ଅନୁଗୁଳ

ବାହାଳି ଗ୍ରାମରେ ଅଘଟଣ; କୂଅରେ ପଡ଼ି ଶିଶୁ ମୃତ

ଅନୁଗୋଳ, ୨୭/୭ (ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକର ଅଏଡ଼ା ଗ୍ରାମ ପଂଚାୟତ ଅନ୍ତର୍ଗତ ବାହାଳି ଗ୍ରାମର ଜଣେ ଶିଶୁ କୂଅରେ ପଡ଼ିଯାଇ ଦୁର୍ଭାଗ୍ୟଜନକ ଭାବେ ମୃତ୍ୟୁବରଣ କରିଛି। ଖବରରୁ ପ୍ରକାଶ ଆଜି ଦିନ ପ୍ରାୟ ୧୨ଟା ସମୟରେ ବାହାଳି ଗ୍ରାମର ମନ୍ମଥ ନାଏକଙ୍କ ୪ବର୍ଷର ପୁଅ ସବୁଦିନ ପରି ନିକଟସ୍ଥ ଅଙ୍ଗନୱାଡ଼ି କେନ୍ଦ୍ରକୁ ପାଠ ପଢ଼ିବାକୁ ଯାଇଥିଲା। ଶିଶୁଟିର ବାପା ମା ବିଲକୁ କାମ କରିବାକୁ ଯାଇଥିଲେ। ତେବେ ଅଙ୍ଗନୱାଡ଼ି କେନ୍ଦ୍ର ଛୁଟି ହେବାପରେ ଶିଶୁଟି ନିଜ ଘରକୁ ଫେରି ଆସି ଏକୁଟିଆ ଖେଳୁଥିଲା। ତେବେ ସେ ଖେଳୁଖେଳୁ ନିଜ ଘର ପଛ ପଟେ ଥିବା ଏକ କୂଅରେ ପଡ଼ିଯାଇଥିଲା। କେହି ନଥିବାରୁ ଘଟଣା ସମ୍ପର୍କରେ କେହି ଜାଣି ପାରିନଥିଲେ। ପରେ ଦିନ ୨ଟା ବେଳେ ବାପା ମା କାମରୁ ଫେରି ପୁଅକୁ ନପାଇ ଏଣେତେଣେ ଖୋଜାଖୋଜି ପରେ ଶିଶୁଟିକୁ କୂଅରେ ଭାସୁଥିବାର ଦେଖିବାକୁ ପାଇଥିଲେ। ଏହାପରେ ତାକୁ ଉଦ୍ଧାର କରି ଆଠମଲ୍ଲିକ ଡାକ୍ତରଖାନାକୁ ନେଇଥିଲେ। ତେବେ ଡାକ୍ତର ସେଠାରେ ଶିଶୁଟିକୁ ମୃତ ଘୋଷଣା କରିଥିଲେ। ଏହାପରେ ସମଗ୍ର ଗ୍ରାମରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ବ୍ୟବଚ୍ଛେଦ କରାଯିବାପରେ ଶିଶୁକୁ ପରିବାରକୁ ହସ୍ତାନ୍ତର କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top