ବାହୁଡାରେ ପୋଡ ପିଠା ଖାଇବେବ ମହାପ୍ରଭୁ: ଚାଲିଛି ପ୍ରସ୍ତୁତି

ପୁରୀ:୨୦/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ରବିବାର ବାହୁଡା ଯାତ୍ରା। ଜନ୍ମ ବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ବାହାରିବେ ମହାପ୍ରଭୁ। ବାଟରେ ପଡୁଛି ମାଉସୀ ଘର। ମହାପ୍ରଭୁଙ୍କ ମାଉସୀ ହେଉଛନ୍ତି ଅର୍ଦ୍ଧାସିନୀ ବା ଅର୍ଦ୍ଧମୋସିନୀ ଦେବୀ। ବାହୁଡାରେ ଫେରିବା ସମୟରେ ମହାପ୍ରଭୁ ମାଉସୀ ମା ମନ୍ଦିରରେ ପୋଡ ପିଠା ଖାଇ ଶ୍ରୀମନ୍ଦିର ଫେରିଥାନ୍ତି। କେଉଁ କାଳରୁ ଏହି ପରମ୍ପରା ଚାଲି ଆସିଛି। ଏଥିପାଇଁ ମାଉସୀ ମା ମନ୍ଦିରରେ ଆରମ୍ଭ ହୋଇଛି ପୋଡପିଠା ପ୍ରସ୍ତୁତି। ବୁଧବାର ରାତ୍ରୀରୁ ଆରମ୍ଭ ହୋଇଛି ଏହି ପୋଡ ପିଠା ପ୍ରସ୍ତୁତି। ଛେନା, ଅଟା, ଚିନି, ଅଳେଇଚ, ଲବଙ୍ଗ ଏବଂ ଘିଅ ମିଶାଯାଇ ଏଥିପାଇଁ ପ୍ରଥମେ ଏକ ମିଶ୍ରଣ ପ୍ରସ୍ତୁତକରାଯାଇଥାଏ। ଚୁଲିରେ ପାଣି ହାଣ୍ଡି ବସାଯାଇ ଏହାକୁ ଗରମ କରାଯାଏ। ହାଣ୍ଡି ଉପରେ ଜାଲି ଉପରେ ପତ୍ର ପକାଯାଇ ପ୍ରସ୍ତୁତ ହୋଇଥିବା ମିଶ୍ରଣକୁ ରଖାଯାଏ। ଗରମ ପାଣିରୁ ନିର୍ଗତ ବାମ୍ଫରେ ୭ରୁ ୮ ଘଣ୍ଟା ଏହି ମିଶ୍ରଣ ସିଝିଥାଏ। ଏହାପରେ ତାହାକୁ ଥଣ୍ଡା କରାଯାଏ। ପରେ ଏହାକୁ ସାଇଜ୍ କରି କଟାଯାଇ ସୁଦ୍ଧଘିଅରେ ରୁଣା ରୁନନ୍ଧା ଯାଇଥାଏ ବାହୁଡା ଦିନ ମାଉସୀ ମା ମନ୍ଦିର ନିକଟରେ ରଥ ଅଟକିବା ସମୟରେ ପୋଡ ପିଠା ଭୋଗ କରାଯାଇଥାଏ। ମାଉସୀ ମାଆଙ୍କ ଦିବଙ୍ଗତ ପୂଜକ ରଘୁନାଥ ଦାସ ଏହି ପୋଡପିଠା ପ୍ରସ୍ତୁତି କରୁଥିଲେ। ତାଙ୍କ ଅନ୍ତେ ଗତ କିଛି ବର୍ଷ ହେବ ବିଶ୍ୱନାଥ ମିଶ୍ର ଏହି ପୋଡ ପିଠା କରିଆସୁଛନ୍ତି। ବିଶ୍ୱନାଥଙ୍କ କହିବାନୁଯାୟୀ ପିଠା ପ୍ରସ୍ତୁତି ବେଳେ କୌଣସି ବାସ୍ନା ନଥାଏ। ମହାପ୍ରଭୁଙ୍କୁ ଅର୍ପଣ ପରେ ଏଥିରୁ ସ୍ୱତନ୍ତ୍ର ବାସ୍ନା ଓ ମହକ ବାହାରିଥାଏ।

Leave a Reply

Your email address will not be published. Required fields are marked *