ଆମ ସଂସ୍କୃତି, କଳା ଓ ଐତିହ୍ୟ

ବାହୁଡା ଯାତ୍ରା ପାଇଁ ପାଟଣା ବ୍ଲକ ଅଞ୍ଚଳ ଉତ୍ସବ ମୁଖର

ପାଟଣା , ତା୨୨/୦୭(ଓଡ଼ିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ମଲିପଶିର ପ୍ରଥମବାର୍ଷିକ ରଥଯାତ୍ରା ଜିଲା ତଥା ରାଜ୍ୟ ପାଇଁ ଦ୍ୱିତୀୟ ରଥଯାତ୍ରା ମାନ୍ୟତା ଲାଭ କରିଥିବାବେଳେ ପ୍ରତିକୂଳ ପାଣିପାଗ ମଧ୍ୟରେ ଆଜି ବାହୁଡାଯାତ୍ରା ସମାରୋହ ସହକାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦୁଝର ଜିଲାରେ ପ୍ରଥମ କରି ତିନୋଟି ସୁଦୃଶ୍ୟ ରଥରେ ରଥଯାତ୍ରା କାରଣରୁ ଜିଲାରେ ଦ୍ୱିତୀୟ ଏବଂ ବାରିପଦା ପରେ ଏଠାରେ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣୁଥିବାରୁ ମଲିପଶି ରଥଯାତ୍ରା ଏହି ଦୁଇଟି କାରଣରୁ ଜିଲା ତଥା ରାଜ୍ୟସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରିଛି । ଏଠାରେ ରବିନାରାୟଣ ସିଂହ ଛେରାପହଁରା କରିଥିଲେ । ମୁଖ୍ୟ ପୂଜକ ନାରାୟଣ ଚନ୍ଦ୍ର ଦାଶ ଓ କ୍ଷୀରୋଦ ଚନ୍ଦ୍ର ମିଶ୍ର ଏଠାରେ ପୂଜାଦି ରୀତିନୀତି ଓ ପହଣ୍ଡି ପରିଚାଳନା କରିଥିବାବେଳେ ମଲିପଶି ରଥଯାତ୍ରାରେ ପାଟଣା ବିଧାୟକ ହୃଷିକେଶ ନାଏକ,ଯୁବନେତା ଇଂ ବିନୋଦ।ବିହାରୀ ନାଏକ, ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ନାଏକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଦ୍ୟାଧର ଦାଶ ଓ ଖଇର ନାଏକ, ମୂଷାଖୋରୀ ସରପଞ୍ଚ ଭାମାମଣୀ ଦାସ ପ୍ରମୁଖ ଉପସ୍ଥିତ ଥିବାବେଳେ କମିଟିର ସଭାପତି ସେନାପତି ଦାସ, ନବକିଶୋର ରଣା, ଅରୁଣ ବେଜ, ପାର୍ଥସାରଥି ବେଜ, ଅନାଦି ଚରଣ ମହାନ୍ତ ପ୍ରମୁଖ ଅନ୍ୟ ସଦସ୍ୟମାନେ ବାହୁଡାଯାତ୍ରା ପରିଚାଳନା କରିଛନ୍ତି । ବ୍ଲକ ବିଜୁ ଜନତା ଦଳ ସଭାପତି ମାଧବାନନ୍ଦ ପୃଷ୍ଟି ରଥଯାତ୍ରାରେ ସାମିଲ ଥିବାବେଳେ ପାଟଣା ଥାନାଧିକାରିଣୀ ପ୍ରମୋଦିନୀ ସାହୁ, ଏଏସ୍ଆଇ ଅଶୋକ କୁମାର ନାୟକ, ସୁଧାଂଶୁ ଶେଖର ଜେନା ପ୍ରମୁଖଙ୍କ ନେତୃତ୍ୱରେ ପୁଲିସ ବାହିନୀ ଶାନ୍ତିଶୃଙ୍ଖଳା ରକ୍ଷା କରିଛନ୍ତି ।

ସେହିପରି ପାଟଣା ବ୍ଲକ ଅନ୍ତର୍ଗତ ରାଜନଗରଠାରେ ଦଧିବାମନଜୀଉଙ୍କ ଐତିହାସିକ ୩୫୧ତମ ବାର୍ଷିକ ବହୁଡାଯାତ୍ରା ଆଜି ଧୁମଧାମରେ ଅନୁଷ୍ଠିତ ହୋଇଛି । କୋଠ ତହସିଲଦାର ବିନୋଦ ବିହାରୀ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୁଖ୍ୟପୂଜକ ସତ୍ୟାନନ୍ଦ ପଣ୍ଡା ଓ ବ୍ରହ୍ମା ପ୍ରଦୀପ ମିଶ୍ରଙ୍କ ସହ ଅନ୍ୟ ପଣ୍ଡାମାନେ ଗୋଟିପହଣ୍ଡି ପରିଚାଳନା ପରେ ଦୂର୍ଯ୍ୟୋଧନ ମିଶ୍ର ରଥରେ ଛେରାପହଁରା କରିଥିଲେ । ତୁରୁମୁଙ୍ଗା ପୋଲିସ ଉପସ୍ଥିତିରେ ବାହୁଡାଯାତ୍ରା ପ୍ରତିକୂଳ ପାଣିପାଗ ମଧ୍ୟରେ ସଂପନ୍ନ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top