ରମିକଙ୍କ ପଦବୀ ଉଲ୍ଲେଖ ନ କରିବା, ଦୀର୍ଘ ଦିନ ଧରି ପୋର୍ଟ କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ ଷ୍ଟାଣ୍ଡିଂ ଅର୍ଡର ବିହୀନ ପୋର୍ଟ ପରିଚାଳନା କରିବା, ରେଳ କର୍ମଚାରୀଙ୍କ କ୍ଷେତ୍ରରେ ବେନିୟମ ଭାବେ ମାସିକ ବେତନରୁ ଅର୍ଥକାଟ କରିବା ଆଦି ସମ୍ପର୍କରେ ଆଲୋଚନା କରିବା ସହିତ ବନ୍ଦର କର୍ତ୍ତୃପକ୍ଷ ଏହି ଦାବୀ ପ୍ରତି କର୍ଣ୍ଣପାତ କରୁ ନ ଥିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଜିଲ୍ଳା ସମ୍ପାଦକ ଶ୍ରୀ ବସନ୍ତରାୟ କହିଥିଲେ ଯେ ଗତ ଅଗଷ୍ଟ ୧୫ରେ ବନ୍ଦର କର୍ତ୍ତୃପକ୍ଷଙ୍କର ଅବହେଳା କାରଣରୁ ୩ ଜଣ ଶ୍ରମିକଙ୍କ ମୃତୁ୍ୟ ହୋଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ନେତୃମଣ୍ଡଳୀ ମାନଙ୍କ ଦ୍ୱାରା ସିଦ୍ଧାନ୍ତ କରାଯାଇଥିବା ମୃତକଙ୍କ ପରିବାରକୁ କ୍ଷତି ପୂରଣ ବାବଦ ଅର୍ଥ ରାଶି ଏ ପର୍ଯ୍ୟନ୍ତ ମୃତକଙ୍କ ପରିବାର ଏ ପର୍ଯ୍ୟନ୍ତ ପାଇ ପାରିଲେ ନାହିଁ କି ସେମାନଙ୍କ ପରିବାରରୁ ଜଣଙ୍କୁ ଚାକିରି ଦିଆଯିବା ନିମନ୍ତେ ହୋଇଥିବା ସିଦ୍ଧାନ୍ତ ମଧ୍ୟ ପାଣିର ଗାର ହୋଇଛି । ଅପରପକ୍ଷରେ ମିଥ୍ୟା ଆରୋପରେ କାର୍ଯ୍ୟରତ ୩୪ଜଣ ଶ୍ରମିକଙ୍କୁ ଜେଲ ପଠାଇବା ଓ ଦୋଷୀ ସାବ୍ୟସ୍ତ ନ ହୋଇଥିଲେ ମଧ୍ୟ ସେମାନଙ୍କୁ କାର୍ଯ୍ୟରୁ ଅନ୍ତର କରାଇବା ବନ୍ଦର କର୍ତ୍ତୃପକ୍ଷ ଓ ଜିଲ୍ଳା ପ୍ରଶାସନର ଭିତିରି ସମ୍ପର୍କକୁ ପଦାରେ ପକାଇଛି  । ଶ୍ରମ ବିଭାଗ ଶ୍ରମିକମାନଙ୍କର ନ୍ୟାଯ୍ୟ ଦାବୀକୁ ବିଚାର ପରିସରକୁ ନ ନେଇ ବନ୍ଦର କର୍ତ୍ତୃପକ୍ଷଙ୍କ ବୋଲକରା ସାଜି ଶ୍ରମିକଙ୍କ ଦାବୀକୁ ଉପେକ୍ଷା କରୁଛି । ଏହା ସଂଗେ ସଂଗେ ଜିଲ୍ଲାରେ ନିର୍ମାଣ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କୁ ପରିଚୟପତ୍ର ପ୍ରଦାନ କରିବାରେ ଜିଲ୍ଲା ଶ୍ରମ ବିଭାଗ ଅବହେଳା କରିବା ଏବଂ ଶ୍ରମିକ ନେତାମାନଙ୍କୁ ସୂଚନା ପ୍ରଦାନ ନ କରି ବିଭିନ୍ନ ବ୍ଳକରେ ରାଜନୈତିକ ଉଦେ୍ଦଶ୍ୟ ପ୍ରଣୋଦିତ ସ୍ୱାର୍ଥ ହାସଲ କରିବା ପାଇଁ ଶ୍ରମ ବିଭାଗର ତତ୍ପରତାକୁ ବୈଠକରେ ସମ୍ପାଦକ ଶ୍ରୀ ବସନ୍ତରାୟ ବିରୋଧ କରିଥିଲେ । ଅଙ୍ଗନୱାଡି କ୍ଷେତ୍ରରେ ଅଙ୍ଗନୱାଡି କର୍ମୀମାନେ ସେମାନଙ୍କ ଦାବୀ ହାସଲ କରିବା ପାଇଁ ଭୁବନେଶ୍ୱର ଠାରେ ସରକାରଙ୍କ ବିରୁଦ୍ଧରେ ୪୩ ଦିନ ଧାରଣାରେ ବସିବା ପରେ ସରକାର ମାସିକ ୨ ହଜାର ଟଙ୍କା ବେତନ ବୃଦ୍ଧି କରିବା ନିମନ୍ତେ ମୌଖିକ ଘୋଷଣା କରିଥିଲେ । ମାତ୍ର ଏ ପର୍ଯ୍ୟନ୍ତ ସରକାରୀ ଭାବେ ନିଦେ୍ର୍ଦଶନାମା ପ୍ରକାଶ କଲେ ନାହିଁ । ମାନସିକ ନିର୍ଯାତନା ମଧ୍ୟରେ କାର୍ଯ୍ୟ କରୁଥିବା ଅଙ୍ଗନୱାଡି କର୍ମୀମାନଙ୍କ ଉପରେ ଜିଲ୍ଳା ପ୍ରଶାସନ ରୋଗ ଜ୍ୱାଳାରେ ତାଟିଆ କାମୁଡିଲା ଭଳି ପ୍ରତିଶୋଧ ପରାୟଣ ହୋଇ ସେମାନଙ୍କ କାର୍ଯ୍ୟାବଳୀର ବିଧିବଦ୍ଧ ତଦନ୍ତ ନ କରି ଉପଜିଲ୍ଲାପାଳ ଭଣ୍ଡାରିପୋଖରୀ ବ୍ଳକର ୩ଜଣ ଓ ବାସୁଦେବପୁର ବ୍ଳକର ୨ଜଣ କର୍ମୀଙ୍କୁ କାର୍ଯ୍ୟରୁ ଅନ୍ତର କରିଛନ୍ତି । ଏହା ବିରୁଦ୍ଧରେ ଆଗାମୀ ଦିନରେ ସଂଘ ଜିଲ୍ଳାବ୍ୟାପୀ ଆନେ୍ଦାଳନ କରିବ ବୋଲି ସଂଗଠନ ସମ୍ପାଦକ ମୁକ୍ତିକାନ୍ତ ସାହୁ ଦୃଢୋକ୍ତି ପ୍ରକାଶ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କମଳକାନ୍ତ ସାହୁ, ଚନ୍ଦ୍ରଶେଖର ଜେନା, ମନୋଜ ଲେଙ୍କା, ବିଜୟ ପ୍ରତାପ ଜେନା, ବାଇଧର ଶତପଥି, ଗଙ୍ଗାଧର ସାହୁ, ଲକ୍ଷ୍ମୀକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *