ବାୟା କଲେଜରେ ୟୁଥ ରେଡ଼୍ କ୍ରସ କାର୍ଯ୍ୟକ୍ରମ

ତିର୍ତ୍ତୋଲ୦୮.୦୩ (ଓଡ଼ିଆ ପୁଅ/ଟୁକନ ସେଠୀ) -ତିର୍ତ୍ତୋଲ ବ୍ଲକସ୍ଥିତ କନିମୂଳଠାରେ ଥିବା ବାୟା ଅବଧୂତ କଲେଜ ପରିସରରେ ଅଧ୍ୟାପକ ତଥା ସଂଯୋଜକ ମନୋରଞ୍ଜନ ଦାଶଙ୍କ ତତ୍ତ୍ୱାବଧାନରେ ଏକ ରେଡ଼କ୍ରସ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ କଲେଜର +୨ ବିଭାଗର ଅଧ୍ୟକ୍ଷ ପ୍ରଫେସର ସୁବାଷ ଚନ୍ଦ୍ର ରାଉତ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ବକ୍ତା ଭାବେ +୩ ବିଭାଗେର ଅଧ୍ୟକ୍ଷ ଅଧ୍ୟାପକ ସୁରେଶ ଚନ୍ଦ୍ର ନାୟକ ଯୋଗଦେଇ ଏଡ଼ସ୍ କୁ କିପରି ରୋକାଯାଇପାରିବ ସେ ବିଷୟରେ ଏକ ବିଷଦ ବିବରଣୀ ପ୍ରଦାନ କରିଥିଲେ। ଏହି ସଭାରେ ସର୍ବୋପରି ଅଧ୍ୟାପକ ପୁଷ୍ପକ କୁମାର କରଶର୍ମା, କଲେଜର ପ୍ରଶାସନିକ ଅଧିକାରୀ ବିବେକା ନନ୍ଦ ସିଂହ, ଜ୍ଞାନ ରଞ୍ଜନ ପାତ୍ର, ରମାକାନ୍ତ ଲେଙ୍କା ଯୋଗଦେଇ ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିରେ ବିକାଶ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ସଭାରେ ନିତ୍ୟାନନ୍ଦ ରାଉତ, ଶୁଭ୍ରଜିତ୍ ରାଉତ ରାଏ ଓ ପ୍ରବିର କୁମାର ସାହୁ ସହଯୋଗ ପ୍ର୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *