ଜିଲ୍ଲା ପରିକ୍ରମା

ବାହୁଡିଲେ ଉଠା ଦୋକାନୀ

ପୁରୀ:୨୯/୭(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ପ୍ରତିବର୍ଷ ଶ୍ରୀଜଗନ୍ନାଥଙ୍କର ଘୋଷଯାତ୍ରା ଆସିଲେ ପ୍ରାୟ ଏକମାସ ପୂର୍ବରୁ ପୌର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ସହରର ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିବା ସହ ଉଠା ଦୋକାନୀମାନଙ୍କୁ ରାସ୍ତା କଡରୁ ଉଠାଇ ଦିଆଯାଇଥାଏ। ରଥଯାତ୍ରାର କିଛିଦିନ ପୂର୍ବରୁ ସିଂହଦ୍ୱାର ଠାରୁ ଶରଧାବାଲି ମଧ୍ୟରେ ଥିବା ଉଭୟ ପାଶ୍ୱର୍ର ସମସ୍ତ ଉଠା ଦୋକାନୀ, ଠେଲା ଗାଡି ଓ କ୍ୟାବିନକୁ ହଟାଇ ଦିଆଯାଇଥିଲା। ଚତୁର୍ଦ୍ଧାମୂର୍ତ୍ତି ବାହୁଡା ଯାତ୍ରାରେ ଶ୍ରୀମନ୍ଦିରକୁ ବାହୁଡିବା ପରେ ଏବେ ଉଠା ଦୋକାନୀମାନଙ୍କର ପୁଣି ବଡଦାଣ୍ଡକୁ ବାହୁଡୁଥିବା ଦେଖାଯାଇଛି। ବଡଦାଣ୍ଡର ଉଭୟପାଶ୍ୱର୍ରେ ଉଠା ଦୋକାନ, ଠେଲାଗାଡି ଓ ବୋଇନ ବାଇକଷ୍ଟାଣ୍ଡଗୁଡିକ ରହିଥିବା ଯୋଗୁ ଯାନିଯାତ୍ରା ସମୟରେ ସାଧାରଣ ଚଳପ୍ରଚଳରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ବଡଦାଣ୍ଡରେ ଥିବର ମାର୍କେଟ କମ୍ପ୍ଲେକ୍ସଗୁଡିକର ପାର୍କିଂ ଷ୍ଟାଣ୍ଡ ନଥିବା ଯୋଗୁ ରାସ୍ତାରେ ବାଇକ୍ ରଖି ଲୋକମାନେ ମଲ୍କୁ ଯାଉଥିବା ଯୋଗୁ ସାଧାରଣ ଲୋକ ଓ ଯାନବାହାନ ଚଳାଚଳରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ଜିଲ୍ଲା ପ୍ରଶାସନ, ପୌର ପ୍ରଶାସନ ଓ ପୁଲିସ ପ୍ରଶାସନ ଏସମସ୍ତ ଦୃଶ୍ୟ ଦେଖୁଥିଲେ ମଧ୍ୟ ଅଦ୍ୟାବଧି କୌଣସି ଆଖିଦୃଶିଆ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇନଥିବା ଯୋଗୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଜିଲ୍ଲା ପ୍ରଶାସନ ବିଭିନ୍ନ ମଲ୍ ଓ ବିବାହ ମଣ୍ଡପଗୁଡିକର ପାର୍କିଂ ପ୍ଲେସ ନଥିଲେ ସେମାନଙ୍କୁ ବିବାହ ଆଦି ଉତ୍ସବ କରିବର ନିମନ୍ତେ ଅନୁମତି ଦିଆଯିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ତାହା କେବଳ ନିର୍ଦ୍ଦେଶରେ ରହିଯାଇଛି। ସେହିପରି ବେଆଇନ ଭାବେ ଦିନକୁ ଦିନ ବହୁ କଲ୍ୟାଣ ମଣ୍ଡପ ଗଢ଼ିଉଠିଛି। ଏସମ୍ପର୍କରେ ଜିଲ୍ଲା ପ୍ରଶାସନ ବିଧିବଦ୍ଧ ଭାବେ ଅନୁସନ୍ଧାନ କରିବା ପାଇଁ ଦାବି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top