ଜିଲ୍ଲା ପରିକ୍ରମା

ବାହାନଗା ଲେବଲକ୍ରସିଂ ଠାରେ ଗଳା ପୋଲ ନିମନ୍ତେ ଦାବି ହୋଇଥିଲେ ମଧ୍ୟ କିଛି ଫଳ ମିଳୁନି

ବାହାନଗା/ବାଲେଶ୍ୱର, ୧୭/୦୬ ( ଓଡ଼ିଆ ପୁଅ/ଭାରତୀ ଦାସ)- ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ୨୪ଟି ପଞ୍ଚାୟତକୁ ନେଇ ଗଠିତ। ଏହି ବ୍ଲକଟି ୧୬ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଅବସ୍ଥିତ ଥିବା ବେଳେ। ତାର ଅଧିକାଂଶ ପଞ୍ଚାୟତ ବଙ୍ଗୋପ ସାଗର ଉପକୁଳବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଯାହାକି ବ୍ଲକ କାର୍ଯ୍ୟାଳୟକୁ ଏହି ପଞ୍ଚାୟତ ବାସୀ କାର୍ଯ୍ୟ ପାଇଁ ଗଲେ ରେଲୱେ ଲେବଲ କ୍ରସିଂ ପାର ହେବାକୁ ଯିବାକୁ ପଡ଼ିଥାଏ। ଯାହାକି ଏହା ବାହାନଗା ବଜାରର ଅନତି ଦୁରରେ ଅ୍ରବସ୍ଥିତ ଯାହକି ଏହି ଲେବଲକ୍ରସିଂ “କ”ଶ୍ରେଣୀର ମାନ୍ୟତା ପାଇଛି। କିନ୍ତୁ ଏକ କାଳିନ ଯଦି ୨ଟି କିମ୍ବା ୩ଟି ଟ୍ରେନ ଚଳାଚଳ କରେ ତାହେଲେ ଯାତ୍ରୀଙ୍କ ଅବସ୍ଥା ବେହାଲ ହୋଇଯାଏ। ଏପରିକି ପ୍ରଚଣ୍ଡ ଶ୍ରୀଷ୍ମ ହେଉକି ବର୍ଷା ଯଦି ସାଇକେଲ ଆରୋହୀ ହେଉକି ବାଇକ ଚାଳକଙ୍କୁ ୧୫ମିନଟରୁ ୨୦ମିନିଟ ଅକ୍ଷୋ କରିବାକୁ ପଡ଼େ। ସମୟେ ସମୟେ ଏମିତି ଭିଡ଼ ପରିଲକ୍ଷିତ ହୁଏ ଗେଟ ଉଠିବା ପରେ ସମସ୍ତ ଯାତ୍ରୀ ପାଶ ନକରୁଣୁ ପୁରି ଗେଟ ପଡ଼ିବାର ସାଇରନ ବାଜେ। ଏବଂ ଏଭଳି ପରିସ୍ଥିତିରେ ଯାତ୍ରୀ ମାନେ କ୍ୟାବିନମ୍ୟାନଙ୍କୁ ହାତ ଯୋଡ଼ି ନେହୁରା ହେଉଥିାର ପରିଲକ୍ଷିତ ହୋଇଥାଏ। ସଙ୍କଟାପନ୍ନ ରୋଗୀ ନେଇ ଯାଉଥିବା ଅମ୍ବୁଲାନ୍ସ ମଧ୍ୟ ବାଦ ପଡ଼ନ୍ତି ନାହିଁ। ଏହି ଦୁର୍ଦ୍ଦଶାକୁ ହୃଦୟଙ୍ଗମ କରି ଗୋପାଳପୁରରେ ଥିବାନଗରିକ ମଞ୍ଚ ବାଲେଶ୍ୱରଥିବାପୂର୍ବତନ ଜିଲ୍ଲାପାଳ ପ୍ରମୋଦ କୁମାର ଦାସଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଯାତ୍ରୀମାନଙ୍କର ଏହି ଦୁରାବସ୍ଥାକୁ ହୃଦୟଙ୍ଗମ କରି ଜିଲ୍ଲାପାଳ ଶ୍ରୀ ଦାସ ପତ୍ର ସଂଖ୍ୟା ୫୮୮/୧୬/୦୯/୧୭ ରେଲୱ ମ୍ୟାନେଜରଙ୍କୁ ସୁପାରିଶ କରିଥିଲେ। ପରେ ପରେ ଆକ୍ଟୋବର ୦୮ ତାରିଖରେ ଭଦ୍ରକ ସାଂସଦ ଅଜକର୍ଜୁନ ଚରଣ ସେଠୀ ଓ ବାଲେଶ୍ୱର ସାଂସଦ ଇଂ ରବିନ୍ଦ୍ର କୁମାର ଜେନା ଗୋପାଳପୁର ଆସିଥିବା ବେଳେ ଏଠାକାର ନାଗରିକ ମଂଚର ଆବାହକ ସୁଦର୍ଶନ ମହାପାତ୍ର, ସ୍ଥାନୀୟ ସରପଞ୍ଚ ଯୋଗେଶ ଚନ୍ଦ୍ର ପତି, ପୁର୍ବତନ ସମିତି ସଭ୍ୟ ଅଶ୍ୱନୀ ମହାପାତ୍ର ଙ୍କ ସହିତ ବହୁ ଅଞ୍ଚଳବାସୀ ସାଂସଦ ଦ୍ୱୟଙ୍କୁ ଭେଟି ଦାବି ପତ୍ର ଦେଇଥିଲୋ କିନ୍ତୁ ତାହା ଦୀର୍ଘ ମାସ ବିତିଯାଇଥିଲେ ମଧ୍ୟ ତାହାର ପ୍ରତିକାର ପାଇଁ କୌଣସି ପଦକ୍ଷେପ ନ ନିଆଯାଇଥିବାର ଜଣାଯାଇଛି। ତେବେ ଏହି ଦାବି ଅଞ୍ଚଳ ବାସୀଙ୍କ ସ୍ୱାର୍ଥ ପାଇଁ ହୋଇଥିବାରୁ ଏହାକୁ ସୁପାରିଶ କରି ନିର୍ମାଣ କରିବାକୁ ଅଞ୍ଚଳ ବାସୀଙ୍କ ତରଫରୁ ନିବେଦନ କରାଯାଇଛି। ନହେଲେ ଅଗାମୀ ଦିନରେ ଅଞ୍ଚଳ ବାସୀ ଆନ୍ଦାଳନକୁ ଉହ୍ଲାଇବେ ବୋଲି ଜଣା ପଡ଼ିଛି। ଏବାବଦରେ ନାଗରିକ ମଞ୍ଚର ଆବାହକ ସୁଦର୍ଶନ ମହାପାତ୍ରଙ୍କୁ ପଚାରିବାରୁ ସେ କହନ୍ତି ଏହା ଅଞ୍ଚଳ ବାସୀଙ୍କର ସ୍ୱାର୍ଥ। ଗଳାପୋଲ ନିର୍ମାଣ ହେଲେ ଏ ଅଞ୍ଚଳର ସମସ୍ତଙ୍କ ଯାତାୟତରେ ସୁବିଧା ହେବ। ସରକାର ଏହାକୁ ଧ୍ୟାନରେ ରଖି କାର୍ଯ୍ୟ କରିବା ଉଚିତ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top